କ୍ଷୁଦ୍ର ଶିଳ୍ପ ଏବଂ ଘରୋଇ ଶିଳ୍ପ ପାଇଁ ସୋସିଆଲ ମିଡ଼ିଆ ଏକ ଵରଦାନ!! ଜଣାନ୍ତୁ କେମିତି କରିବେ ସେଟ୍ ଅପ୍

ଏକବିଂଶ ଶତାବ୍ଦୀ ରେ ସୋସିଆଲ ମିଡ଼ିଆ ଯେ ହର୍ତ୍ତାକର୍ତ୍ତା ଏଥିରେ କିଛି ସଂଶୟ ନାହିଁ। ସୋସିଆଲ ମିଡ଼ିଆ ଖାଲି କମ୍ୟୁନିକେସନ ଏବଂ ଫଟୋ ଶେୟାରିଂର ମାଧ୍ୟମ ହେଇକି ନାହିଁ। ଏହା ପୂର୍ଣ୍ଣତା ଭାବରେ ବାସ୍ତବ ଜୀବନର ସବୁ ଜିନିଷକୁ ନିଜ ଆଡକୁ ଆକୃଷ୍ଟ କରିସାରିଲାଣି।

ସୋସିଆଲ ମିଡ଼ିଆ ଇତି ମଧ୍ୟରେ କ୍ଷୁଦ୍ର ଶିଳ୍ପୀକରଣ ପାଇଁ ଆଶୀର୍ବାଦହେଇ ଆସିଛି। କ୍ଷୁଦ୍ର ଶିଳ୍ପ ଏବଂ ଘରୋଇ ଶିଳ୍ପ ପାଇଁ ସୋସିଆଲ ମିଡ଼ିଆ ସବୁଠାରୁ ଉଚ୍ଚ କୋଟୀର ପ୍ଲଟଫର୍ମ ଖାଲି କିଣାବିକା ପାଇଁ ନୁହେଁ ବରଂ ବିକ୍ରେତା ଓ ଗ୍ରାହକଙ୍କୁ ନିକଟତର ଆଣିଵାର ସବୁଠାରୁ ଵଡ ମାଧ୍ୟମ। ଆସନ୍ତୁ ଜାଣିଵା କିପରି ଭାବରେ ନିଜର ଜିନିଷ କୁ କିପରି ଭାବରେ ସୋସିଆଲ ମିଡ଼ିଆକୁ ଆଣିବେ ଓ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ତାକୁ କିପରି କଷ୍ଟୋମାଇଜ୍ କରିବେ ଏବଂ ନିଜର ବିକ୍ରିକୁ ତ୍ୱରାନ୍ୱିତ କରିବେ।

The Impact of Social Media on Business in 2022
Google

ଆମେ ଖାଲି ଇନଷ୍ଟାଗ୍ରାମ ବିଜିନେସ ଆକାଉଣ୍ଟର ସେଟିଙ୍ଗର step by step ଶେୟର କରୁଛୁ କିନ୍ତୁ ଏହା Facebook, Twitter ଏବଂ ଅନ୍ୟ ସୋସିଆଲ ମେଡିଆ ଆକାଉଣ୍ଟ ପାଇଁ ମଧ୍ୟ ଲାଗୁ ହେବ।

ପ୍ରଥମତଃ ଆପଣଙ୍କୁ ଗୋଟିଏ ଆକାଉଣ୍ଟ ଖୋଲିବାକୁ ପଡିବ।

ଗୋଟିଏ ନାମ ବାଛନ୍ତୁ ଯୋଉ ନାମ ଟି ଆପଣଙ୍କ ବିଜିନେସକୁ ସୁହାଇବ ପାଇଁ ଏବଂ ଆପଣଙ୍କ ବିଜିନେସକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସୁବିଧା ହେବ। ଲୋକମାନେ ଯେତେବେଳେ ସର୍ଚ୍ଚ କରିଵେ ଯେପରିକି ଆପଣଙ୍କ ଆକାଉଣ୍ଟ ନାମ ସାମ୍ନାରେ ଆସିଯିବ।

ତାହା ପରେ ସେଟିଙ୍ଗକୁ ଯାନ୍ତୁ। ଆକାଉଣ୍ଟକୁ ବିଜିନେସ ଆକାଉଣ୍ଟରେ ପରିବର୍ତନ କରନ୍ତୁ।

ଅପାଙ୍କର ପ୍ରଡ଼କ୍ଟ ସମ୍ବନ୍ଧୀୟ ପୋଷ୍ଟ, ରିଲ, ଷ୍ଟୋରୀ ଉପଡେଟ କରିବା ଆରମ୍ଭ କରନ୍ତୁ।

ଏତିକି ମନରେ ରଖନ୍ତୁ କି ପ୍ରଡ଼କ୍ଟ ସମ୍ବଧିତ କଣ୍ଟେଣ୍ଟ ସଵୁଵେଳେ Educational ହେଇଥିବା ଦରକାର ଲୋକଙ୍କ ଜୀବନରେ କିଛି ମୂଲ୍ୟ ଥିବା ଦରକାର।

