IND vs AUS: ପୂର୍ବ ୫ରୁ ୩ ସିରିଜରେ ଅଷ୍ଟ୍ରେଲିଆ ଉପରେ ଭାରତର ଦବଦବା! ଅଶ୍ୱିନୀ, ଜାଡେଜା ଓ ପୂଜାରା ଥିଲେ ହିରୋ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫେବୃୟାରୀ ମାସରୁ ଏକ ଗୁରୁତ୍ୱପୂର୍ଣ୍ଣ ୪ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଆଗାମୀ ବିଶ୍ଵ ଟେଷ୍ଟ ଚମ୍ପିୟାନସିପ ପାଇଁ ଏହି ସିରିଜ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଭାରତୀୟ ଦଳ ଆଗକୁ ବିଶ୍ୱ ଟେଷ୍ଟ ଚମ୍ପିୟନସିପର ଫାଇନାଲରେ ପହଁଚିବାକୁ ଚାହେଁ ତେବେ ଏହି ସିରିଜ ଜିତିବାକୁ ହେବ। କମ ସେ କମ ଭାରତୀୟ ଦଳକୁ ଦୁଇଟି ଟେଷ୍ଟ ମ୍ୟାଚ ଜିତିବାକୁ ହେବ।

ବିଶ୍ଵ ଟେଷ୍ଟ ଚମ୍ପିୟନସିପ ତାଲିକା ଲିଷ୍ଟରେ ଭାରତୀୟ ଦଳ ଦ୍ଵିତୀୟରେ ଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଦଳ ଫାଇନାଲ୍ ରେ ପହଂଚିବା ପାଖାପାଖି ନିଶ୍ଚିତ ଅଟେ। ତେବେ ଭାରତୀୟ ଦଳ ସହିତ ଆଉ ଦୁଇଟି ଦଳ ଦ୍ଵିତୀୟ ସ୍ଥାନ ପାଇଁ ପ୍ରତିଯୋଗିତା କରୁଛନ୍ତି। ଶୀର୍ଷରେ ରହିଥିବା ଦୁଇଟି ଦଳ ମଧ୍ୟରେ ଜୁନ ମାସରେ ଫାଇନାଲ ମ୍ୟାଚ ହେବାର ଅଛି।

ଅଷ୍ଟ୍ରେଲିଆ ଦଳ ଭାରତ ବିପକ୍ଷରେ ଜବରଦସ୍ତ ପ୍ରସ୍ତୁତି ଚଳାଇଛି। ଦଳ ସ୍ପିନ ପିଚ ପ୍ରସ୍ତୁତ କରି ସେଥିରେ ଅଭ୍ୟାସ କରୁଛନ୍ତି। ଏହା ବ୍ୟତୀତ ଅଷ୍ଟ୍ରେଲିଆ ଦଳ ଗତ କିଛି ସମୟ ଧରି ଜବରଦସ୍ତ ଫର୍ମରେ ଅଛନ୍ତି। ଜାନୁୟାରୀ ୧ ୨୦୨୨ ପର ଠାରୁ ଅଷ୍ଟ୍ରେଲିଆ ଦଳ ୧୨ ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ଏଥିମଧ୍ୟରୁ ୭ ଟି ମ୍ୟାଚ ଜିତିଛି।

ଦଳ ଶ୍ରୀଲଙ୍କା ଏବଂ ପାକିସ୍ତାନକୁ ତାଙ୍କ ଘରୋଇ ମାଟିରେ ହରାଇଥିବା ବେଳେ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡକୁ ମଧ୍ୟ ହରାଇଛି। ଭାରତ ଗସ୍ତରେ ଅଷ୍ଟ୍ରେଲିଆ ଦଳ ୨୦୧୭ ପର ଠାରୁ କୌଣସି ଟେଷ୍ଟ ମ୍ୟାଚ ଜିତି ନାହିଁ। ୨୦୧୭ ଟେଷ୍ଟ ମ୍ୟାଚରେ ଦଳ ଭାରତକୁ ୩୩୩ ରନର ସ୍କୋରରେ ହରାଇଥିଲା।

ଉଭୟ ଦେଶ ମଧ୍ୟରେ ଖେଳା ଯାଇଥିବା ଗତ ୫ ଟି ଟେଷ୍ଟ ସିରିଜ ମଧ୍ୟରୁ ଭାରତୀୟ ଦଳ ୪ ଟି ଟେଷ୍ଟ ସିରିଜ ଜିତିଛି। ଅଷ୍ଟ୍ରେଲିଆ ପୂର୍ବରୁ ୨୦୧୪-୧୫ ବର୍ଷ ଟେଷ୍ଟ ସିରିଜ ଭାରତ ବିପକ୍ଷରେ ଜିତି ଥିଲା।

ଏହାପରେ ୨୦୧୭ ଟେଷ୍ଟ ସିରିଜ, ୨୦୧୮-୧୯ ଏବଂ ୨୦୨୦-୨୧ ଟେଷ୍ଟ ସିରିଜରେ ଭାରତୀୟ ଦଳ ଏହା ଉପରେ କବ୍ଜା କରିଛି। ଏହି ସିରଜରେ ଭାରତୀୟ ପ୍ଲେୟାରଙ୍କ କମାଲ ମଧ୍ୟ ଦେଖିବାକୁ ମିଳିଥିଲା। ଗତ ୫ ଟି ବର୍ଡର-ଗଭାସ୍କର ଟ୍ରଫି ମଧ୍ୟରେ ୩ ଥର ଭାରତୀୟ ଖେଳାଳି ପ୍ଲେୟାର ଅଫ ଦି ସିରିଜ ଆୱାର୍ଡ ଜିତିଛନ୍ତି।

୨୦୧୭ ରେ ଭାରତରେ ହୋଇଥିବା ଟେଷ୍ଟ ସିରିଜକୁ ଭାରତୀୟ ଦଳ ୨-୧ ରେ ଜିତି ନେଇଥିଲା। ରବୀନ୍ଦ୍ର ଜାଡେଜା ୨୫ ଟି ଉଇକେଟ ନେବା ସହିତ ୧୨୭ ରନ କରି ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ।

୨୦୧୮-୧୯ ବର୍ଷରେ ଅଷ୍ଟ୍ରେଲିଆରର ହୋଇଥିବା ଟେଷ୍ଟ ସିରିଜକୁ ଭାରତୀୟ ଦଳ ୨-୧ ରେ ଜିତିଥିବା ବେଳେ ଚେତେଶ୍ୱର ପୂଜାରା ଏହି ସିରିଜରେ ୩ ଟି ଶତକ ସହିତ ୫୨୧ ରନ କରି ପ୍ଲେୟର ଅଫ ଦି ସିରିଜ ହୋଇଥିଲେ। ୨୦୨୦-୨୧ ରେ ମଧ୍ୟ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା।

Leave a Reply

Your email address will not be published. Required fields are marked *