ବୈଜ୍ଞାନିକ ଆମ ସୌରଜଗତ ବାହାରେ ବହୁତ ବାହ୍ୟଗ୍ରହର ସନ୍ଧାନ କରିଛନ୍ତି। ସେ ସର୍ବଦା ଏହିପରି ଗ୍ରହ ମାନଙ୍କ ସନ୍ଧାନ କରିଥାନ୍ତି ଓ ତା ଉପରେ ଅଧ୍ୟୟନ କରିଥାନ୍ତି କି କଣ ସେହି ଗ୍ରହରେ ଜୀବନପାଇଁ ଅନୁକୂଳ ପରିବେଶ ଅଛି। ଏହି ମଧ୍ୟରେ ଆଉ ଏକ ଗ୍ରହର ସନ୍ଧାନ କରାଯାଇଛି ଯାହା ଆମ ସୌରଜଗତ ଠୁ ବହୁତ ଦୂରରେ ନୁହେଁ। ଏତିକି ନୁହେଁ ଏହି ଗ୍ରହର ବାୟୁମଣ୍ଡଳ ବହୁତ ପତଳା ଅଟେ ବୋଲି ଜଣା ଯାଇଛି।

ଏହି ଗ୍ରହ ସୁପରଆର୍ଥର ଶ୍ରେଣୀରେ ଆସିଥାଏ। ଏହି ଗ୍ରହର ସନ୍ଧାନ କାରମେନ୍ସ ସହାୟକ ସଂଘର ବୈଜ୍ଞାନିକ କରିଛନ୍ତି। ଗ୍ଲିସ ୪୮୬ବି ନାମକ ଏହି ଗ୍ରହ ନିଜ ନାଲି ବୌନେ ତାରା ଗ୍ଲିସ ୪୮୬ ର ଚାରିପାଖରେ ଘୁରୁଛି। ବୈଜ୍ଞାନିକଙ୍କୁ ଏହି ଗ୍ରହ ଆମ ସୌରମଣ୍ଡଳରୁ ଅଳ୍ପ ଦୂର ବହୁତ ଅଧିକ ପ୍ରଭାବ ପକାଉଛି। ଏଥିପାଇଁ ଏହାର ଅଧ୍ୟୟନ କରିବା ସହଜ ହୋଇପାରିବ।
ଗ୍ଲିସବି ଗ୍ରହର ଖାସ କଥା ହେଉଛି ଏହା ନିଜ ତାରାଙ୍କ ବହୁତ ପାଖରେ ଅଛି ଓ ତାଙ୍କ ଚାରିପାଖରେ ଘୁରୁଛି। ଏହି ଗ୍ରହର ଏକ ବର୍ଷ ବା ଏକ ଚକର ୧.୫ ଦିନରେ ପୁରା ହୋଇଯାଇଥାଏ। ଏହି କାରଣ ଅଟେକି ଏହାର ଗୋଟେ ପଟ ସର୍ବଦା ସୂର୍ଯ୍ୟଙ୍କ ସାମ୍ନାରେ ରହିଥାଏ ଓ ଅନ୍ୟ ପଟ ସବୁବେଳେ ରାତ୍ରି ହୋଇଥାଏ। ଏହି ଅଧ୍ୟୟନ ଅଳ୍ପ ଦିନ ତଳେ ସାଇନ୍ସ ଜର୍ଣ୍ଣଲରେ ବାହାରିଥିଲା।

