ଆଇପିଏଲ ୨୦୨୧ ପାଇଁ ବଦଳିଲା ବିଶ୍ୱ ଟେଷ୍ଟ ଚାମ୍ପିୟାନସିପର ତାରିଖ,ଏବେ ଏହି ଦିନ ହେବ “ମହାମୁକାବିଲା”। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଲର୍ଡ଼ସର ଐତିହାସିକ ଗ୍ରାଉଣ୍ଡରେ ୧୮ ଜୁନକୁ ଖେଳାଯିବ ବିଶ୍ୱ ଚାମ୍ପିୟାନସିପର ଫାଇନାଲ,ଭାରତ,ନ୍ୟୁଜଲ୍ୟାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଫାଇନାଲର ଭାବିଦାରୀ।

Google

ଆଇପିଏଲକୁ ଆଖିରେ ରଖି ବିଶ୍ୱ ଟେଷ୍ଟ ଚାମ୍ପିୟାନସିପର ଫାଇନାଲକୁ ୮ ଦିନ ଆଗକୁ କରିଦିଆଯାଇଛି। ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଏବେ ୧୮ ଜୁନରୁ ଲଣ୍ଡନରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ୧୦ ଜୁନରୁ ଲଣ୍ଡନର ଐତିହାସିକ ଗ୍ରାଉଣ୍ଡ ଲର୍ଡ଼ସରେ ଖେଳାଯିବାର ଥିଲା। ଆଇପିଏଲର ଫାଇନାଲ ମଧ୍ୟ ଆଖପାଖ ଅଟେ। ଯାହା ଦ୍ୱାରା ଖେଳାଳୀ ପୃଥକ ହେବା କଷ୍ଟକର ଅଟେ।

ବିସିସିଆଇର ଏକ ସୂତ୍ର ପିଟିଆଇ ଭାଷାକୁ କହିଛନ୍ତି ,”ଡବ୍ଲୁଟିସି ଫାଇନାଲ ଏବେ ୧୮ ରୁ ୨୨ ଜୁନ ଖେଳାଯିବ ଓ ୨୩ ଜୁନ ରିଜର୍ଭ ରହିବ। ଏହି ତାରିଖକୁ ଅଳ୍ପ ଆଗକୁ କରାଯାଇଛି। ଯାହା ଦ୍ୱାରା ଆଇପିଏଲ ଫାଇନାଲ ସରିଯିବା ପରେ ଖେଳାଳୀ ମାନଙ୍କୁ ପୃଥକ କରିବାରେ ଯେପରି କିଛି ବି ଅଶୁବିଧା ନ ହେବ”।

Google

ଆଇପିଏଲର କାଯ୍ୟକ୍ରମ ଏବେ ନିଶ୍ଚିନ୍ତ ହୋଇନାହିଁ କିନ୍ତୁ ଏହା ମଇ ର ଶେଷରେ ସରିବା ନେଇ ଆଶା ଅଛି।ଫାଇନାଲରେ ଜାଗା ପକା କରିବା ପାଇଁ ଭାରତ(୪୩୦ ଅଙ୍କ, ୭୧.୭%), ନ୍ୟୁଜଲ୍ୟାଣ୍ଡ(୪୨୦ଅଙ୍କ, ୭୦%), ଅଷ୍ଟ୍ରେଲିଆ(୩୩୨ଅଙ୍କ, ୬୯.୨%) ମଧ୍ୟରେ କଡା ଟକର ଅଟେ।

Google

ଭାରତୀୟ ଟିମ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜକୁ ୨-୧ରେ ଜିତିବା ପରେ ଏହି ତାଲିକାରେ ଶୀର୍ଷରେ ନିଜକୁ ରଖି ପାରିଛି। ସେହିପରି ଇଂଲଣ୍ଡ ମଧ୍ୟ ଶ୍ରୀଲଙ୍କାକୁ ୨-୦ରେ ହରାଇ ଏହାକୁ ଆହୁରି ମଜାଦାର କରିଦେଇଛି। ଇଂଲଣ୍ଡ ଏବେ ଅଷ୍ଟ୍ରେଲିଆ ଠୁ ୦.୫% ପଛରେ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *