IND vs AUS: କାର୍ତ୍ତିକ ଛକା-ଚୌକା ଲଗାଇ ଦେଲେ ବିଜୟ! ଅଷ୍ଟ୍ରେଲିଆକୁ ହରାଇଲା ଟିମ ଇଣ୍ଡିଆ! ରୋହିତଙ୍କ କ୍ୟାପଟେନସି ପାରି, ଦେଖନ୍ତୁ ଭିଡିଓ

ଭାରତୀୟ କ୍ୟାପଟେନ ରୋହିତଙ୍କ ଜବରଦସ୍ତ ପାରି। ଏକ ୮ ଓଭର ବିଶିଷ୍ଟ ମ୍ୟାଚରେ ରୋହିତ ବନିଲେ ମ୍ୟାନ୍ ଅଫ ଦି ମ୍ୟାଚ। ଭାରତ ଏବଂ ଅଷ୍ଟ୍ରେଲିଆ ଭିତରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଦ୍ୱିତୀୟ ଟି-୨୦ ଜିତି ୧-୧ ରେ ସିରିଜ ବରାବର କରିନେଇଛି ଟିମ ଇଣ୍ଡିଆ। ଏହି ମ୍ୟାଚରେ ବୋଲିଂରେ ଅକ୍ସର ପଟେଲ ଏବଂ ବ୍ୟାଟିଂରେ ରୋହିତ କରିଥିଲେ ଜବରଦସ୍ତ ବ୍ୟାଟିଂ।

ତେବେ ଆଗ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୮ ଓଭର ମ୍ୟାଚରେ ୫ଟି ୱିକେଟ ହରାଇ ବନାଇଥିଲା ୯୦ ରନ। ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ ଫିଞ୍ଚ ୧୫ ବଲରେ ୩୧ କରିଥିଲେ। ସେ ୪ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ତାଙ୍କର ଏହି ପାରିରେ ଆକର୍ଷଣୀୟ ସର୍ଟସ ଥିଲା ସାମିଲ। ଷ୍ଟ୍ରାଇକ୍ ରେଟ ତାଙ୍କର ଥିଲା ପାଖାପାଖି ୨୦୬.୬୭।

ୱେଡ଼ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ଫିନିସର ରୋଲ ଦମଦାର ବ୍ୟାଟିଂ କରି ନିଭାଇଥିଲେ। ସେ ୨୦ ବଲରେ ୪୩ କରିଥିଲେ ଏବଂ ଜବରଦସ୍ତ ସର୍ଟସ ଲଗାଇଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୪ଟି ଚୌକା ଓ ୩ଟି ଛକା। ଷ୍ଟ୍ରାଇକ ରେଟ ତାଙ୍କର ୨୧୫ ଥିଲା।

ଭାରତ ପକ୍ଷରୁ ଆକର୍ଷଣୀୟ ବୋଲିଂ କରିଥିଲେ ଅକ୍ସର ପଟେଲ। ସେ ଜବରଦସ୍ତ ବୋଲିଂର ପ୍ରଦର୍ଶନ କରିଥିଲେ। ସେ ୨ ଓଭରରେ ୧୩ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ।

ଭାରତ ପକ୍ଷରୁ କ୍ୟାପଟେନ ରୋହିତ ଶର୍ମା ଖେଳିଥିଲେ ଆକର୍ଷଣୀୟ ପାରି। ରୋହିତ ଶର୍ମା ୨୦ ବଲରେ ୪୬ କରିଥିଲେ ଏବଂ ସେ ନଟ ଆଉଟ ଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୪ଟି ଚୌକା ଓ ୪ଟି ଛକା। ଷ୍ଟ୍ରାଇକ୍ ରେଟ ତାଙ୍କର ଥିଲା ୨୩୦। ସେ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। କେ ଏଲ ରାହୁଲ ୧୦, ବିରାଟ କୋହଲି ୧୧ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ବିନା ରନ କରି ଆଉଟ ହୋଇଯାଇଥିଲେ।

ଦିନେସ କାର୍ତ୍ତିକ ୨ ବଲରେ ୧୦ ରନ କରିଥିଲେ। ସେ ଗୋଟିଏ ଛକା ଓ ଗୋଟିଏ ଚୌକା ଲଗାଇଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ଥିଲା ୫୦୦।

Leave a Reply

Your email address will not be published.