IND VS AUS: ୬୪ ରନ କଲେ ନିଜ ନାମରେ ବଡ଼ ରେକର୍ଡ କରିବେ ବିରାଟ! ବନିଯିବେ ନମ୍ବର ୱାନ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ୪ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଫେବୃୟାରୀ ୯ ତାରିଖରେ ନାଗପୁରରେ ଖେଳାଯିବାର ଅଛି। ସେ ୬୪ ରନ କଲେ ଏକ ନୂଆ ରେକର୍ଡ ନିଜ ନାମରେ କରି ପାରନ୍ତି। ବିରାଟ ଜଣେ ଦକ୍ଷ ଖେଳାଳି। ସେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି।

ବିରାଟ କୋହଲି ଗୁରୁବାର ଦିନ ଖେଳିବା ପାଇଁ ପଡିଆକୁ ଓହ୍ଲାଇଲେ ତାଙ୍କ ପାଖରେ ଏକ ଖାସ୍ ଲିଷ୍ଟରେ ସାମିଲ ହେବା ଲାଗି ଏକ ମୌକା ରହିଛି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୪,୯୩୬ ରନ କରି ନେଇଛନ୍ତି।

ବର୍ତ୍ତମାନ ସେ ୨୫,୦୦୦ ରନ ପୂରଣ କରିବା ପାଇଁ ତାଙ୍କ ପାଖରେ କେବଳ ୬୪ ରନର ଆବଶ୍ୟକତା ରହିଛି। ଏପରି କରିବାରେ ସେ ଭାରତର ଦ୍ଵିତୀୟ ଏବଂ ଦୁନିଆର ଷଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଯିବେ। ୨୫,୦୦୦ ରନ ପୂରଣ କରିବା ଲିଷ୍ଟରେ ଭାରତୀୟ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବ୍ୟତୀତ କୁମାରା ସଙ୍ଗାକାରା, ରିକି ପଣ୍ଟିଙ୍ଗ, ମାହେଲା ଜୟବର୍ଦ୍ଧନେ ଏବଂ ଜ୍ୟାକ କାଲିସ ମଧ୍ୟ ସାମିଲ ଅଛନ୍ତି।

୬୪ ରନ କରିବା ସହିତ ବିରାଟ କୋହଲି ସବୁଠାରୁ କମ୍ ମ୍ୟାଚରେ ୨୫,୦୦୦ ରନ ପୂରଣ କରିବାର ରେକର୍ଡ ନିଜ ନାମରେ କରି ନେବେ। ବର୍ତ୍ତମାନ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଯିଏକି ୫୭୭ ପାରିରେ ୨୫,୦୦୦ରନ କରିଛନ୍ତି। ବିରାଟ କୋହଲି ୫୪୬ ମ୍ୟାଚରେ ୨୪,୯୩୬ ରନ କରି ନେଇଛନ୍ତି।

ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ପର କରିବା ପାଇଁ ତାଙ୍କୁ ୨୯ ଟି ପାରି ଖେଳିବାକୁ ମିଳିବ। ସଚିନ ତେନ୍ଦୁଲକରଙ୍କ ପରେ ଏହି ରେକର୍ଡର ଅଧିକାରୀ ହେବା ପାଇଁ ରିକି ପଣ୍ଟିଙ୍ଗଙ୍କୁ ୫୮୮ ପାରି ଲାଗିଥିଲା।

ତେବେ ବିରାଟ ଜଣେ ଜବରଦସ୍ତ ଖେଳାଳି ଅଟନ୍ତି। ସେ ଅନେକ ଜବରଦସ୍ତ ପାରି ଭାରତ ପାଇଁ ଖେଳିଛନ୍ତି। ତାଙ୍କ କ୍ୟାପ୍ଟେନ୍ସିରେ ଭାରତ ଅନେକ ସଫଳତା ହାସଲ କରିଥିଲା। ଦଳ ଅନେକ ଆଗକୁ ଯାଇଥିଲା। ବିରାଟଙ୍କ ଖେଳ ଶୈଳୀ ଅଟେ ନିଆରା। ସେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି। ନିକରର ସେ ଅନେକ ଶତକ ଲଗାଇଥିଲେ।

Leave a Reply

Your email address will not be published. Required fields are marked *