ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସିବିଆଇ ଲଗାତର ଏହି କେସର ଯାଞ୍ଚରେ ଲାଗିଛି। କପୁର ମେଡ଼ିକାଲର ଡାକ୍ତରଙ୍କ ଦ୍ଵାରା ଜଲ୍ଦି ସୁଶାନ୍ତଙ୍କର ପୋଷ୍ଟମୋଟମ କରାଯାଇଥିଲା। ପରେ ସେହି ପୋଷ୍ଟମୋଟମ ରିପୋର୍ଟରୁ କୌଣସି ଖାସ ତଥ୍ୟ ମିଳିନଥିଲା। ଯାହା ପରେ ସିବିଆଇ ଏମ୍ସର ଫରେନ୍ସିପ ଏକ୍ସପଟ ଟିମ ଗଠନ କରିଥିଲା। ଯାହା ଦ୍ୱାରା ଏହା ଜଣାପଡୁଛି କି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା କରାଯାଇଛି। ସୁତ୍ର ଅନୁସାରେ ସେହି ରିପୋର୍ଟ ଆସିସାରିଛି ଓ ସିବିଆଇ କୁ ମଧ୍ୟ ଦିଆଯାଇସାରିଛି।
ଖବର ଆସିଛି କି ସିବିଆଇ ଫରେନ୍ସିପ ପୈନଲ ପାଇଯାଇଛନ୍ତି, କିନ୍ତୁ ଫରେନ୍ସିପ ରିପୋର୍ଟରେ ଏପରି କୌଣସି ତଥ୍ୟ ମିଳିନାହିଁ ଯେଉଁଥିରେ ଜଣାପଡିବ କି ସୁଶାନ୍ତଙ୍କୁ ହତ୍ୟା କରାଯାଇଛି। ଏହି ରିପୋର୍ଟକୁ ନେଇ ସିବିଆଇ ପକ୍ଷରୁ ଏବେ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ।ଆପଣ ଜାଣିବା ପାଇଁ କହିରଖିବୁ ଏହା ପୂର୍ବରୁ ସୁଶାନ୍ତଙ୍କର ଯେଉଁ ପୋଷ୍ଟମୋଟମ ରିପୋର୍ଟ ଆସିଥିଲା ସେଥିରେ ମଧ୍ୟ ଏହା ଲେଖାଥିଲା କି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି।

ସିବିଆଇର ଟିମ ଏମ୍ସର ରିପୋର୍ଟର CFSL ରିପୋର୍ଟ ଆସିବାର ଅପେକ୍ଷା କରିଛି। ସୁଶାନ୍ତଙ୍କ ସବୁ ଜିନିଷର ଯାଞ୍ଚ କରାଯାଉଛି। ସୁଶାନ୍ତଙ୍କ ଇଲୋଟ୍ରୋନିକ୍ସ ଗାଜେଟ ମାନଙ୍କର ବି ଯାଞ୍ଚ କରାଯିବ। CFSL ରିପୋର୍ଟ ଆଜି ସନ୍ଧ୍ୟାରେ ଆସିବା ପରେ ସୁଶାନ୍ତ ସିଂ ରାଜପୁତଙ୍କ କେସରେ ନୂଆ ମୋଡ଼ ଆସିବ।
ସିବିଆଇର ଟିମ ସୁଶାନ୍ତଙ୍କ କେସକୁ ଏକ ମର୍ଡର ଆକାରରେ ଦେଖି ଯାଞ୍ଚ କରୁଥିଲା କିନ୍ତୁ ଯଦି ଫରେନ୍ସିପ ରିପୋର୍ଟରେ ଏହା ଏକ ହତ୍ୟା ଆସେ ତେବେ ତେବେ ସିବିଆଇ ଏହି ଅନୁସରର ଯାଞ୍ଚ କରିବ। ସିବିଆଇ ଏହା ଜାଣିବାକୁ ଚେଷ୍ଟା କରୁଛି କି ସୁଶାନ୍ତଙ୍କୁ ହତ୍ୟା କରିବା ପଛରେ କଣ କାରଣ ଥିବ।

ସିବିଆଇ ଯାଞ୍ଚ ଦ୍ଵାରା ସୁଶାନ୍ତଙ୍କ ପରିବାର ଲୋକ ଓ ତାଙ୍କ ସମସ୍ତ ସାଙ୍ଗସାଥୀଙ୍କୁ ପଚରାଉଚୁରା କରାଯାଇଛି। ଏହି କେସରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୂର୍ବରୁ ହିଁ ଗିରଫ କରାଯାଇଛି। ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ସମସ୍ତେ ଲଗାତର ନ୍ୟାୟ ପାଇଁ ଦାବି କରୁଛନ୍ତି। ସିବିଆଇ ଛଡା ସୁଶାନ୍ତଙ୍କ କେସରେ ଏନସିବି ବି ଲଗାତର ଯାଞ୍ଚ କରୁଛି
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।