IND vs AUS: ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ୱିନର ୪ ଖେଳାଳିଙ୍କୁ ମିଳିପାରେ ଦଳରେ ମୌକା! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଫେବୃୟାରୀ ୯ ତାରିଖରୁ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ଆଗାମୀ ବିଶ୍ଵ ଟେଷ୍ଟ ସିରିଜ ଚମ୍ପିୟନସିପ ପାଇଁ ସିରିଜ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଦୃଢ ଟିମ ସହିତ ପଡିଆକୁ ଓହ୍ଲାଇବେ। ଏଥିମଧ୍ୟରେ ଭାରତୀୟ ସମ୍ଭାବ୍ୟ ଏକଦଶକୁ ନେଇ କେତେ ବଡ଼ ଖୁଲାସା ହୋଇଛି ଯାହାକି ଅଷ୍ଟ୍ରେଲିଆ ଦଳର ଚିନ୍ତା ବଢ଼ାଇ ଦେଇଛି।

ଭାରତୀୟ ସ୍ପିନ ପ୍ରତ୍ୟେକ ସମୟରେ ସ୍ପିନରମାନଙ୍କୁ ସୁହାଉ ଥିବା ବେଳେ ବିଡ଼ର୍ଭ ଷ୍ଟାଡିୟମ ମଧ୍ୟ ସ୍ପିନରଙ୍କ ପାଇଁ ଅନୁକୂଳ ରହିବ। ଇଣ୍ଡିଆନ ଏକ୍ସପର୍ଟଙ୍କ ଅନୁସାରେ ଭାରତୀୟ ଦଳ ୪ ଜଣ ସ୍ପିନରଙ୍କ ସହିତ ଏହି ପ୍ରଥମ ଟେଷ୍ଟ ମ୍ୟାଚ ଖେଳିପାରେ। ନାଗପୁର ପିଚରେ ଘାସ ଥିଲେ ମଧ୍ୟ ଆଗାମୀ ସମୟରେ ଏହି ଘାସକୁ ହଟାଇ ଦିଆଯିବ ଏବଂ ଏଠାରେ ସ୍ପିନରମାନଙ୍କୁ ସାହାଯ୍ୟ ମିଳିବ। ସେଥିପାଇଁ ଭାରତୀୟ ଦଳରେ ୪ ଜଣ ସ୍ପିନର ଖେଳିବେ।

ଟିମ ଇଣ୍ଡିଆ ସ୍କ୍ୱାର୍ଡରେ ପ୍ରଥମ ଦୁଇଟି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ସର ପଟେଲ, କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ସ୍ପିନର ଭାଵରେ ଦଳରେ ସାମିଲ କରାଯାଇଛି। ଯଦି ଦଳ ପ୍ରଥମ ମ୍ୟାଚରେ ଏହି ୪ ଜଣ ସ୍ପିନରଙ୍କ ସହିତ ପଡିଆକୁ ଓହ୍ଲାଇବ, ତେବେ ଏହିପରି ଭାବରେ ସମ୍ଭାବ୍ୟ ଏକଦଶ ହୋଇପାରେ। ଏହା ଦ୍ୱାର ଦଳକୁ ବହୁତ ଫାଇଦା ହେବା ସହିତ ଭାରତୀୟ ଦଳ ମ୍ୟାଚ ମଧ୍ୟ ଜିତି ନେବେ।

ତେବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ଜବରଦସ୍ତ ହୋଇପାରେ। ଦୁଇ ଦଳ ମଝଭୂତ ଅଛନ୍ତି। ଭାରତ ୪ ସ୍ପିନରଙ୍କ ସହ ଖେଳିପାରେ।

ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାର୍ଡ:
ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ଚେତେଶ୍ୱର ପୂଜାରା, ଶୁଭମନ ଗିଲ, ସୂର୍ଯ୍ୟ କୁମାର ଯାଦବ, ଇଶାମ କିଷାନ, ମହମ୍ମଦ ସାମୀ, ମହମ୍ମଦ ସିରାଜ, କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଅକ୍ସର ପଟେଲ, କେ ଏସ ଭରତ, ଉମେଶ ଯାଦବ, ଜୟଦେବ ଉନାଦକତ, ଶ୍ରେୟସ୍ ଅୟର।

Leave a Reply

Your email address will not be published. Required fields are marked *