ଦ. ଆଫ୍ରିକା ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା, ପାଣ୍ଡ୍ୟାଙ୍କ ସହିତ ତିନି ଖେଳାଳି ଦଳରୁ ବାଦ୍

ବ୍ୟୁରୋ ରିପୋର୍ଟ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ବିଜୟ ପରେ ଭାରତୀୟ ଟିମ ନିଜର ବିଶ୍ୱକପ ଆଗରୁ ଶେଷ ସିରିଜ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାକୁ ଯାଉଛି। ଏହା ଆଗରୁ ଟିମକୁ ବହୁତ ବଡ଼ ଝଟକା ଲାଗିଯାଇଛି। ଏହାର ପ୍ରମୁଖ ତିନି ଜଣ ଖେଳାଳି ଟିମରୁ ବାହାରି ଯାଇଛନ୍ତି।

ଆଘାତ ଲାଗିବା କାରଣରୁ ଦୀପକ ହୁଡ୍ଡା ଏବଂ ମହମ୍ମଦ ସାମୀ ଟିମରୁ ବାହାରି ଯାଇଛନ୍ତି। ଏହା ସହ ହିଁ ବର୍ତ୍ତମାନର ଟିମର ଜବରଦସ୍ତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ମଧ୍ୟ ଟିମରୁ ବାହାରେ ଅଛନ୍ତି। ତେବେ ତାଙ୍କ ସ୍ଥାନରେ ନୂଆ ଖେଳାଳି ମାନଙ୍କର ଆସିବା ପ୍ରାୟ ପକ୍କା ହେଇ ଯାଇଛି। ଏହି ତିନି ଖେଳାଳି ମାନଙ୍କର ଅନୁପସ୍ଥିତି ଟିମ ପାଇଁ ମୁସ୍କିଲ ହେଇପାରେ।

ଏହି ତିନି ଜଣ ଖେଳାଳି ମାନଙ୍କର ଟିମରୁ ବାହାରିବା ପରେ ଟିମକୁ ଆଉ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ କାରଣ ତାଙ୍କ ରିପ୍ଲେସମେଣ୍ଟ ଭାବେ ଟିମକୁ ତିନି ଜଣ ଜବରଦସ୍ତ ଖେଳାଳି ମାନଙ୍କର ଏଣ୍ଟ୍ରି ହେବାକୁ ଯାଉଛି। ମହମ୍ମଦ ସାମିଙ୍କ ସ୍ଥାନରେ ଉମେଶ ଯାଦବ କେରଳ ପହଂଚି ସାରିଛନ୍ତି ଆଉ ଟିମ ସହ ପ୍ରାକ୍ଟିସ ଜାରି ରଖିଛନ୍ତି।

ତେବେ ଏହା ଭିତରେ ଏକ ନାମ ଅଛି ଶ୍ରେୟସ ଅୟର। ଏହା ସହ ସ୍ପିନ ଅଲ ରାଉଣ୍ଡର ଶାହବାଜ ଅହମ୍ମଦ ମଧ୍ୟ ଟିମ ସହ ଯୋଡିବାକୁ ଯାଉଛନ୍ତି। ବାସ ଏବେ ବିସିସିଆଇ ତରଫରୁ ଅଫିସିଆଲ ଘୋଷଣା ନାମା ହେବା ରହିଛି। ସିରିଜର ପ୍ରଥମ ମ୍ୟାଚ ୨୮ ସେପ୍ଟେମ୍ବରକୁ ହେବାକୁ ଯାଉଛି।

ମିଡ଼ିଆ ରିପୋର୍ଟ ଅନୁସାରେ କୋ- ଭି- ଡ ୧୯ରୁ ମହମ୍ମଦ ସାମି ସମ୍ପୂର୍ଣ ରୂପେ ବାହାରି ପାରି ନାହାନ୍ତି ଯାହା କାରଣରୁ ତାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ପୁଣି ଥରେ ସୁଯୋଗ ମିଳିବାକୁ ଯାଉଛି। ପିଠିରେ ଆଘାତ କାରଣରୁ ଦୀପକ ହୁଡ୍ଡା ମଧ୍ୟ ଟିମରୁ ବାହାରି ଯାଇଛନ୍ତି ଆଉ ତାଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଜାଗା ମିଳିବାକୁ ଯାଉଛି।

Leave a Reply

Your email address will not be published. Required fields are marked *