ସଚିନ ତେନ୍ଦୁଲକରଙ୍କ କଡା ଜବାବ, ଏହି ଟ୍ୱିଟକୁ ଲକ୍ଷ୍ୟ କରି ଖେଳିଲେ ରାମବାଣ। ସମସ୍ତେ ଆଶ୍ଚର୍ଯ୍ୟ।

ତିନୋଟି କୃଷି କାନୁନ ଉପରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ କିଛି ବିଦେଶୀ ସେଲିବ୍ରେଟିଙ୍କ ପ୍ରତିକ୍ରିୟା ଉପରେ ପୂର୍ବ ଭାରତୀୟ ଅଧିନାୟକ ଓ ବରିଷ୍ଟ କ୍ରିକେଟର ସଚିନ ତେନ୍ଦୁଲକର ଓ ଗୌତମ ଗମ୍ଭୀର କଡା ପ୍ରତିକ୍ରିୟା ଦେଇଛନ୍ତି। ବୁଧବାରକୁ ସଚିନ ତେନ୍ଦୁଲକର କହିଛନ୍ତି, “ବାହାର ଶକ୍ତି କେବଳ ଦର୍ଶକ ହୋଇ ରହିବା ଠିକ ,ଦାୟିତ୍ୱ ନେବା ଉଚିତ ନୁହେଁ”। “ସେ କହିଛନ୍ତି ଭାରତର ସଂପ୍ରଭୁକ୍ତା ଉପରେ କୌଣସି କଥା ସହ୍ୟ କରାଯିବନାହିଁ। ଭାରତୀୟ ନିଜ ଦେଶକୁ ଜାଣିଛନ୍ତି ଓ ତାଙ୍କୁ ହିଁ ଫଇସଲା ନେବାର ଅଧିକାର ଅଛି। ଆସନ୍ତୁ ଆମେ ସମସ୍ତେ ଏକ ରାଷ୍ଟ୍ର ରୂପରେ ସଙ୍ଗଠିତ ରହିବା”।

Google

ଅନ୍ତରାଷ୍ଟ୍ରୀୟ ପୋପ ଷ୍ଟାର ରିହାନା ଓ କିସୋର ଜଳବାୟୁ କାର୍ଯ୍ୟକର୍ତା ଗ୍ରେଟା ଥନ ବର୍ଗ ଓ କିଛି ଅନ୍ୟ ଲୋକ ଅଳ୍ପ ଦିନ ତଳେ କୃଷକ ଆନ୍ଦୋଳନ ଉପରେ ରାୟ ଦେଇଥିଲେ। ଏହାର ଜବାବରେ ଭାରତର ବିଦେଶୀ ମନ୍ତ୍ରାଳୟ କଡା ଜବାବ ଦେଇଥିଲା।

କୃଷକଙ୍କ ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟ ବନ୍ଦ ହେବା ଦ୍ଵାରା ସିଏନଏନର ଏକ ରିପୋର୍ଟକୁ ଲିକ କରି ରିହାନା ମଙ୍ଗଳବାରକୁ ଟ୍ୱିଟ କରି ଲେଖିଥିଲେ ,”ଆମେ ଏହା ବିଷୟରେ କଣ ପାଇଁ କଥା କହୁନାହୁଁ?”। ଟ୍ୱିଟରରେ ରିହାନାଙ୍କର ୧୦୦ ମିଲିୟନ ଫଲୋଅର୍ସ ଅଛନ୍ତି। ତାଙ୍କ ଟ୍ୱିଟରେ କ୍ରିକେଟସ ସବୁ ଫର୍ମାଟରେ ସବୁଠୁ ଅଧିକ ରନ କରିଥିବା ସଚିନ ତେନ୍ଦୁଲକର ଟ୍ୱିଟ କରି କହିଛନ୍ତି ସଙ୍କଟ ସମୟରେ ସାରା ଦେଶ ଏକଜୁଟ ରହିବ।

ପୂର୍ବ କ୍ରିକେଟର ଓ ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଦେଶ ଆଗକୁ ଗତି କରିବ। ସେ ପୋଷ୍ଟରେ କହିଛନ୍ତି,”ବାହାର ଶକ୍ତି ଆମକୁ ଅଲଗା କରିବା ପାଇଁ ଚେଷ୍ଟା କରୁଛନ୍ତି। ଅନେକ କାଳରୁ ଆମ ଉପରେ ଶାସନ କରୁଛନ୍ତି। କିନ୍ତୁ ଭାରତ ଏବେ ମଧ୍ୟ ସେହିପରି ଅଛି ଓ ରହିବ କିଛି ହିଁ ହୋଇଯାଉ! ଆପଣ ନିଜ ଏକ ଅରବ ଫଲୋଅର୍ସର ବ୍ୟବହାର କରନ୍ତୁ ନିଜର ସର୍ଵଶ୍ରେଷ୍ଟ ପ୍ରୟାସ କରନ୍ତୁ ! ଏହା ନୂଆ ଭାରତ ଅଟେ।

ଭାରତର ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝା ମଧ୍ୟ ରିହାନାଙ୍କ ଟ୍ୱିଟରେ ନିଜ ଜବାବ ରଖିଛନ୍ତି। ସେ ଲେଖିଛନ୍ତି,”ମୋର ଦେଶ ଆମ କୃଷକଙ୍କ ଉପରେ ଗର୍ବ କରୁଛି ଓ ଜାଣିଚି ସେମାନେ କେତେ ମହତ୍ତ୍ୱପୂର୍ଣ୍ଣ ଅଟନ୍ତି। ମତେ ପୁରା ବିଶ୍ୱାସ ଅଛି ଏହି ସମସ୍ୟାର ଜଲ୍ଦି ସାମାଧନ ହେଇଯିବ। ଆମକୁ ଆମ ନିଜ ମାମଲାରେ ଆପଣଙ୍କ ଆବଶ୍ୟକତା ନାହି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *