ସାରା ଦୁନିଆରେ କୋରୋନା ଭାଇରସ ସଂକ୍ରମଣ ଚରମ ସୀମାରେ ପହଞ୍ଚି ସାରିଲାଣି। ଗୋଟିଏ ଚୀନ ଔଷଧ କମ୍ପାନୀ ଦାବି କରିଛି କି ୨୦୨୧ ସୁଦ୍ଧା ଆମେରିକା ସମେତ ସାରା ଦୁନିଆରେ ଏହି ଭାକ୍ସିଂନ ଉପଲବ୍ଧ ହେବ।
ସିନୋଭକ ର ସିଇଓ ୟିନ ବେଇଦାଙ୍ଗ ସଂଯୁକ୍ତ ରାଜ୍ୟ ଆମେରିକାରେ କୋରନାଭାକ ରୁ ବଞ୍ଚିବା ପାଇଁ ଆମେରିକାର ଖାଦ୍ୟ ଓ ଔଷଧ ବିଭାଗକୁ ଆବେଦନ ଦେଇଛନ୍ତି। ଭାକ୍ସିଂନର ତୃତୀୟ ଓ ଶେଷ ପରୀକ୍ଷା ମନୁଷ୍ୟ ଉପରେ ଚାଲୁ ରହିଛି। ୟିନ କହିଛନ୍ତି ହେ ସେ ବ୍ୟକ୍ତିଗତ ରୂପରେ ନିଜେ ପ୍ରଯୋଜକ ଟୀକା ନେଇଛନ୍ତି।

ୟିନ କହିଛନ୍ତି “ପ୍ରଥମରୁ ଆମର ରଣନୀତି ଚୀନ ପାଇଁ ଓ ବୁହାନ ପାଇଁ ଭାକ୍ସିଂନ ତିଆରି କରିବାର ଥିଲା। ଏହା ପରେ ଜୁନ ଓ ଜୁଲାଇରେ ଆମ ରଣାନୀତିକୁ ସମଯୋଜିତ କଲୁ।ଯାହାକି ଏବେ ସାରା ବିଶ୍ୱରେ କୋରନା ସହ ଲଢେ଼ଇ କରୁଥିବା ବ୍ୟକ୍ତିଙ୍କ ପାଇଁ ଅଟେ। “କହିରଖୁଛୁ ଯେ ଚୀନ ର ବୁହାନ ସହରରେ କୋରନା ଭାଇରସର ଆରମ୍ଭ ହୋଇଥିଲା।
ସେ କହିଛନ୍ତି”ଆମର ଲକ୍ଷ୍ୟ ସାରା ବିଶ୍ୱକୁ କୋରନା ଭାକ୍ସିଂନ ଯୋଗାଇଦେବା। ଯେଉଁଥିରେ ଆମେରିକା ,ଇଉରୋଫ ସମେତ ଅନ୍ୟ ଦେଶ ସାମିଲ ଅଛି। “ଆମେରିକା,ଇଉରୋଫ ,ଜାପାନ, ଅଷ୍ଟ୍ରେଲିଆରେ ନିଜ ନିୟମରେ ଚୀନ ଟୀକାର ବିକ୍ରିକୁ ରୋକ ଲଗାଯାଇଛି।ୟିନଙ୍କ ଆଶା ରହିଛି ଏହି ନିୟମରେ କିଛି ପରିବର୍ତ୍ତନ କରିଲେ ସବୁଠି ଟୀକା ଦେବା ସମ୍ଭବ ହେବ।

ସିନୋଭାକ ସରକାରଙ୍କ ସ୍ୱାମିତ୍ୱ ସିନୋ ଫାର୍ମ ସହ ଚୀନର ଶୀର୍ଷରେ ଭାକ୍ସିଂନ ବିକଶିତ କରିବା କମ୍ପାନୀ ମଧ୍ୟରୁ ଏକ ଅଟେ। ବ୍ରାଜିଲ,ତୁର୍କୀ,ଇଣ୍ଡୋନେସିଆ ରେ କୋରନାଭାକର ଆରମ୍ଭ ପରୀକ୍ଷଣରେ ୨୪,୦୦୦ ରୁ ଅଧିକ ଲୋକ ଭାଗ ନେଉଛନ୍ତି।ସିନୋ ଭାକ କମ୍ପାନୀ ଭାକ୍ସିଂନର ପରୀକ୍ଷଣ ପାଇଁ ସେହି ଦେଶକୁ ବାଛିଛି ଯେଉଁଠି ଗମ୍ଭୀର ପରିସ୍ଥିତି ଓ ସୀମିତ ଅନୁସନ୍ଧାନ ଓ ବିକାଶ କ୍ଷମତା ଥିଲା।
ସେମାନେ ବେଜିଂର ଦକ୍ଷିଣରେ ସୟଂତ୍ର ସିନୋଭାକ ଦ୍ଵାରା ପତ୍ରକାରଙ୍କ ସହ କଥା ହେଇଛନ୍ତି। କୋରନା ସଂକ୍ରମଣ ବ୍ୟାପିବାର କିଛି ମାସରେ ନିର୍ମିତ ସୟଂତ୍ରର ସିନୋ ଭାକକୁ ଏକ ବର୍ଷରେ ଅଧା ମିଲିୟନ ଭାକ୍ସିଂନ ଉତ୍ପାଦନ କରିବାରେ ସକ୍ଷମ କରିବା ପାଇଁ ଡିଜାଇନ କରିଛନ୍ତି। କମ୍ପାନୀ କହିଛି କି ସେ ଆଗାମୀ ବର୍ଷ ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ମାସ ଭିତରେ ୧୦୦ ମିଲିୟନ ଭାକ୍ସିଂନ ପ୍ରସ୍ତୁତି କରିବ।
ଫାର୍ମସ୍ୟୁଟିକଲ କମ୍ପାନୀ କହିଛି ବିକଶିତ ହେବାକୁ ଥିବା କୋରନା ଭାକ୍ସିଂନ ସଂଯୁକ୍ତ ରାଜ୍ୟ ଆମେରିକା ସମେତ ଦୁନିଆ ସାରା ବିତରଣ ପାଇଁ ୨୦୨୧ ସୁଦ୍ଧା ତିଆରି ହେବା ଆବଶ୍ୟକ।