ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୬ ଫେବୁଆରୀରେ ଆରମ୍ଭ ହେବାର ଅଛି ODI ସିରିଜ ଓ ଏହା ପରେ ଖେଳାଯିବାର ଅଛି ଟି-୨୦ ସିରିଜ। ପୂର୍ଵ କିଛି ମାସରୁ ଭାରତୀୟ ଟିମ ପୁରା ବଦଳିଯାଇଛି ବିରାଟ କୋହଲି ଭାରତୀୟ କୌଣସି ଫର୍ମାଟର ଅଧିନାୟକ ନାହଁନ୍ତି। ରୋହିତଙ୍କୁ ଟି-୨୦ ଓ ଏକଦିବସିୟର ଅଧିନାୟକ କରାଯାଇଛି। ସେ ଏକଦିବସିୟରେ ପ୍ରଥମ ଥର ରେଗୁରାଲ ଅଧିନାୟକତ୍ୱ ରୂପରେ ଦାୟୀତ୍ୱ ତୁଲାଇବେ। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜରେ ସେ ଆରମ୍ଭ କରିଥାନ୍ତେ କିନ୍ତୁ ସେ ଆଘାତ ଥିବାରୁ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜରେ କେ ଏଲ ରାହୁଲ ଅଧିନାୟକତ୍ୱ କରିବାର ନଜର ଆସିଥିଲେ।

ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏହି ଏକଦିବସିୟ ସିରିଜ ରୋହିତଙ୍କ ପାଇଁ ଏଥିପାଇଁ ଖାସ କାରଣ ସେ ଅଧିନାୟକତ୍ୱ କରିବେ ଏଥିପାଇଁ ନୁହେଁ ବରଂ ସିରିଜର ପ୍ରଥମ ମ୍ୟାଚ ଭାରତର ୧୦୦୦ ତମ ଏକଦିବସିୟ ମ୍ୟାଚ ଅଟେ। ଭାରତ ପ୍ରଥମ ଦେଶ ଭାବେ ୧୦୦୦ଟି ଏକଦିବସିୟ ମ୍ୟାଚ ପୁରା କରିବ। ଆପଣଙ୍କୁ କହିରଖିବି ଭାରତ ଏକଦିବସିୟ ଖେଳିବା ୧୯୭୪ରୁ ଆରମ୍ଭ କରିଥିଲା ଓ ପ୍ରଥମ ମ୍ୟାଚ ଇଂଲଣ୍ଡ ବିରୁଦ୍ଧରେ ଖେଳିଥିଲା। ସେହି ସମୟରେ ୫୦ ଓଭର ବଦଳରେ ଏକଦିବସିୟ ମ୍ୟାଚ ୬୦ ଓଭର ବିଶିଷ୍ଟ ଥିଲା।ସେହି ମ୍ୟାଚ ଭାରତ ହାରିମଧ୍ୟ ଯାଇଥିଲା।
ଭାରତର ଏକଦିବସିୟ ମ୍ୟାଚ କଥା କହିବା ତ ଏଯାଏ ଭାରତ ୯୯୯ ଟି ଏକଦିବସିୟ ମ୍ୟାଚ ଖେଳିଛି। ଏଥିରୁ ଭାରତ ୫୧୮ ଟିରେ ବିଜୟ ହୋଇଥିବା ବେଳେ ୪୩୧ଟି ମ୍ୟାଚ ହାରିଯାଇଛି। ସବୁଠୁ ଅଧିକ ଏକଦିବସିୟ ମ୍ୟାଚ ଖେଳିବା ମାମଲାରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଅଛି।ଅଷ୍ଟ୍ରେଲିଆ ଏବେ ପର୍ଯ୍ୟନ୍ତ ୯୫୮ ଟି ଏକଦିବସିୟ ଖେଳିଛି ଯେଉଁଥିରୁ ୫୮୧ ଟି ମ୍ୟାଚ ଜିତିଥିବା ବେଳେ ୩୩୪ ଟି ହାରିଛି। ଏହି ଲିଷ୍ଟରେ ତୃତୀୟ ସ୍ଥାନରେ ଅଛି ପାକିସ୍ତାନ ଯିଏକି ଏଯାଏ ୯୩୬ ଟି ଏକଦିବସିୟ ମ୍ୟାଚ ଖେଳିଛି ଯେଉଁଥିରେ ୪୯୦ ଟି ମ୍ୟାଚ ଜିତିଥିବା ବେଳେ ୪୧୭ ଟି ମ୍ୟାଚ ହାରିଛି।

ରୋହିତ ଲଗାତର ଦୁଇଟି ବିଶ୍ୱକପରେ ଅଧିନାୟକତ୍ୱ କରିବାର ଚାନ୍ସ ଅଛି। ଗୋଟେ ଏହି ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଓ ଅନ୍ୟଟି ୨୦୨୩ରେ ହେବାକୁ ଥିବା ଏକଦିବସିୟ ବିଶ୍ୱକପ। ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜରେ ଭାରତ ୩-୦ ରେ ହାରିଥିଲା। ୱେଷ୍ଟଇଣ୍ଡିଜ ସହ ତିନୋଟି ଯାକ ଏକଦିବସିୟ ୬, ୯, ୧୨, ଫେବୁଆରୀକୁ ଅହମ୍ମଦାବାଦରେ ଖେଳାଯିବାର ଅଛି। ସେହିପରି ତିନୋଟି ଯାକ ଟି-୨୦ ମ୍ୟାଚ ୧୫,୧୮, ୨୦ ଫେବୁଆରୀକୁ କୋଲକତାରେ ଖେଳାଯିବାର ଚାନ୍ସ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।