ଭାରତ ଇଂଲଣ୍ଡ ବିରୁଦ୍ଧରେ ପୁଣି ତୃତୀୟ ଟି-୨୦ରେ ଭଲ ପ୍ରଦର୍ଶନ କରିପାରିନାହିଁ। ଏହି ଟି-୨୦ରେ ଇଂଲଣ୍ଡ ଭାରତକୁ ୮ ୱିକେଟରେ ହରାଇଛି। ଏହା ସହ ଇଂଲଣ୍ଡ ପ୍ରଥମ ଟି-୨୦ ମଧ୍ୟ ଜିତିଥିଲା। ଭାରତ ବ୍ୟାଟିଙ୍ଗ ପାଇଁ ସଂଘର୍ଷ କରିବା ସହ ସ୍ପିନ ଆଟାକରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିନାହିଁ। ଖାସ କରି ଚହଲ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି। ସେ ତୃତୀୟ ଟି-୨୦ ରେ ୪ ଓଭରରେ ୪୧ ରନ ଦେଇ ମାତ୍ର ଗୋଟେ ୱିକେଟ ଅକ୍ତିଆର କରିଛନ୍ତି। ସେ ଏବେ ପର୍ଯ୍ୟନ୍ତ ଏହି ସିରିଜରେ ମାତ୍ର ୩ ଟି ୱିକେଟ ହିଁ ଅକ୍ତିଆର କରିଛନ୍ତି।

ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଅଧିନାୟକ ବିରାଟ କୋହଲିଙ୍କର ଟି-୨୦ ଓ ଏକଦିବସିୟରେ ପ୍ରଥମ ପସନ୍ଦ ।କିନ୍ତୁ ତାଙ୍କର ଖରାପ ପ୍ରଦର୍ଶନ କରି ଏହା ଚର୍ଚା ହେବାରେ ଲାଗିଛି କି ତାଙ୍କୁ ସର୍ବଦା ଟିମରେ କଣ ପାଇଁ ବଛାଯାଉଛି।ଏବେ ଏହା ମଧ୍ୟ କୁହାଯାଉଛିକି ଭଲ ପ୍ରଦର୍ଶନ କରି ମଧ୍ୟ କୂଲଦୀପ ଯାଦବଙ୍କୁ ଅଣଦେଖା କରାଯାଉଛି। ଲେଗ ସ୍ପିନର ରାହୁଲ ଚାହାର ମଧ୍ୟ ଗୋଟେ ଚଏସ ଅଟନ୍ତି ଯାହାଙ୍କୁ ମୌକା ଦେବା ଯୋଗ୍ୟ।
ଟି-୨୦ରେ ରିଷ୍ଟ ସ୍ପିନର ବହୁତ ଭଲ ପ୍ରଦର୍ଶନ କରିଥାନ୍ତି।ଏହି ବର୍ଷ ଟି-୨୦ ବିଶ୍ୱକପ ମଧ୍ୟ ହବାକୁ ଅଛି ତେଣୁ ଭାରତ ତିନୋଟି ସ୍ପିନରଙ୍କୁ ପ୍ରସ୍ତୁତ ରଖିବାକୁ ଚାହିଁବ। ସ୍ପିନର ତିନିପ୍ରକାର ହୋଇଥାନ୍ତି ପ୍ରଥମ ରିଷ୍ଟ ସ୍ପିନର ଏହା ଭିତରେ ଲେଗ ସ୍ପିନର ଓ ଚାଇନାମେଣ୍ଟ ବୋଲର ଆସିଥାନ୍ତି ,ଦ୍ୱିତୀୟରେ ଅଫ ସ୍ପିନର ଓ ତୃତୀୟରେ ବାମହାତୀ ପରଂପରାଗତ ସ୍ପିନର।

ପୂର୍ଵ ଦୁଇ ତିନିବର୍ଷର ପ୍ରଦର୍ଶନକୁ ଦେଖିବା ତ ଭାରତ କେବଳ ବୋଲିଙ୍ଗରେ ଭାରତୀୟ ପିଚ କେବଳ ସ୍ପିନରେ ଦୁଇପ୍ରକାର ଫର୍ମାଟରେ ଫସିଥିବା ଦେଖାଯାଇଛି।ଏହି ଦୁଇଟି ଫର୍ମାଟ ରିଷ୍ଟ ସ୍ପିନ ଓ ଅଫ ସ୍ପିନ ଅଟେ। ବାମହାତୀ ସ୍ପିନ କଥା କହିବା ତ ଏଥିରେ ରବୀନ୍ଦ୍ର ଜାଡେଜା ଭାରତର ପ୍ରଥମ।ପସନ୍ଦ ଅଟନ୍ତି ସେ ନିଜ ବୋଲିଙ୍ଗ, ବ୍ୟାଟିଙ୍ଗ ଓ ଫିଲ୍ଡଙ୍ଗରେ ଟିମକୁ ଯୋଗଦାନ ଦେଇଛନ୍ତି। କିନ୍ତୁ ଲେଗ ସ୍ପିନରେ ଚହଲଙ୍କୁ କୂଲଦୀପ ଯାଦବ ଓ ଅଫ ସ୍ପିନରେ ୱାସିଙ୍ଗଟନ ସୁନ୍ଦରଙ୍କୁ ଅଶ୍ୱିନଙ୍କ ଠୁ ଟକର ମିଳିଥାଏ।
ଗୌତମ ଗମ୍ଭୀରଙ୍କ ଭଳି ପୂର୍ଵ ଖେଳାଳି ଅଶ୍ୱିନୀଙ୍କୁ ଧଳା ବଲ କ୍ରିକେଟରେ ଅଣଦେଖା କରାଯାଉଥିବା କଥା କହିଛନ୍ତି ସେହିପରି ଅଶ୍ୱିନୀ ମଧ୍ୟ ମୌକା ମିଳିଲା ଦିନିକିଆ ଓ ଟି-୨୦ରେ ଭଲ ପ୍ରଦର୍ଶନ କରିପାରିବେ ବୋଲି କହିଛନ୍ତି।ଚାରିଦିନ ପୂର୍ବରୁ କୋହଲି ଅଶ୍ୱିନୀଙ୍କୁ ଟି-୨୦ରେ ସାମିଲ ନେଇ କହିଥିଲେ ୱାସିଙ୍ଗଟନ ସୁନ୍ଦର ଭଲ ପ୍ରଦର୍ଶନ କରିଛନ୍ତି ଏବେ ଯଦି ଅଶ୍ୱିନୀଙ୍କୁ ସାମିଲ କରାଯାଇ ଦୁଇଟି ଅଫ ସ୍ପିନର ରଖାଯିବ ତେବେ ଟିମ କମ୍ବୀନେସନ ଖରାପ ହୋଇଯିବ।

୨୦୧୯ ପରଠୁ ରେକର୍ଡ ଦେଖିବା ତ ଚହଲ ଓ କୂଲଦୀପଙ୍କ ମଝିରେ କଡା ଟକର ଦେଖାଯାଇଛି। ଚହଲ ଏହା ମଧ୍ୟରେ ମୋଟ ୪୧ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି ଓ ସେଥିରେ ୫୪ ୱିକେଟ ହାସଲ କରିଛନ୍ତି ସେହିପରି କୂଲଦୀପ ଯାଦବ ୩୪ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି ଓ ୫୧ ୱିକେଟ ହାସଲ କରିଛନ୍ତି। ଏହା ମଧ୍ୟରେ ଟି-୨୦ରେ କୁଲଦୀପଙ୍କର ବୋଲିଙ୍ଗ ଔସତ ଚହଲଙ୍କ ଠୁ ଭଲ ରହିଛି।
ଏବେ ଅଶ୍ୱିନୀ ଓ ସୁନ୍ଦରଙ୍କ କଥା କହିବା ତ ଅଶ୍ୱିନୀଙ୍କୁ ପୂର୍ଵ ଚାରିବର୍ଷ ହେବ ସୀମିତ ଓଭର କ୍ରିକେଟ ଖେଳିବାକୁ ମିଳିନାହିଁ ସେ ଶେଷ ଟି-୨୦ ଓ ଦିନିକିଆ ମ୍ୟାଚ ୨୦୧୭ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଖେଳୁଥିଲେ। ଅଶ୍ୱିନୀ ୧ ଜାନୁଆରୀ ୨୦୧୯ରୁ ଏବେ ପର୍ଯ୍ୟନ୍ତ ୧୩ ଟେଷ୍ଟ ମ୍ୟାଚରେ ୬୭ ୱିକେଟ ଅକ୍ତିଆର କରିଛନ୍ତି। ସୁନ୍ଦର ଏହା ମଧ୍ୟରେ ମୋଟ ୨୬ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ମୋଟ ୨୧ ୱିକେଟ ଅକ୍ତିଆର କରିଛନ୍ତି। ସୁନ୍ଦର ଟେଷ୍ଟରେ ୬ ଓ ଟି-୨୦ରେ ୧୫ ୱିକେଟ ଅକ୍ତିଆର କରିଛନ୍ତି। ଆଇପିଏଲ ୨୦୧୭ ପରଠୁ ଯଦି ଦୁହିଙ୍କ ରେକର୍ଡ ଦେଖିବା ତ ଅଶ୍ୱିନୀ ୫୨ ଟି-୨୦ରେ ୪୮ ୱିକେଟ ଓ ସୁନ୍ଦର ୮୭ ଟି-୨୦ରେ ୬୭ ୱିକେଟ ଅକ୍ତିଆର କରିଛନ୍ତି।

ଡିସେମ୍ବର ୨୦୧୭ ରୁ ଟି-୨୦ ରେ ଡେଭ୍ୟୁ କରିଥିବା ସୁନ୍ଦର ପାୱାରପ୍ଲେରେ ବୋଲିଙ୍ଗ କରି ୨୧ ମ୍ୟାଚରେ ୧୩ ୱିକେଟ ଅକ୍ତିଆର କରିଛନ୍ତି। ଏହା ମଧ୍ୟରେ ତାଙ୍କ ଇକୋନାମୀ ରେଟ ୬.୬୪ ରହିଥିଲା। ଯାହାକି ଟି-୨୦ରେ ଉଚ୍ଚକୋଟିର। ଏହି ରେକର୍ଡରେ ଆଇସିସିର ମୋଟ ଟିମ ମେମ୍ବର ମଧ୍ୟରୁ ୬ ଜଣ ହିଁ ସୁନ୍ଦରଙ୍କ ଠୁ ପାୱାରପ୍ଲେରେ ଅଧିକ ୱିକେଟ ଅକ୍ତିଆର କରିଛନ୍ତି। ସେଥିପାଇଁ ଟି-୨୦ରେ ଅଲରାଉଣ୍ଡର ରୂପରେ ସୁନ୍ଦର ଅଶ୍ୱିନୀଙ୍କ ଉପରେ ଭାରି ପଡୁଥିବା ଦେଖାଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।