ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଫିଟ ହୋଇ ଦଳକୁ ଫେରିଛନ୍ତି। ଇଂଜୁରୀ କାରଣରୁ ଅଷ୍ଟ୍ରେଲିଆରେ ହୋଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପରେ ସେ ଦଳରେ ସାମିଲ ହୋଇ ପାରି ନଥିଲେ। ବର୍ତ୍ତମାନ ସେ ଦଳକୁ ଫେରିବାକୁ ଯାଉଛନ୍ତି। ଶୁକ୍ରବାର ସେ ଏକ ଭିଡ଼ିଓ ସେୟାର କରିଥିବା ବେଳେ ଯାହାକି କ୍ରିକେଟ ପ୍ରେମୀଙ୍କୁ ଆନନ୍ଦିତ କରି ଦେଇଛି।
ପୂର୍ବ କିଛି ମାସ ମଧ୍ୟରେ ସେ ବାରମ୍ବାର ଦଳରୁ ଭିତର ବାହାର ହେଉଥିବା ବେଳେ ବର୍ତ୍ତମାନ ସ୍ଥାୟୀ ଭାବରେ ଦଳକୁ ଫେରିବାକୁ ଚାହୁଁଛନ୍ତି। ସେ ବର୍ତ୍ତମାନ ଟ୍ରେନିଂର ଅଭ୍ୟାସ ସମୟରେ କଠିନ ପରିଶ୍ରମ କରୁଛନ୍ତି। ସେ ଯେଉଁ ଭାବରେ ପଡିଆରେ ଦୌଡୁଛନ୍ତି, ତାଙ୍କୁ ଦେଖି କ୍ରିକେଟ ପ୍ରେମୀମାନେ ଖୁସିରେ ଝୁମି ଉଠିଛନ୍ତି।
ବୁମରା ଶୁକ୍ରବାର ଦିନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ପ୍ରଥମେ କିଛି ଏକ୍ସରସାଇଜ କରିଥିଲେ। ଇନଡୋର ପ୍ରାକ୍ଟିସରେ ସେ ୱାର୍ମ ଅପ କରିଥିଲେ। ଏହା ପରେ ସେ ପଡିଆ ସାରା ଦୌଡ଼ି ଥିଲେ। ସେ ଏହି ସମୟରେ ସମ୍ପୂର୍ଣ୍ଣ ଲୟରେ ନଜର ଆସିଥିଲେ। ପୂର୍ବ କିଛି ମାସରେ ଭାରତୀୟ ଦଳରେ ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ବହୁତ ହଇରାଣ କରିଥିଲା। ସେ ଦଳକୁ ଫେରିବା ଦ୍ୱାରା ଇଣ୍ଡିଆକୁ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ସାହାସ ମିଳି ଯାଇଛି।
ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଉଥିବା ସିରିଜର ଅଭ୍ୟାସ ସମୟରେ ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ସେ ବେଙ୍ଗାଳୁରୁ ଅନ୍ତର୍ଜାତୀୟ କ୍ରିକେଟ ଏକାଡେମୀ ଚାଲି ଯାଇଥିଲେ। ଏହାପରେ ସେ ଇଂଜୁରୀ ହେବାର ଖବର ଦିଆ ଯାଇଥିଲା ଏବଂ ଏହାର କିଛି ଦିନ ପରେ ସେ ଯନ୍ତ୍ରଣା କାରଣରୁ ଟି-ଟ୍ୱେଣ୍ଟି ବିଶ୍ୱକପ ଦଳରୁ ବାହାର ହୋଇ ଯାଇଥିଲେ।
ତେବେ ବୁମରା ଜଣେ ଜବରଦସ୍ତ ବୋଲର। ସେ ଅନେକ ମ୍ୟାଚ ବିଜୟୀ ବୋଲିଂ କରିଛନ୍ତି। ସେ IPL ରେ ମୁମ୍ବାଇ ଦଳରେ ସାମିଲ ଅଛନ୍ତି। ସେ ସୁନ୍ଦର ଭାବେ ୟର୍କର ପକାଇବାରେ ମାହିର।