ଲୋକେ ସେତେବେଳେ ଆପଣଙ୍କ ଜିନିଷ ପ୍ରତି ଆକର୍ଷିତ ହେବେ ଯେତେଵେଳେ ଲୋକଙ୍କ ଜୀବନରେ ଆପଣଙ୍କ ବିଜିନେସ କିଛି value add କରିଵ।

ଏବେ ପୋଷ୍ଟ, ରିଲ, ଷ୍ଟୋରୀ ଉପଡେଟ କରିବା ଆରମ୍ଭ କରନ୍ତୁ ନିଜ ପ୍ରଡ଼କ୍ଟ ସମ୍ବନ୍ଧରେ ।

ମଝିରେ ମଝିରେ ପ୍ରଡ଼କ୍ଟ ସମ୍ବନ୍ଧରେ Q&A stories କରନ୍ତୁ ସେଥିରେ ଗ୍ରାହକଙ୍କର ସନ୍ଦେହ କିମ୍ବା ପ୍ରଶ୍ନର ଉତ୍ତର ଦେଇ ତାଙ୍କୁ କ୍ଳିଅର କରନ୍ତୁ।

The importance of Social Media.
Google

ଗ୍ରାହକଙ୍କ ସହ DMbox ରେ ଯୋଗାଯୋଗ କରନ୍ତୁ ।

ପୋଷ୍ଟ ତିଆରି କରିବା ପାଇଁ Graphic Designer ସାହାଯ୍ୟ ର ନେଇ ପାରିବେ। ବହୁତ ସାରା ଗ୍ରାଫିକ୍ସ, ପୋଷ୍ଟର, ଲୋଗୋ ଡିଜାଇନ୍ ଆପ୍ପବି ଆଛି ତାର ସାହାଯ୍ୟ ନେଇ ପାରିବେ like Canva.

ବିନା ଲାଇସେନ୍ସ ରେ ଅନ୍ୟ କାହାର ଅନ୍ୟ ଆକାଉଣ୍ଟର ଫୋଟୋ କିମ୍ବା ପୋଷ୍ଟ ବ୍ୟବହାର କରନ୍ତୁ ନାହିଁ।

Research କରନ୍ତୁ ଆଉ ନିଜ ପ୍ରଡ଼କ୍ଟ ଆଉ ପୋଷ୍ଟକୁ ସଵୁଵେଳେ ପ୍ରଭାବଶାଳୀ ଏବଂ ଉନ୍ନତି କରନ୍ତୁ ।

Insta paid Promotion, Facebook paid promotions ମଧ୍ୟ ବ୍ୟବହାର କରି ପାରିବେ।

ଅନ୍ୟ ଆକାଉଣ୍ଟ ଯେଉଁ ମାନେ ଆପଣଙ୍କଭଳି ବିଜିନେସ ଓ ପ୍ରଡ଼କ୍ଟ ସହ ଜଡ଼ିତ ଅଛନ୍ତି ସେମାନଙ୍କ ପେଜକୁ ମଧ୍ୟ ଭିଜିଟ କରନ୍ତୁ, ଦେଖନ୍ତୁ ଏବଂ inspire ହୁଅନ୍ତୁ।

Followers କେତେ ଅଛନ୍ତି କିଛି ଫରକ ପଡୁନି 1000 followers ବି ଥାଆନ୍ତୁ ନା କାହିଁକି ଯଦି contents ଆକୃଷ୍ଟ ହୋଇଥିବା ଏବଂ ପ୍ରଡ଼କ୍ଟ ଭଲ ଥିବ ସେ 1000 followers ରେ ଭରପୁର ଗ୍ରାହକ ମିଳିଵେ।

ସମୟର ତାଳ ସହ ଯେଉଁମାନେ ଜଡିତ ରୁହନ୍ତି ସେମାନେ ହିଁ ସଫଳତା ପାଆନ୍ତି। ଯଦି ସବୁକିଛି Virtual World କୁ ଆସିଗଳାନି ନିଜ ବିଜିନେସକୁ ବି Virtual World କୁ ଆଣନ୍ତୁ ଏବଂ ଆଗକୁ ବଢ଼ି ଚାଲନ୍ତୁ ।

Pratikshya mohapatra

Instagram id @pratikshyamohaapatra Twitter id @pratikshya27

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *