IND vs AUS: ସିରିଜ ୧-୧ ରେ ବାରାଵର! ହାଇଦ୍ରାବାଦରେ କିଏ ଜିତିବ? ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ଦମଦାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶୁକ୍ରବାରକୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ବିଜୟ ପରେ ନିଜ ଖୁସି ଜଣାଇଛନ୍ତି। ଭାରତ ନାଗପୁରରେ ହୋଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ୬ ୱିକେଟରେ ଜିତି ତିନୋଟି ମ୍ୟାଚର ସିରିଜ ଜିତିବାର ଆଶା ବଜାଇ ରଖିଛନ୍ତି।

ଅଷ୍ଟ୍ରେଲିଆ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିରାଟ କୋହଲି କୌଣସି ଖାସ ପ୍ରଦର୍ଶନ କରିନଥିଲେ। ସେ ମାତ୍ର ୬ ବଲରେ ୧୧ ରନ କରି ଆଡ଼ମ ଜାମ୍ପାଙ୍କ ବଲରେ ବୋଲ୍ଡ ଆଉଟ ହୋଇଥିଲେ। କିନ୍ତୁ ଟିମର ପ୍ରଦର୍ଶନରର କୋହଲି ଉତ୍ସାହିତ ନଜର ଆସିଥିଲେ। ମ୍ୟାଚ ବିଜୟ ପରେ ବିରାଟ କୋହଲି ଘରୋଇ ମାଇକ୍ରୋ-ବ୍ଲୋଗିଙ୍ଗ ପ୍ଲାଟଫର୍ମ କୁ ଆପରେ ଟିମ ଇଣ୍ଡିଆର ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି,”ହିସାବ ବରାବର,ହାଇଦ୍ରାବାଦରେ ଭେଟିବା”।

ଅଧିନାୟକ ରୋହିତ ଶର୍ମାଙ୍କ ୨୦ ବଲରେ ୪୬ ରନର ନଟଆଉଟ ପାରି ଦ୍ଵାରା ଭାରତ ଦ୍ୱିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ସିରିଜ ୧-୧ରେ ବରାବରୀ କରିଛି। ଦ୍ୱିତୀୟ ଟି-୨୦ ମ୍ୟାଚ ମାତ୍ର ୮ ଓଭର ବିଶିଷ୍ଟ କରାଯାଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଙ୍ଗ କରି ମାଥୟୁ ୱେଡଙ୍କ ୨୦ ବଲରେ ୪୩ ରନର ପାରି ଦ୍ଵାରା ୫ ୱିକେଟ ହରାଇ ୯୦ ରନ କରିଥିଲା। ଜବାବରେ ଭାରତ ୪ ୱିକେଟ ହରାଇ ୯୨ରନ କରିଥିଲା ଓ ଚାରିଟି ବଲ ବାକି ରହି ବିଜୟ ହାସଲ କରିଥିଲା। ଦିନେସ କାର୍ତ୍ତିକ ଶେଷ ଓଭରରେ ପ୍ରଥମ ଦୁଇଟି ବଲରେ ଛକା ଓ ଚୌକା ଲଗାଇ ବିଜୟ ସୁନିଶ୍ଚିତ କରିଥିଲେ।

ଭାରତୀୟ ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲାଣ୍ଡର ମାର୍ଟିନ ଗପଟିଲଙ୍କୁ ପଛରେ ପକାଇ ଟି-୨୦ ଇଣ୍ଟରନେସନାଲରେ ସର୍ବାଧିକ ଛକା ଲଗାଇବା ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି।ଦ୍ୱିତୀୟରେ ୧୭୨ ଛକା ସହ ଗପଟିଲ ଓ ତୃତୀୟରେ ୧୨୪ ଛକା ସହ ୱେଷ୍ଟଇଣ୍ଡିଜର କ୍ରିସ ଗେଲ ଅଛନ୍ତି। ରୋହିତଙ୍କ ଛଡା କୋହଲି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ଯିଏକି ଟି-୨୦ ଇଣ୍ଟରନେସନାଲରେ ୧୦୦ ଛକା ପୁରା କରିଛନ୍ତି।

Leave a Reply

Your email address will not be published. Required fields are marked *