ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ପ୍ରସ୍ତୁତ ହୋଇ ଯାଇଛନ୍ତି। ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ଗସ୍ତରୁ ସିନିୟର ଖେଳାଳିଙ୍କୁ ଵିଶ୍ରାମ ଦିଆ ଯାଇଥିଲା। ଏହାପରେ ବର୍ତ୍ତମାନ ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି।
ଏହାପରେ ଉଭୟ ଦେଶ ମଧ୍ୟରେ ଡିସେମ୍ବର ୧୪ ରୁ ୨ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ ସିରିଜ ମଧ୍ୟ ଖେଳାଯିବ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦିନିକିଆ ସିରିଜରୁ ପୂର୍ବରୁ ବାଦ ପଡି ସରିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଭାବରେ ଠିକ ହୋଇ ନଥିବା ଯୋଗୁଁ ଟେଷ୍ଟ ମ୍ୟାଚ ଖେଳିବା ନେଇ ମଧ୍ୟ ସଂଶୟ ସୃଷ୍ଟି ହୋଇଛି। ତାଙ୍କ ସ୍ଥାନରେ ବାମହାତୀ ସ୍ପିନର ଅଲରାଉଣ୍ଡର ସୌରଭ କୁମାରଙ୍କୁ ସ୍ଥାନ ମିଳିପାରେ। ବର୍ତ୍ତମାନ ସେ ଭାରତ-ଏ ଦଳ ସହିତ ବାଂଲାଦେଶ ଗସ୍ତରେ ଅଛନ୍ତି।
୨୯ ବର୍ଷୀୟ ସୌରଭ କୁମାର ମଙ୍ଗଳବାର ଦିନ ବାଂଲାଦେଶ-ଏ ବିପକ୍ଷରେ ୪ ଦିନିକିଆ ଅନଅଫିସିଆଲ ଟେଷ୍ଟ ସିରିଜର ପ୍ରଥମ ଦିନରେ ଅତି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ୮ ଓଭରରେ ୨୩ ରନ ଦେଇ ୪ ଟି ୱିକେଟ ନେଇଛନ୍ତି। ଉତ୍ତରପ୍ରଦେଶର ଏହି ଖେଳାଳିଙ୍କ ପ୍ରଥମ ଶ୍ରେଣୀ ରେକର୍ଡ ଅତି ଜବରଦସ୍ତ ରହିଛି। ବାଂଲାଦେଶର ସ୍ପିନ ପିଚ ଭାରତୀୟ ବୋଲରଙ୍କୁ ସୁହାଇବ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୫୨ ଟି ପ୍ରଥମ ଶ୍ରେଣୀର କ୍ରିକେଟ ଖେଳି ୨୨୨ ଟି ୱିକେଟ ନେଇଛନ୍ତି। ୩୨ ରନରେ ୭ ଟି ୱିକେଟ ତାଙ୍କର ବେଷ୍ଟ ପ୍ରଦର୍ଶନ ରହିଛି।
ସୌରଭ କୁମାର ପ୍ରଥମ ଶ୍ରେଣୀ କ୍ରିକେଟରେ ୧୭ ଥର ୫ ଟି ୱିକେଟ ଏବଂ ୬ ଥର ୧୦ ଟି ୱିକେଟରେ କାରନାମା କରିଛନ୍ତି। ଏଥିରୁ ତାଙ୍କର ଜବରଦସ୍ତ ପ୍ରଦର୍ଶନ ସମ୍ପର୍କରେ ଅନ୍ଦାଜ ଲଗାଯାଇ ପାରେ। ଏହି ଅଲରାଉଣ୍ଡର ୨ ଟି ଶତକ ଏବଂ ୧୦ ଟି ଅର୍ଦ୍ଧ ଶତକ ସହିତ ୨୯ ଅଉସତରେ ୧୭୨୧ ରନ କରିଛନ୍ତି। ତାଙ୍କର ବେଷ୍ଟ ସ୍କୋର ୧୩୩ ରହିଛି। ଯଦି ଲିଷ୍ଟ-ଏ ସମ୍ପର୍କରେ ଦେଖିବା, ତେବେ ୩୨ ମ୍ୟାଚରେ ୪.୨୩ ଇକୋନୋମିରେ ୪୬ ଟି ୱିକେଟ ନେଇଛନ୍ତି। ୨୫ ରନ ଦେଇ ୬ ଟି ୱିକେଟ ତାଙ୍କର ବେଷ୍ଟ ପ୍ରଦର୍ଶନ ରହିଛି। ଏହା ବ୍ୟତୀତ ଏକ ଅର୍ଦ୍ଧ ଶତକ ସହାୟତାରେ ୨୭୧ ରନ କରିଛନ୍ତି।
ଟି-ଟ୍ୱେଣ୍ଟି କ୍ରିକେଟରେ ସୌରଭ କୁମାର ୩୩ ଟି ମ୍ୟାଚରେ ୭ ଇକୋନୋମିରେ ୨୪ ଟି ୱିକେଟ ନେଇଛନ୍ତି। ୨୫ ରନରେ ୫ ଟି ୱିକେଟ ତାଙ୍କର ବେଷ୍ଟ ପ୍ରଦର୍ଶନ ରହିଛି। ଏହା ସହିତ ୧୨୯ ଷ୍ଟ୍ରାଇକ ରେଟରେ ୧୪୮ ରନ କରିଛନ୍ତି।