ମ୍ୟାକ୍ସ ପ୍ଲେକ ଇନଷ୍ଟିଚ୍ୟୁଟ ଫର ଏଷ୍ଟ୍ରୋନୋମିର ଖଗୋଳବିଦ ତିକୋନ ତିକୋନବ ଗ୍ଲିସବି ଅଵଲୋକନ କରିଛନ୍ତି।ତାଞଙ୍କର କହିବା ଅଟେ ଏହା ଏକ ପଥରିଆ ଗ୍ରହ ଅଟେ ଏହାର ଘନତ୍ୱ ପୃଥିବା ବା ଶୁକ୍ର ଗ୍ରହ ପରିଅଟେ। ଏହାର ଭାର ୨.୮ ଗୁଣ ପୃଥିବୀ ଠୁ ଅଧିକ। ଏହି ଗ୍ରହ ୩୦% ପୃଥିବୀ ଠୁ ବଡ଼। ଏହାର ତାପମାତ୍ରା ୪୩୦ ଡିଗ୍ରୀ ସେଲସିୟସ ଅଟେ। ଯାହାକି ଶୁକ୍ରଗ୍ରହ ପରି ଅଟେ। ସେଥିପାଇଁ ଏଠାରେ ଜୀବନ ସମ୍ଭବ ହେବନି।
ଏହି ଗ୍ରହ ଆମଠୁ ମାତ୍ର ୨୪ ପ୍ରକାଶ ବର୍ଷ ଦୂରରେ ଅଟେ।ବୈଜ୍ଞାନିକଙ୍କ କହିବା ଅଟେ ବ୍ରହ୍ମାଣ୍ଡରେ ଏହାର ଦୂରତା ପୃଥିବୁକୁ ଏକ ପଥର ପକାଇବା ଭଳି ଅଟେ। ଏହି ଗ୍ରହର ଏକ ଖାସ କଥା ଅଛି ଯାହା ବୈଜ୍ଞାନିକଙ୍କୁ ଧ୍ୟାନ ଦେବା କଥା ଯାହା ହେଉଛି ଏହାର ବାୟୁମଣ୍ଡଳ। ଏହାର ବାୟୁମଣ୍ଡଳ ଶୁକ୍ରଗ୍ରହର ବାୟୁମଣ୍ଡଳଠୁ ବି ପତଳା ଅଟେ। ଏବେ ବୈଜ୍ଞାନିକଙ୍କୁ ଏହି ବର୍ଷ ଲଞ୍ଚ ହେବାକୁ ଥିବା ଜେମ୍ସବେବ ସ୍ପେସ ଟେଲିସ୍କୋପ ଭଳି ଦୂରବିନୋଠୁ ବହୁତ ବିଶ୍ୱାସ ଅଛି।ଏହା ଦ୍ଵାରା ସେ ଏହି ଗ୍ରହ ବିଷୟରେ ବିସ୍ତାରରେ ଅଧ୍ୟୟନ କରିପାରିବେ ଓ ଏହା ଜାଣିବାକୁ ପ୍ରୟାସ କରିବେ କି କଣ ଏହି ଗ୍ରହରେ କେବେ ଜୀବନ ସମ୍ଭବ ଅଟେ।

ଏହି ଗ୍ରହ ଗରମ ହେବା ବି ଅନେକ ପ୍ରକାର ସୂଚନା ଦେଇଥାଏ। ଏହାର ତାପମାତ୍ରା ସୀସାକୁ ମଧ୍ୟ ତରଳାଇ ପାରେ। ଏହାର ଅର୍ଥ ଏହି ଗ୍ରହରେ ଅଧିକ ଲାଭା ପ୍ରଭାବିତ ହେଉଛି। ଆଉ ଏକ କାରଣ ଏହି ଗ୍ରହର ବାୟୁମଣ୍ଡଳରୁ ଗ୍ୟାସ ଆସୁଥିବ। ଏହି କଥା ଏହି ଗ୍ରହର ଅଧ୍ୟୟନ ପରେ ଜଣାପଡିବ। ଏହି ଗ୍ରହ ତାରାଙ୍କ ପାଖରେ ଥୁବାରୁ ଏହା ତାରା ମାନଙ୍କ କିରଣ ପୃଥିବୀକୁ ଆସିବାକୁ ଅଟକାଇଥାଏ। ଏହା ଦ୍ଵାରା ଏହି ଗ୍ରହ ବିଷୟରେ ଅଧ୍ୟୟନ କରାଯାଇପାରେ। ଏହି ସ୍ଥିତି ଏବେ କୌଣସି ବାହ୍ୟଗ୍ରହର ଅଧ୍ୟୟନ ପାଇ ସବୁଠୁ ସଠିକ ଅଟେ।
ଏହି ଗ୍ରହ ବହୁତ ଅନେକ ସୁପରଆର୍ଥ ବାହ୍ୟଗ୍ରହ ମାନଙ୍କ ମଧ୍ୟରୁ ଜଣେ ଯାହା ବିଷୟରେ ଆମେ ଜାଣିଛୁ। ଏହା ବହୁତ ଅଦ୍ଭୁତ ଓ ରୋମାଞ୍ଚକ ବାହ୍ୟଗ୍ରହ ଅଟେ। ବୈଜ୍ଞାନିକ ଏହା ଜାଣିବା ପାଇଁ ମଧ୍ୟ ପ୍ରୟାସ କରିବେ ଏହି ଅଧ୍ୟୟନରେ ତାଙ୍କୁ ସୌରମଣ୍ଡଳରେ ଗ୍ରହ ଓ ଜୀବନର ବିକାଶର ସମ୍ବଧିତ ପ୍ରଶ୍ନର ଉତ୍ତର ମିଳିବ ବା ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।