କରୋନା ମହାମାରି ମଝିରେ ଆନ୍ଧ୍ରପ୍ରଦେଶର ଏଲୁରୁ ସହରରେ ବ୍ୟାପୁଥିବା ରହସ୍ୟମୟ ରୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ରୋଗ କବଳରେ ଏବେ ପର୍ଯ୍ୟନ୍ତ ୫୦୦ ଲୋକ ଆସିସାରିଲେଣି। ବେହୋସ ଓ ମୁଣ୍ଡ ବୁଲାଇବା ଲକ୍ଷଣ ପରେ ଲୋକଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଉଛି। ଭଲ କଥା ଏହାକି ଲୋକ ଏହି ରୋଗରେ ବହୁତ ଜଲ୍ଦି ଠିକ ହୋଇଯାଉଛନ୍ତି।

ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏ କେ କୃଷ୍ଣା ଶ୍ରୀନିବାସଙ୍କ ଅନୁସାରେ ଏହି ରୋଗରେ ସଂକ୍ରମିତ ୫୧୦ ଲୋକଙ୍କ ଭିତରୁ ୪୩୦ ଭଲ ହୋଇ ଘରକୁ ଗଲେଣି। ଏବେ ପର୍ଯ୍ୟନ୍ତ ଏହି ରୋଗରେ ଜଣେ ଲୋକର ଜୀବନ ଯାଇଛି। ସେ ଲୋକଙ୍କୁ କହିଛନ୍ତି କି ଡରନ୍ତୁ ନାହିଁ।ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (AIIMS ),ଦିଲ୍ଲୀର ଟିମ ଏହି ରହସ୍ୟମୟ ରୋଗର ଯାଞ୍ଚ କରୁଥିଲା ଓ ଏବେ ଏହାର ଆରମ୍ଭ ଫାଳାଫଳ ସାମ୍ନାକୁ ଆସିଛି।
ଏମ୍ସର ଯାଞ୍ଚରେ ଜଣାପଡ଼ିଛିକି ରୋଗୀଙ୍କ ରକ୍ତରୁ ସିଂସା ଓ ନିକଲ ଭଳି କେମିକାଲ ମିଳୁଛି। ରାଷ୍ଟ୍ରୀୟ ପୋଷଣ ସଂସ୍ଥାନ( NIN ) ଟିମ ଏବେ ପାଣି, ତେଲ ଓ ଚାଉଳର ଟେଷ୍ଟ କରୁଛି। ଚିନ୍ତାର କଥା ଏହାକି ରୋଗ କୌଣସି ବିଶେଷ ସୀମା ପର୍ଯ୍ୟନ୍ତ ସୀମିତ ନୁହେଁ। ଏନଆଇଆରର ଏକ ବୈଜ୍ଞାନିକ କହିଛନ୍ତି,”ଯଦି ଏହା ପାଣି ଓ ବାୟୁ ଦ୍ଵାରା ହେଉଥାନ୍ତା ଏହା ଏକ ବିଶେଷ ସୀମା ପର୍ଯ୍ୟନ୍ତ ହୋଇଥାନ୍ତା।କିନ୍ତୁ ଏହା ଦ୍ଵାରା ପୁରା ଏଲୁର ସହର ପ୍ରଭାବିତ ଅଟେ।ଅଧିକତମ ମାମଲାରେ ପରିବାରର ଜଣେ ହିଁ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି। ଯାହାକି ଚକିତ କରିଦେବା ଭଳି କଥା ଅଟେ”।

ଏକ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି,”ପାଖାପାଖି ସବୁ ସଂକ୍ରମିତ ରୋଗୀ ଏଲୁର ସହରର ସହର ଅଞ୍ଚଳର ଅଟନ୍ତି। ୭୦% ଲୋକ ଟାଉନ ଅଞ୍ଚଳର ଅଟନ୍ତି। ଏଲୁରର ଗ୍ରାମାଞ୍ଚଳ ଓ ଆଖପାଖ ଅଞ୍ଚଳ ପ୍ରଭାବିତ ହୋଇନାହିଁ। ରବିବାରକୁ ନିଆଯାଇଥିବା ପାଣିର ନମୁନା ଦୂଷିତ ମିଳିନାହିଁ କିନ୍ତୁ ସ୍ୱାସ୍ଥ୍ୟ ଅଧିକାରୀ ପାଣି ଓ ଖାଦ୍ୟର ଯାଞ୍ଚ କ୍ଷେତ୍ରରେ ପୁନଃ ଚେଷ୍ଟା କରୁଛନ୍ତି”।
ଏଲୁରର ସରକାରୀ ମେଡିକାଲର ନୋଡାଲ ଅଧିକାରୀ ଡାକ୍ତର ଏ ଏସ ରାମ କହିଛନ୍ତି,”ଅଧିକାଂଶ ରୋଗୀଙ୍କୁ ବାନ୍ତି ଲକ୍ଷଣ ଆସିଛି। କିଛି ଲୋକ ମାଂସ ହିଷ୍ଟ୍ରୋରିୟାର ଅଭିଯୋଗ କରିଛନ୍ତି। ଆଉ କିଛି ଲୋକ ମୁଣ୍ଡରେ ହାଲକା ଆଘାତ ବା ଆଖିପତା କଳା ପଡିବା କଥା କହିଛନ୍ତି। ଲୋକ ଅଚାନକ ବେହୋସ ହେଉଛନ୍ତି। ଅନେକ ଲୋକ ଏହା ପରେ ଗ୍ୟାଷ୍ଟିକ ସମସ୍ୟା ଓ ପେଟ ଦରଜ କଥା କହିଛନ୍ତି”।

ଡାକ୍ତର ରାମ କହିଛନ୍ତି ରୋଗୀଙ୍କ ସଂଖ୍ୟା ଏବେ କମିବାରେ ଲାଗିଛି।” ମଙ୍ଗଳବାର ଦିନ ଅଧିକ ରୋଗୀ ନଥିଲେ। ଏବେ ଅଧିକ ରୋଗୀ ଭଲ ହୋଇ ଘରକୁ ଗଲେଣି। ଦୁଇ ବା ତିନି ଘଣ୍ଟା ଭିତରେ ରୋଗିଙ୍କୁ ଘରକୁ ଯିବାର ଅନୁମତି ଦିଆଯାଉଛି”। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡି ଲୋକଙ୍କ ରକ୍ତରୁ ମିଳୁଥିବା ସିଂସା ଓ ନିକେଲର ଯାଞ୍ଚର ଆଦେଶ ଦେଇଛନ୍ତି ଏପରି ଭାରି ପଦାର୍ଥ ଲୋକଙ୍କ ଶରୀରକୁ କିପରି ପହଁଚିଲା।
ଏମ୍ସ (ଦିଲ୍ଲୀ) ,ନେସଲାନ ଇନଷ୍ଟିଚ୍ୟୁଟ ଅଫ ବାୟୋରୋଲୋଜି (ପୁନେ) ଓ ସେଣ୍ଟର ଫୋର ଡିଜିଜ କଣ୍ଟ୍ରୋଲ (ଦିଲ୍ଲୀ) ସ୍ୱାସ୍ଥ୍ୟ ବିଶେଷଜ୍ଞ ମଙ୍ଗଳବାରକୁ ରାଜ୍ୟର ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି ଓ ପ୍ରଭାବିତ ରୋଗୀଙ୍କ ସହିତ କଥା ହୋଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।