ଦଶ ବର୍ଷରୁ ଏହି ବ୍ୟକ୍ତି ଅନାଥଙ୍କ ଭଳି ଘୁରି ବୁଲୁଥିଲେ, ମାଆ ମରିଯାଇଥିବାର ଭାବିନେଇଥିଲେ, ଏବେକା ଲୁକ ଦେଖିଲେ ହେବେ ଆଶ୍ଚର୍ଯ୍ୟ।

ବ୍ରାଜିଲର ଏକ ବ୍ୟକ୍ତି ଗତ ଦଶ ବର୍ଷରୁ ଅନାଥ ଅବସ୍ଥାରେ ନିଜ ଜୀବନ ରାସ୍ତାରେ ବିତାଉଥିଲେ। କିଛିଦିନ ପୂର୍ବରୁ ହିଁ ସେ ନିଜ ପରିବାର ସହ ଦେଖାହେଲେ। ଯେବେ ଏହି ବ୍ୟକ୍ତିର ଛବି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା ତେବେ ମାଆ ଓ ଭଉଣୀଙ୍କୁ ତାର ବଞ୍ଚିଥିବା ବିଷୟରେ ଜଣାପଡିଲା ନଚେତ ସେମାନେ ତାକୁ କେବେଠାରୁ ମୃତ ବୋଲି ମାନିନେଇଥିଲେ। ଯେବେ ବ୍ୟବସାୟୀ ଓ ମେନ୍ସ ଫ୍ୟାଶନ ଷ୍ଟୋର ଓ ବାର୍ବର ସର୍ଭିସର ମାଲିକ ଏଲେସେଣ୍ଡ୍ରୋ ଲୋବୋ ଏହି ବ୍ୟକ୍ତିର ରୂପାନ୍ତରିତ ଛବିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କଲେ, ତେବେ ମାମଲା ଇଣ୍ଟରନେଟରେ ଜମିକରି ଭାଇରଲ ହୋଇଗଲା।

Google
ଏଲେସେଣ୍ଡ୍ରୋ ଲୋବୋ ନେଲେ ରୂପାନ୍ତରଣ କରିବାର ନିର୍ଣ୍ଣୟ:

ଏଲେସେଣ୍ଡ୍ରୋ ଲୋବୋ ଯେବେ ପ୍ରଥମ ଥର ଜୋଆଜୋ କୋଏଲହୋ ଗୁଇମାରେସଙ୍କ ସହ ଦେଖାହେଲେ ତେବେ ତାଙ୍କୁ ପଚାରିଲେ-କଣ ଆପଣ ଖାଦ୍ୟ ଖାଇବେ? ଜୋଆଜୋ ଖାଦ୍ୟ ଖାଇବାକୁ ମନାକଲେ କିନ୍ତୁ ନିଜ ଚୁଟି ଓ ଦାଢିକୁ କାଟିବା ପାଇଁ ନିବେଦନ କଲେ। ଏଲେସେଣ୍ଡ୍ରୋ ଲୋବୋ ଚୁଟି ଓ ଦାଢ଼ି କାଟିବା ସହିତ ହିଁ ଏହି ବ୍ୟକ୍ତିର ରୂପାନ୍ତରଣ କରିବାର ନିର୍ଣ୍ଣୟ ନେଲେ। ଏଲେସେଣ୍ଡ୍ରୋ ଚୁଟି ଓ ଦାଢ଼ି କାଟିବା ସହିତ ଏହି ବ୍ୟକ୍ତିକୁ ଭଲ ପୋଷକ ମଧ୍ୟ ଦେଲେ।

ଏଲେସେଣ୍ଡ୍ରୋ ଅଲଗା ଉପାୟରେ କଲେ ସାହାଯ୍ୟ:

ଏଲେସେଣ୍ଡ୍ରୋ କହିଲେ କି ‘ଯେବେ ଆମେ ଅଲଗା ଉପାୟରେ ତାର ସାହଯ୍ୟ କରିବାର ନିଷ୍ପତ୍ତି ନେଲୁ ତେବେ ସେହି ଦିନ ତା ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇଗଲା।’ଏଲେସେଣ୍ଡ୍ରୋ ଏହି ବ୍ୟକ୍ତିର ‘ପୂର୍ବରୁ’ ଓ ‘ପର’ର ଫଟୋଗୁଡିକୁ ଏକ କଲାଜ କରି ତାକୁ ନିଜ ଇନଷ୍ଟାଗ୍ରାମରେ ଶେୟାର କଲେ। ଯାହାକୁ ଦେଖିକରି ହିଁ ତାର ପରିବାର ଲୋକ ତାକୁ ଚିହ୍ନିଗଲେ।

Google
ଦଶ ବର୍ଷ ପରେ ପରିବାର ସହ ଦେଖାହେଲା:

ଗତ ଦଶ ବର୍ଷରୁ ଜୋଆଜୋର ଭଉଣୀ ଓ ମାଆଙ୍କୁ ତା ବିଷୟରେ କିଛି ବି ସୂଚନା ନଥିଲା ଓ ସେମାନେ ତ ଏହା ମାନିନେଇଥିଲେ କି ସେ ମରିଯାଇଛନ୍ତି, କିନ୍ତୁ ଯେବେ ସୋସିଆଲ ମିଡିଆରେ ଜୋଆଜୋଙ୍କୁ ଦେଖିଲେ ତେବେ ତାଙ୍କୁ ନିଜ ଆଖି ଉପରେ ବିଶ୍ୱାସ ହେଲା ନାହିଁ କି ଜୋଆଜୋ ବଞ୍ଚିଛନ୍ତି। ଏହା ପରେ ସେ ଜୋଆଜୋଙ୍କ ସହ ଦେଖା କରିବା ପାଇଁ ଗୋୟନିୟା ସହର ଗଲେ। ବ୍ୟବସାୟୀ ଲୋବୋ କହିଲେ,’ଏହା ଖ୍ରୀଷ୍ଟମାସର ସମୟ ଅଟେ ଓ ଆମର ଲକ୍ଷ୍ୟ ଏହା ଦେଖାଇବାର ଥିଲା କି ଆମର ଏକ ଛୋଟ ପ୍ରୟାସ ଦ୍ୱାରା କାହାର ଜୀବନ ବଦଳିପାରେ। ଯଦିଓ, ଆମେ ଭାବିନଥିଲୁ କି ଏହାର ପରିଣାମ ଏପରି ହେବ।’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *