କ୍ରିକେଟର ୧୦ ଟି ବଡ଼ ରେକର୍ଡ ଯାହାକୁ ଭାଙ୍ଗିବା କାଠିକର ପାଠ । ରୋହିତ ଏବଂ ଡିଭିଲିୟର୍ସଙ୍କ ଏହି ମଧ୍ୟ ରେକର୍ଡ ଅଛି ସାମିଲ ।

ପ୍ରତ୍ୟେକ ଲୋକଙ୍କର କ୍ରିକେଟ ଖେଳ ପସନ୍ଦ। ଆଜିଠୁ ପ୍ରାୟ ୧୮୦ ବର୍ଷ ପୂର୍ବେ ଇଂଲଣ୍ଡରୁ କ୍ରିକେଟ ଖେଳ ଆରମ୍ଭ ହୋଇଥିଲା। ଏହା ଦୁନିଆର ଲୋକପ୍ରିୟ ଖେଳ ମଧ୍ୟରୁ ଗୋଟେ ଯାହା ଅନେକ ବର୍ଷରୁ ଲୋକଙ୍କ ମନୋରଞ୍ଜନ କରିଆସୁଛି। କ୍ରିକେଟରେ ପ୍ରତ୍ୟେକ ଦିନ ନୂଆ ରେକର୍ଡ ହୋଇଥାଏ ଓ ଭାଙ୍ଗିଥାଏ କିନ୍ତୁ କ୍ରିକେଟରେ କିଛି ଏପରି ରେକର୍ଡ ହୋଇଛି ଯାହା ଆଜି ପର୍ଯ୍ୟନ୍ତ ଭାଙ୍ଗିନାହିଁ। ସେହି ରେକର୍ଡକୁ ଭାଙ୍ଗିବା ଏତେ ସହଜ ନୁହେଁ। ତେବେ ଆସନ୍ତୁ ଜାଣିବା କ୍ରିକେଟର ଏହିପରି ୧୦ ଟି ବଡ଼ ରେକର୍ଡ ବିଷୟରେ।

Google

୧.  ଲସିଥ ମାଲିଙ୍ଗା ନେଇଥିଲେ ୪ ବଲରେ ଚାରିଟି ୱିକେଟ:ଏକ ରେକର୍ଡ ଲସିଥ ମାଲିଙ୍ଗାଙ୍କ ନାମରେ ଅଛି ଯାହା ହେଉଛି ଚାରିଟି ବଲରେ ଚାରିଟି ୱିକେଟ। କ୍ରିକେଟରେ ହାଟ୍ରିକ ୱିକେଟ ନେବା କଷ୍ଟକର କିନ୍ତୁ ଲସିଥ ମାଲିଙ୍ଗା ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ବିଶ୍ୱକପରେ ଚାରିଟି ବଲରେ ୪ ଟି ୱିକେଟ ନେଇଥିଲେ।

୨. ରୋହିତ ଶର୍ମାଙ୍କ ଏକଦିବସିୟରେ ୨୬୪ ରନ:ରୋହିତ ଶର୍ମା ଏକଦିବସିୟରେ ୨୬୪ ରନ କରିଥିଲେ। ସବୁ ବ୍ୟାଟ୍ସମ୍ୟାନଙ୍କସ୍ୱପ୍ନ ହୋଇଥାଏ ଏକଦିବସିୟରେ ୨୦୦ ରନ କରିବା। ଏହା ପ୍ରଥମ ଥର ସଚିନ ତେନ୍ଦୁଲକର କରିଥିଲେ। ଏହା ପରେ ରୋହିତ ଶର୍ମା ତିନିଥର ୨୦୦ ରୁ ଅଧିକ ରନ କରିଥିଲେ ସେଥିରୁ ୨୬୪ ସର୍ବାଧିକ ଅଟେ।

Google

୩. ଯୁବରାଜଙ୍କର ୧୨ ବଲରେ ୫୦ ରନ:ଗୋଟେ ବ୍ୟାଟ୍ସମ୍ୟାନ ପିଚକୁ ଆସିବା ପରେ ସେଟ ହେବା ପାଇଁ କିଛି ବଲ ଦେଇଥାଏ। କିନ୍ତୁ ଯୁବରାଜ ମାତ୍ର ୧୨ ବଲରେ ୫୦ ରନ କରିଦେଇଥିଲେ। ଏହି ରେକର୍ଡ ଏବେ ପର୍ଯ୍ୟନ୍ତ କେହି ଭାଙ୍ଗିପାରି ନାହାନ୍ତି।

୪. ଏବି ଡିଭିଲିୟର୍ସଙ୍କର ୩୧ ବଲରେ ୧୦୦ ରନ:ଏବି ଡିଭିଲିୟର୍ସ କ୍ରିକେଟ ଜଗତର ଏକ ବଡ଼ ନାମ ଅଟେ। ସେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ମାତ୍ର ୩୧ ବଲରେ ୧୦୦ ରନ କରିଥିଲେ ।

Google

୫. ବ୍ରାୟନ ଲାରାଙ୍କ ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟରେ ୪୦୦ ରନ:ଯେବେ ଟେଷ୍ଟ କ୍ରିକେଟର କଥା ଉଠେ ଲାରାଙ୍କ ନାମ ସମସ୍ତଙ୍କ ମୁହଁରେ ଆସିଥାଏ। ତାଙ୍କର ପ୍ରଥମେ ୩୭୫ ରନ ଟେଷ୍ଟରେ ଥିଲା। ଏହା ପରେ ତାଙ୍କ ରେକର୍ଡ ଭାଙ୍ଗିଯାଇଥିଲା ଏହା ପରେ ସେ ଏହାର ଛଅ ମାସ ପରେ ଇଂଲଣ୍ଡ ବିରୁଦ୍ଧରେ ୪୦୦ ରନ କରିଥିଲେ।

୬. ଜିମ ଲେକରଙ୍କର ଟେଷ୍ଟରେ ୧୯ ୱିକେଟ:ଟେଷ୍ଟରେ ୧୦ ୱିକେଟ ନେବା ବହୁତ କଷ୍ଟକର କିନ୍ତୁ ଜିମ ଲେକର ଟେଷ୍ଟରେ ୧୯ ୱିକେଟ ଅକ୍ତିଆର କରିଛନ୍ତି ଯେଉଁ ରେକର୍ଡକୁ ଭାଙ୍ଗିବା କଷ୍ଟକର।

Google

୭. ମୁରଲୀଧରନଙ୍କର ୧୩୪୭ ୱିକେଟ:ମୁରଲୀଧରନ ଟେଷ୍ଟ ଓ ଏକଦିବସିୟରେ ସବୁଠୁ ଅଧିକ ୱିକେଟ ନେବାରେ ସଫଳ ହୋଇଛନ୍ତି। ସେ ଏକଦିବସିୟରେ ୫୩୪ ୱିକେଟ ଓ ଟେଷ୍ଟରେ ୮୦୦ ୱିକେଟ ନେଇଛନ୍ତି ଯେଉଁ ରେକର୍ଡ ଭାଙ୍ଗିବା ବହୁତ କଷ୍ଟକର।

୮. ଜ୍ୟାକ କ୍ୟାଲିସଙ୍କର ୨୫ ହଜାର ୫୩୪ ରନ ଓ ୫୭୭ ୱିକେଟ: ଜ୍ୟାକ କ୍ୟାଲିସ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଅଟନ୍ତି। ସେ ବ୍ୟାଟିଙ୍ଗ ଓ ବୋଲିଙ୍ଗରେ ଅନେକ ରେକର୍ଡ କରିଛନ୍ତି।ସେ କ୍ରିକେଟ କ୍ୟାରିୟରରେ ୨୫ ହଜାର ୫୩୪ ରନ ଓ ୫୭୭ ୱିକେଟ ଅକ୍ତିଆର କରିଛନ୍ତି।

Google

୯. ସଚିନ ତେନ୍ଦୁଲକରଙ୍କର ୩୪ ହଜାର ୩୫୭ ରନ ଓ ୧୦୦ ଟି ଶତକ:କ୍ରିକେଟର ଭଗବାନ କହୁଥିବା ସଚିନ ଅନେକ ରେକର୍ଡ କରିଛନ୍ତି।ନିଜ ୨୪ ବର୍ଷର କ୍ରିକେଟ କ୍ୟାରିୟରରେ ସଚିନ ୩୪ ହଜାର ୩୫୭ ରନ ଓ ୧୦୦ ଶତକ ମାରିଛନ୍ତି।

୧୦. ସାର ଡ଼ନ ବ୍ୟାର୍ଡମ୍ୟାନଙ୍କ ଔସତ ୯୯.୯୪:କ୍ରିକେଟରେ ଔସତ ମଧ୍ୟ ମୁଖ୍ୟ ଭୂମିକା ରଖିଥାଏ। ସାର ଡ଼ନ ବ୍ୟାର୍ଡମ୍ୟାନଙ୍କ ଔସତ ୯୯.୯୪ ଅଟେ ଯାହା ଭାଙ୍ଗିବା ଅସମ୍ଭବ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *