ଟିମ ଇଣ୍ଡିଆ ଆଗାମୀ ମାସରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ।ଟିମ ଇଣ୍ଡିଆକୁ ଅଷ୍ଟ୍ରେଲିଆ ଗସ୍ତରେ ବଡ ଆଶ୍ବସ୍ଥି ମିଳିବ ବୋଲି କଥା ସାମ୍ନାକୁ ଆସିଛି।
ଟିମ ଇଣ୍ଡିଆକୁ ଆଗାମୀ ମାସରେ ଅଷ୍ଟ୍ରେଲିଆ ଯିବାର ଅଛି।ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆ କ୍ୱିସଲ୍ୟାଣ୍ଡ ରେ ୧୪ ଦିନ କ୍ୱାରେଣ୍ଟିନରେ ରହିବାର ବ୍ୟବସ୍ଥା ରହିଛି।କ୍ୱିସଲ୍ୟାଣ୍ଡ ସ୍ୱାସ୍ଥ୍ୟ ବିଭାଗ ଏମିତି ସଂକେତ ଦେଇଛନ୍ତି କି ଭାରତୀୟ ଟିମକୁ ଅନିର୍ବାର୍ଯ୍ୟ କ୍ୱାରେଣ୍ଟିନରେ ରିହାତି ମିଳିପାରେ।

କ୍ୱିସଲ୍ୟାଣ୍ଡ ସ୍ୱାସ୍ଥ୍ୟ ବିଭାଗର ଏକ ପ୍ରବକ୍ତା ଏହାର ପୃଷ୍ଟି କରିଛନ୍ତି। ପ୍ରବକ୍ତା କହିଛନ୍ତି କି କୱାରଟିନରେ ବିଚାର କରିବା ପାଇଁ ସେଠି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏକ ଆବେଦନ ମିଳିଛି। ଏଥିରୁ ଜଣାପଡିଛି କି ବିସିସିଆଇ ନିଜର ଏହି ଆବେଦନ ଜରିଆରେ ୧୪ ଦିନର କ୍ବାରେନଟାଇନ ଅବଧିରେ ରିୟାସତ ଚାହୁଁଚି।ଭାରତୀୟ ଟିମ ଯଦି ୧୪ ଦିନ କ୍ୱାରେଣ୍ଟିନରେ ରୁହେ ତ ସେ ସୀମିତ ଓଭର ମ୍ୟାଚ ପାଇଁ ଅଭ୍ୟାସ ମ୍ୟାଚ ଖେଳିବାରେ ଅସମର୍ଥ ହେବେ।କାର୍ଯ୍ୟକ୍ରମ ଅନୁସାରେ ୧୪ ନଭେମ୍ବରରେ ଭାରତ ତାର ସୀମିତ ଓଭର ମ୍ୟାଚ ଖେଳିବ।
ପ୍ରବକ୍ତା କହିଛନ୍ତି- “କ୍ୱିସଲ୍ୟାଣ୍ଡ ସ୍ୱାସ୍ଥ୍ୟ ବିଭାଗ ଭାରତୀୟ ଟିମ ଠାରୁ ପାଇଥିବା ଏକ ଆବେଦନର ସମୀକ୍ଷା କରୁଛି।ଏହା ଉପରେ ଆଗକୁ ବଢ଼ିବାରେ ରୂପରେ ଆମେ ଟିମସହ ମିଶି କାମ କରିବୁ। “କ୍ୱିସଲ୍ୟାଣ୍ଡ ସ୍ୱାସ୍ଥ୍ୟ ବିଭାଗ ୱାନଡେ ସିରିଜ ପୂର୍ବରୁ କ୍ୱାରେଣ୍ଟିନ ଅବଧି ଓ ସମ୍ଭାବିତ ଏକ ଅଭ୍ୟାସ ମ୍ୟାଚ ଉପରେ ଏକ ପ୍ରଶ୍ନ ପଚରା ଯାଇଛି। ହେଲେ ପ୍ରବକ୍ତା ଏହି ବିଷୟରେ ବିସ୍ତାର ଭାବେ କହିନାହାନ୍ତି।

କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏ ବର୍ଷ ଶେଷକୁ ହେବାକୁ ଥିବା ଇଣ୍ଡିଆ ବିରୁଦ୍ଧରେ ଘରୋଇ ସିରିଜ ପାଇଁ ଏବେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି କରିନାହାନ୍ତି।
୧୦ ନଭେମ୍ବରରେ ଆଇପିଏଲ ସମାପ୍ତ ହେବା ପରେ ଇଣ୍ଡିଆର ପ୍ରଥମ ଗସ୍ତ ଅଷ୍ଟ୍ରେଲିଆକୁ ହେବ। ଏହି ଗସ୍ତରେ ଟିମ ଇଣ୍ଡିଆକୁ ୨୫ନଭେମ୍ବରରୁ ୧୯ ଜାନୁୟାରୀ ୨୦୨୧ପର୍ଯ୍ୟନ୍ତ ୩ ଟି ୱାନଡେ,୩ ଟି ଟି-୨୦ଓ ୪ ଟି ଟେଷ୍ଟ ମ୍ୟାଚ ଖେଳିବାର ଅଛି।

ନିୟମ ଅନୁସାରେ ବାହାରୁ ଆସୁଥିବା ଲୋକଙ୍କୁ କ୍ୱିସଲ୍ୟାଣ୍ଡରେ ୧୪ ଦିନ କ୍ୱାରେଣ୍ଟିନରେ ରହିବାର ଅବଧି ରହିଛି। ଏହା ମାନେ ସିରିଜ ଆରମ୍ଭ ହେବା ଆଗରୁ ଟିମ ନିଜର ଅଭ୍ୟାସ ମ୍ୟାଚ ଖେଳିପାରିବ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।