IND VS ENG: ଭାରତ ଚେନ୍ନାଇ ଟେଷ୍ଟରେ ସୃଷ୍ଟି କଲା ଏହି ୫ଟି ବିରଳ ରେକର୍ଡ, ଜାଣିଲେ ହେବେ ଚକିତ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଉଅଛି। ଖେଳର ଦ୍ୱିତୀୟ ଦିନ ଭାରତୀୟ ପାରି ୩୨୯ ରନରେ ଅଟକିଯାଇଥିଲା। ଇଣ୍ଡିଆ ପାଇଁ ରୋହିତ ଶର୍ମା (୧୬୧) ,ଅଜିଙ୍କ୍ୟ ରାହାଣେ (୬୭), ଓ ରିଷଭ ପନ୍ତ (୫୮) ରନର ପାରିଖେଳିଥିଲେ। ପନ୍ତ ଲଗାତର ଚତ୍ରୁର୍ଥ ଟେଷ୍ଟରେ ଅର୍ଦ୍ଧ ଶତକ ମାରିଛନ୍ତି। ଏହି ମ୍ୟାଚରେ ଭାରତ ୫ଟି ନୂଆ ରେକର୍ଡ ସୃଷ୍ଟି କରିଛି। ମ୍ୟାଚ ଆଗକୁ ବଢିଲେ ଆହୁରି ଏପରି ହୋଇପାରିବ।

Google

ଭାରତୀୟ ଟିମ ସହ ସିରିଜର ଆରମ୍ଭ ଦୁଇଟି ଟେଷ୍ଟରେ ଏପରି ଘଟିଛି ଯାହା ଜାଣି ଆପଣ ଚକିତ ହୋଇଯିବେ। ଭାରତୀୟ ଟିମ ଚେନ୍ନାଇରେ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ୯୫.୫ ଓଭର ଖେଳି ୩୩୭ ରନ କରିଥିଲେ।ଦ୍ୱିତୀୟ ଟେଷ୍ଟର ପ୍ରଥମ ପାରିରେ ମଧ୍ୟ ଭାରତୀୟ ଟିମ ସେତିକି ହିଁ ଓଭର ଖେଳିଛି କିନ୍ତୁ ରନ ୩୨୯ କରିଛନ୍ତି। ଦୁଇଟି ଟେଷ୍ଟର ପ୍ରଥମ ପାରିରେ ଭାରତ ସମାନ ଓଭର ଖେଳିଛି।

ଏହା ସହ ଭାରତ ନାମରେ ଆଉ ଏକ ରେକର୍ଡ ଯୋଡ଼ା ହୋଇଗଲା। ଇଂଲଣ୍ଡ ଟିମ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାରିରେ ଗୋଟେ ମଧ୍ୟ ଅତିରିକ୍ତ ରନ ଦେଇ ନାହଁନ୍ତି। ଟେଷ୍ଟ ଇତିହାସରେ ଏହି ୩୨୯ ରନ ପାରି ସବୁଠୁ ବଡ଼ ସ୍କୋର ଅଟେ ଯେଉଁଥିରେ ଗୋଟେ ମଧ୍ୟ ଅତିରିକ୍ତ ରନ ବ୍ୟାଟିଙ୍ଗ ଟିମ ଖାତାକୁ ଯାଇନାହିଁ। ଏହା ପୂର୍ବରୁ ୧୯୫୫ରେ ଲାହୋର ଟେଷ୍ଟରେ ପାକିସ୍ତାନ ୨୩୮ ରନ କରିଥିଲା ଯେଉଁଥିରେ ଟିମ ଇଣ୍ଡିଆ ଗୋଟେ ମଧ୍ୟ ଅତିରିକ୍ତ ରନ ଦେଇନଥିଲା।

Google

ଏହି ଟେଷ୍ଟରେ ଆଉ ଏକ ନୂଆ ରେକର୍ଡ଼ ମଧ୍ୟ ହୋଇଛି। ଏହା ତୃତୀୟ ଥର ହୋଇଛି ଯେବେ ଟେଷ୍ଟ ମ୍ୟାଚ ଖେଳୁଥିବା ଦୁଇଟି ଯାକ ଟିମର ପ୍ରଥମ ପାରିରେ ପ୍ରଥମ ୱିକେଟ ଜିରୋ ରନରେ ଯାଇଛି। ଏହା ପୂର୍ବରୁ ୧୯୮୭ ରେ ପାକିସ୍ତାନ ଓ ୧୯୮୮ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏପରି ହୋଇଥିଲା।

ସେହିପରି ଭାରତୀୟ ବ୍ୟାଟ୍ସମ୍ୟାନ ରାହାଣେ ମଧ୍ୟ ପ୍ରଥମ ପାରିରେ ୬୭ ରନ କରି ନିଜ ନାମରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ରାହାଣେ ବିଶ୍ୱଟେଷ୍ଟ ଚାମ୍ପିୟାନସିପରେ ୧ ହଜାର ରନ କରିଥିବା ପ୍ରଥମ ଭାରତୀୟ ହୋଇଗଲେ। ରାହାଣେ ଏବେ ପର୍ଯ୍ୟନ୍ତ ଡବ୍ଲୁଟିସିର ୧୫ ମ୍ୟାଚରେ ୧୦୫୧ ରନ ବନେଇଛନ୍ତି। ଡବ୍ଲୁଟିସିରେ ସବୁଠୁ ଅଧିକ ରନ କରିଥିବା ଖେଳାଳି ମାନଙ୍କ ମଧ୍ୟରେ ଟପ -୧୦ ରେ ମଧ୍ୟ ବିରାଟ କୋହଲି ନାହାଁନ୍ତି। ସେ ୧୫ ନମ୍ବରରେ ଅଛନ୍ତି। ସେ ୧୨ ଟି ମ୍ୟାଚ ଖେଳି ୭୮୮ ରନ ବନେଇଛନ୍ତି।

Google

ରାହାଣେଙ୍କ ଛଡା ରୋହିତ ଶର୍ମା ମଧ୍ୟ ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ସେ ନିଜ କ୍ୟାରିୟରର ୭ ଟି ଶତକ ନିଜ ଦେଶରେ କରିଥିବା ପ୍ରଥମ ଭାରତୀୟ ଖେଳାଳି ଅଟନ୍ତି। ଏହା ପୂର୍ବରୁ ପୂର୍ଵ ଭାରତୀୟ ଅଧିନାୟକ ମହମ୍ମଦ ଅଜରଉଦିନ ଭାରତରେ ୬ଟି ଶତକ ମାରିଥିଲେ। ଏହା ଛଡା ରୋହିତ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ଇଂଲଣ୍ଡ ଓ ଦକ୍ଷିଣଆଫ୍ରିକା ବିରୁଦ୍ଧରେ ଟେଷ୍ଟ ,ଏକଦିବସିୟ ଓ ଟି-୨୦ରେ ଶତକ ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ଏହି ବର୍ଷ ଭାରତ ପଟୁ ଟେଷ୍ଟରେ ଶତକ ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *