ଏହି ସମୟରେ ଜଗତର ପାଳନକର୍ତ୍ତା ବିଷ୍ଣୁ ଶେଷନାଗ ଉପରେ ବିଶ୍ରାମର ମୁଦ୍ରା ଭଳି ରହିଥାନ୍ତି। ସେହିପରି ଏହି ମାସକୁ ନେଇ ବି ଶାସ୍ତ୍ରରେ କେତେକ ନିୟମ କରାଯାଇଅଛି।ଅନ୍ୟ ମାସ ଭଳି ଏହି ବିଶେଷ ମାସରେ ବି କିଛି ଜିନିଷକୁ ଖାଇବାକୁ ମନା କରାଯାଇଅଛି ସେହିପରି କିଛିକୁ ଖାଇବାରେ ଲାଭବାନ ବୋଲି ମାନାଯାଇଅଛି।

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସ ବହୁତ ପୂଣ୍ୟ ମାନାଯାଇଅଛି ଯାହାକୁ ଧର୍ମର ମାସ ବୋଲି କୁହାଯାଇଥାଏ। କୁହାଯାଇଅଛି ଏହି ମାସ ଭଗବାନ ବିଷ୍ଣୁଙ୍କ ଉପାସନାରେ ସମର୍ପିତ କରିବା ଦରକାର। କାହିଁକିନା ଏହି ସମୟରେ ଜଗତର ପାଳନକର୍ତ୍ତା ବିଷ୍ଣୁ ଶେଷନାଗ ଉପରେ ବିଶ୍ରାମର ମୁଦ୍ରାରେ ରହିଥାନ୍ତି।ସେହିପରି ଏହି ମାସକୁ ନେଇ ବି ଶାସ୍ତ୍ରରେ କେତେକ ନିୟମ କରାଯାଇଅଛି। ଅନ୍ୟ ମାସ ଭଳି ଏହି ବିଶେଷ ମାସରେ ବି କିଛି ଜିନିଷକୁ ଖାଇବାକୁ ମନା କରାଯାଇଅଛି ସେହିପରି କିଛିକୁ ଖାଇବାରେ ଫଳପ୍ରଦ ମନାଯାଇଅଛି। ତେବେ ଆସନ୍ତୁ ଦେଖିବା କାର୍ତ୍ତିକ ମାସରେ କଣ କଣ ଖାଇବା ଏବଂ କେଉଁ କେଉଁ ଜିନିଷକୁ ଖାଇବା ନାହିଁ।
କାର୍ତ୍ତିକ ମାସରେ ଏହି ଜିନିଷକୁ ଖାଇବାକୁ ମନା କରାଯାଇଅଛି:-
ମାଛ: କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କ ଜଳରେ ମାଛ ରୂପରେ ରହିଥାନ୍ତି। ଏଥିପାଇଁ ଏହି ମାସରେ ମାଛ ଖାଇବାକୁ ମନା କରାଯାଇଅଛି। କେବଳ ଧାର୍ମିକ ଦୃଷ୍ଟିରେ ନୁହେଁ ବରଂ ବୈଜ୍ଞାନିକ ଦୃଷ୍ଟିରୁ ବି ଏହି ମାସରେ ମାଛ ଖାଇବାକୁ ମନା କରାଯାଇଅଛି। କୁହାଯାଏ କି ଏହି ସମୟରେ ନଦୀର ପାଣି ବଢିବା ଓ ବର୍ଷା କାରଣରୁ ଦୂଷିତ ହୋଇଥାଏ ଏଥିପାଇଁ ମାଛ ଖାଇବା କଥା ନୁହେଁ।
ବାଇଗଣ: କାର୍ତ୍ତିକ ମାସରେ ବାଇଗଣ ଖାଇବାକୁ ମନା କରାଯାଇଅଛି। କାହିଁକିନା ଏହି ମାସରେ ପିତଦୋଷ ସମ୍ବଦ୍ଧିତ ରୋଗ ହେବାର ଆଶଙ୍କା ରହିଥାଏ ଏବଂ ବାଇଗଣ ପିତଦୋଷର ଏକ କାରଣ ମନାଯାଇଥାଏ । ସେହିପରି ବାଇଗଣକୁ ଧାର୍ମିକ ଦୃଷ୍ଟିରେ ଅଶୁଦ୍ଧ ମନାଯାଇଥାଏ।

କଲରା: କାର୍ତ୍ତିକ ମାସ ବିଶେଷ ଭାବରେ ସାଧନା ଓ ଭଗବାନ ଵିଷ୍ଣୁଙ୍କ ଉପାସନାର ମାସ ମନାଯାଇଥାଏ।ଏବଂ କୁହାଯାଏ ଉପାସନା କିମ୍ବା ବ୍ରତ ବିଶେଷ କରି ରାଗ, ଚଟପଟା,ପିତା ଭୋଜନ କରନ୍ତୁ ନାହିଁ ଏବଂ କଲରା ପିତା ଅଟେ ଏଥିପାଇଁ କାର୍ତ୍ତିକ ମାସରେ ଏହାକୁ ଖାଇବାକୁ ନିଷେଧ ମନାଯାଇଅଛି।

ଦହି: ଶାସ୍ତ୍ରରେ କୁହାଯାଇଅଛି କି କାର୍ତ୍ତିକ ମାସରେ ଦହି ଖାଇବା କଥା ନୁହେଁ, କାହିଁକିନା ଏହି ମାସରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦହି ଖାଇବାକୁ ମନା କରାଯାଇଅଛି। ଆପଣ ଦହି ଜାଗାରେ କ୍ଷୀର ସେବନ କରିପାରିବେ।

ଜିରା: କାର୍ତ୍ତିକ ମାସରେ ଜିରା ଖାଇବାକୁ ବି ମନା କରାଯାଇଅଛି। ଯଦିଓ ଜିରା ସ୍ଵାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ମନାଯାଇଅଛି କିନ୍ତୁ କୁହାଯାଏ କି ଯଦି କାର୍ତ୍ତିକ ମାସରେ ଜିରାକୁ ଖାଇବେ ତେବେ କ୍ଷତି ହୋଇପାରେ।
କାର୍ତ୍ତିକ ମାସରେ ଏହି ଜିନିଷର ସେବନ ଲାଭଦାୟକ ଅଟେ:-
ଯେଉଁଠି ଏହି ମାସରେ ଜିରା,ଦହି, କଲରା,ବାଇଗଣ ଏବଂ ମାଛ ଖାଇବାକୁ ମନା କରାଯାଇଅଛି ସେହିପରି ଗୋଟିଏ ଜିନିଷ ଅଛି ଯାହାର ସେବନ ଏହି ମାସରେ କରିବା ଦ୍ୱାରା ବିଶେଷ ଲାଭଦାୟକ ମନାଯାଇଅଛି। ଏହା ଅଟେ ମୂଳା। କାର୍ତ୍ତିକ ମାସରେ ମୂଳା ଖାଇବାଦ୍ୱାରା ବହୁତ ଫାଇଦା ମିଳିଥାଏ। ଯେଉଁଥିରୁ କେତେ ପ୍ରକାରର ଋତୁ ଜନିତ ରୋଗରୁ ମୁକ୍ତି ମିଳିଯାଇଥାଏ। ଏଥିପାଇଁ କାର୍ତ୍ତିକ ମାସରେ ମୂଳାର ସେବନ ନିଶ୍ଚୟ କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।