ଜଲଦି ବନ୍ଦ ହେବ “ଦି କପିଲ ଶର୍ମା ଶୋ”? ପୋଷ୍ଟରରୁ ମିଳିଲା ସୂଚନା!

ବ୍ୟୁରୋ ରିପୋର୍ଟ: “ଦି କାଶ୍ମୀର ଫାଇଲ୍ସ” ଫିଲ୍ମର ପ୍ରମୋସନରେ ଯୋଡି ହୋଇଥିବା କପିଲ ଶର୍ମା ବିବାଦ ଥମିଗଲା ସତ କିନ୍ତୁ ଏବେ ଯେଉଁ ଖବର ଆସୁଛି ସେଥିରୁ ଲାଗୁଛି ଜଲ୍ଦି କପିଲ ଶର୍ମା ଅଫ ଏୟର ହୋଇପାରେ। ଏହି କଥାର ସୂଚନା ଅଳ୍ପ ଦିନ ତଳେ ଦି କପିଲ ଶର୍ମା ସୋ ର ଏକ ପୋଷ୍ଟରୁ ଜଣାପଡିଛି, ଯେଉଁଥିରେ ସେ କାନାଡ଼ା ଟୁରରେ ଯିବାର ଘୋଷଣା କରିଥିଲେ। ଏହା ପରଠୁ ସୋ ଅଫ ଏୟର ହେବାର ଖବର ଭାଇରାଲ ହେଉଛି।

Google
କପିଲଙ୍କ ଏକ ପୋଷ୍ଟରୁ ମିଳିଲା ସୂଚନା:

ପ୍ରସିଦ୍ଧ କମେଡିଆନ କପିଲ ଶର୍ମା କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ କିଛି ଦିନ ପୂର୍ବରୁ କାନାଡ଼ା ଟୁରକୁ ନେଇ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ସେୟାର କରି କପିଲ ଲେଖିଥିଲେ,”ବର୍ଷ ୨୦୨୨ରେ ମୋର ୟୁଏସ-କାନାଡ଼ା ଟୁର ବିଷୟରେ ଘୋଷଣା କରି ମତେ ଖୁସି ଅନୁଭବ ହେଉଛି। ଜଲଦି ଆପଣ ମାନଙ୍କ ସହ ଭେଟିବାକୁ ହେବ”।

ଏହି ପୋଷ୍ଟରୁ ମିଳିଲା ସୋ ଅଫ ଏୟର ହେବାର ଖବରକୁ ସଂକେତ:

କପିଲ ଶର୍ମା ଏହି ପୋଷ୍ଟ କରିବା ପରେ ଲଗାତର ସୋ ବନ୍ଦ ହେବାକୁ ନେଇ ଖବର ଆସୁଛି। ଏହାର ଅଧିକାରୀକ ପୋଷ୍ଟ କପିଲ ଶର୍ମା କରିନାହଁନ୍ତି କିନ୍ତୁ ଆମ ସହଯୋଗୀ ୱେବସାଇଟ ବଲିଉଡ଼ ଲାଇଫ ତରଫରୁ ପିକବିଲାରେ ଛପାଯାଇଥିବା ଖବର ଅନୁସାରେ କପିଲ ଶର୍ମା ସୋ କିଛି ଦିନ ପାଇଁ ବନ୍ଦ ହୋଇପାରେ।

Google
ବିବେକ ଅଗ୍ନିହୋତ୍ରୀଙ୍କ ଜବାବ ଦ୍ଵାରା ହୋଇଥିଲା ହଲଚଲ:

ଟ୍ୱିଟରରେ ଜଣେ ବ୍ୟକ୍ତି “ଦି କାଶ୍ମୀର ଫାଇଲ୍ସ” ଫିଲ୍ମର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଲୋକପ୍ରିୟ ସୋ ଦି କପିଲ ଶର୍ମା ସୋ କୁ ଆସିବାକୁ କହିଥିଲେ। ଏହାର ଜବାବରେ ନିର୍ଦେଶକ କହିଥିଲେ ଏହା କପିଲ ଶର୍ମାଙ୍କ ଉପରେ ନିର୍ଭର କି ସେ କାହାକୁ ଡକାଇବେ। ଯେଉଁ ପର୍ଯ୍ୟନ୍ତ ବଲିଉଡ କଥା ଆସୁଛି ମୁଁ କହିବାକୁ ଚାହିଁବି ଥରେ ଶ୍ରୀ ଵଚନଙ୍କୁ ଗାନ୍ଧୀଙ୍କ ବିଷୟରେ କହିବାକୁ କୁହାଯାଇଥିଲା :ସେ ରାଜା ଅଟନ୍ତି ,ଆମେ ରଂଙ୍କ। ଏହି ଟ୍ୱିଟ ପରେ ବିବାଦ ହୋଇଥିଲା। ଏହା ପରେ ଅନେକ ଲୋକ କପିଲ ଶର୍ମା ସୋ ଉପରେ ପ୍ରହାର କରିଥିଲେ।

ଅନୁପମ ଖେର ବଞ୍ଚାଇଥିଲେ:

ଏହି ଘଟଣା ଉପରେ ଗୋଟେ ବ୍ୟକ୍ତିଗତ ଚ୍ୟାନେଲକୁ ଦେଇଥିବା ଏକ ଇଣ୍ଟରଭିଉରେ ଅନୁପମ ଖେର ମୁହଁ ଖୋଲିଥିଲେ। ସେ କହିଥିଲେ କି ତାଙ୍କୁ ନିମନ୍ତ୍ରଣ ମିଳିଥିଲା କିନ୍ତୁ ଫିଲ୍ମର ସଂବେଦନଶୀଳତାକୁ ଦେଖି ଧ୍ୟାନରେ ରଖି ନିମନ୍ତ୍ରଣ ଅସ୍ୱୀକାର କରିଦେଇଥିଲେ।

Google

VBବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *