IPL ୨୦୨୧: ଖେଳାଳିଙ୍କୁ ଲାଗିପାରେ କରୋନା ଟୀକା,ଟିମ କଲା ବିସିସିଆଇକୁ ଦାବି। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

କୋରନା ଭାଇରସ କାରଣରୁ ଆଇପିଏଲ ୨୦୨୧ ମାତ୍ର ୬ ଟି ସହରରେ ଅନୁଷ୍ଠିତ ହେବ। ଗୋଟିଏ ଟିମ ଚାରିଟି ସହରରେ ହିଁ ଖେଳିବ। ଯାହା ଦ୍ୱାରା ଖେଳାଳି ମାନଙ୍କୁ ବହୁତ କମ ଜାଗାକୁ ଯିବାକି ପଡିବ। ଏହା ମଧ୍ୟରେ ଦିଲ୍ଲୀ କ୍ୟାପିଟଲ୍ସ ବିସିସିଆଇକୁ ଅନୁରୋଧ କରିଛିକି କରୋନା ଟୀକା ଲଗାଯାଉ। ଆଇପିଏଲ ୨୦୨୧ର ଆରମ୍ଭ ୯ ଏପ୍ରିଲରୁ ହେବ ଓ ଏହାର ଫାଇନାଲ ୩୦ ମଇ ରେ ହେବ।ସବୁ ଖେଳାଳି ବାୟୋବବୁଲରେ ରହିବେ ଓ କେହି କାହା ସହ ଭେଟ ହୋଇପାରିବେ ନାହିଁ।

Google

ଦିଲ୍ଲୀ କ୍ୟାପିଟଲ୍ସର ସିଇଓ ବିନୋଦ କହିଛନ୍ତି,”ଟୀକା ଆମ ମନରେ ସର୍ବ ପ୍ରଥମରେ ଅଛି। ଖେଳାଳିଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବାକୁ ପଡ଼ିବ ଏଥିପାଇଁ ଆମେ ବିସିସିଆଇକୁ ଅନୁରୋଧ କରିଛୁ। ବୋର୍ଡ ଏହାକୁ ନେଇ ସରକାରଙ୍କୁ ଅନୁରୋଧ କରିବାରେ ଏହାକୁ ନେଇ ମୋ ପାଖରେ ତଥ୍ୟ ନାହିଁ”। ସେ କହିଛନ୍ତି ମୋର ଆଶାଅଛିକି ଏହାକୁ ସରକାର ଏହାକୁ ପ୍ରାଥମିକତା ରୂପରେ ନେବେ।ଅଲମ୍ପିକର ଖେଳାଳିଙ୍କୁ ପ୍ରଥମେ ହିଁ ପ୍ରାଥମିକତାରେ ସାମିଲ କରାଯାଇଛି। ଏବେ ସରକାର ଏହି ଇଭେଣ୍ଟକୁବି ସହଯୋଗ କରିପାରନ୍ତି।

ସେ ଏହା ମଧ୍ୟ କହିଛନ୍ତି ପ୍ରାଥମିକତା କେବଳ ଖେଳାଳିଙ୍କୁ ଦେବା ଉଚିତ ନୁହେଁ। ଷ୍ଟାପ, ବୋର୍ଡ ସଦସ୍ୟ ଓ ସବୁ ଖେଳ ସହିତ ଜଡିତ ଲୋକଙ୍କୁ ଟୀକା ଦେବା ଆବଶ୍ୟକ। ସେ ବୋର୍ଡକୁ ଏହି କଠିନ ସମୟରେ ଏହି ଇଭେଣ୍ଟ କରିଥିବାରୁ ଧନ୍ୟବାଦ ଦେଇଛନ୍ତି। ବିନୋଦ କହିଛନ୍ତି,”ଇଭେଣ୍ଟରେ ସାମିଲ ସମସ୍ତଙ୍କ ପାଇଁ ପ୍ରତିଦିନ ନୂଆ ଚ୍ୟାଲେଞ୍ଜ ଆସୁଅଛି।ଆମକୁ ପୁରା ବିଶ୍ୱାସ ଅଛିକି ବିସିସିଆଇ ଏହି ସବୁ ଚ୍ୟାଲେଞ୍ଜକୁ ପାର କରିଦେବ। ଏତେ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ବୋର୍ଡ ପାଖରେ ଅନ୍ୟ ଚଏସ ବି ଥିବ।

Google
ୟୁଏଇ ଭଳି ମଡ଼େଲ ଆମର ଏଠି ନାହିଁ:

ପୂର୍ଵ ବର୍ଷ ଆଇପିଏଲ ୟୁଏଇରେ ନିନୋଟି ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ସବୁ ଟିମ ଗୋଟିଏ ଜାଗାରେ ଥିଲେ।ଏହା ଉପରେ ସେ କହିଛନ୍ତି ଆମ ଏଠାରେ ସେଇଭଳି ମଡ଼େଲ ନାହିଁ ଯାହାକୁ ବିସିସିଆଇ ଉପଯୋଗ କରିପାରିବେ। ଏହି ବର୍ଷ କୌଣସି ଟିମ ନିଜ ଘରୋଇ ଗ୍ରାଉଣ୍ଡରେ ଖେଳିବ ନାହିଁ। ଏଥିପାଇଁ ଏହି ବର୍ଷ ଆଇପିଏଲ ବେସି ଚାଲେଞ୍ଜ ପୂର୍ଣ୍ଣ ହେବ। ଆଇପିଏଲର ଆରମ୍ଭ ୯ ଏପ୍ରିଲକୁ ଚେନ୍ନାଇରେ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ହେବ। ପୂର୍ଵ ବର୍ଷ ଫାଇନାଲରେ ମୁମ୍ବାଇ ଦିଲ୍ଲୀକୁ ହରାଇ ୫ ମ ଥର ଟ୍ରଫି ନିଜ ନାମରେ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *