ସୁଶାନ୍ତଙ୍କ ସିଂହ ରାଜପୁଜଙ୍କ ମୃତ୍ୟୁ ପରେ ଆଇ.ଇସ. ଡ୍ରଗ୍ସ ଏଙ୍ଗଲ ଆସିବା ପରେ ଏନସିବି ବହୁତ ଡ୍ରଗ୍ସ ପ୍ୟାଡେଲରସ ମାନଙ୍କୁ ଗିରଫ କରିଛି। ଏହା ସହ ବଲିଉଡର ରାସ୍ତା ସୁନସାନ ହୋଇଯାଇଛି। ଏନସିବି (NCB) ଦ୍ଵାରା ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ବହୁତ ରାଜରୁ ଧୀରେ ଧୀରେ ପରଦା ହଟା ଯାଉଛି।
କରନ ଜୋହର ସମେତ ଅନ୍ୟ ଲୋକଙ୍କ ବଢ଼ିଲା ସମସ୍ୟା:-
କିଛିଦିନ ତଳେ ନିଜେ କରନ ଜୋହର ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ଼ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହି ଭିଡିଓ ଦେଖି ଆଲୋଚନା କରିଥିଲେ। ଏବେ ଏତେ ଦିନପରେ ଏନସିବିର ନଜର ପଡିଛି ଏହି ଭିଡିଓ ଉପରେ।

କଣ ଅଛି ଏହି ଭିଡ଼ିଓରେ:-
ଯେଉଁ ଭିଡ଼ିଓକୁ ଏନସିବି ନିଜ ହାତକୁ ନେଇଛି ସେହି ଭିଡ଼ିଓରେ ବହୁତ ବଲିଉଡର କଳାକାର ମାନେ ନିଶାରେ ଥାଇ ନାଚୁଥିଲେ। ଏହି ଭିଡିଓକୁ ନିଜେ କରନ ଜୋହର ସୋସିଆଲ ମିଡିଆରେ ଛାଡିଥିଲେ। ଯାହାକୁ ଲୋକମାନେ ବହୁତ ଖରାପ କହିଥିଲେ। ଭିଡ଼ିଓରେ ଅନେକ ଷ୍ଟାରଙ୍କୁ ଦେଖାଯାଇଛି। ଏହା ମଧ୍ୟରେ ଶିରୋମଣି ଅକାଳି ଦଳର ବିଧାୟକ ‘ମନଜିନ୍ଦର ସିଂ ସିରସା’ , କରନ ଜୋହର ସମେତ କାଫି ବଡ ଲୋକଙ୍କ ନାମରେ ଏତଲା ଦେଇଥିଲେ।
କେଉଁମାନେ ଥିଲେ ସେହି ପାର୍ଟିରେ:-
ପ୍ରଡ୍ୟୁସର କରନ ଜୋହାରଙ୍କ ଦ୍ଵାରା ୩୦ ଜୁଲାଇ ୨୦୧୯ ରେ ଦେଇଥିବା ପାର୍ଟିରେ ବିକି କୌଶଳ , ଦୀପିକା ପାଦୁକୋନ,ଜୋୟା ଅକ୍ତର , ମଲାଇକା ଅରୋଡା,ଅର୍ଜ୍ଜୁନ କପୁର, ସାହିଦ କପୁର ସାମିଲ ଥିଲେ। ଭିଡ଼ିଓରେ ଏହି ସବୁ ଷ୍ଟାର ମାନେ ନିଶାରେ ଥିଲା ଭଳି ଲାଗୁଥିଲେ। ଏହାର ଯାଞ୍ଚ ଏବେ ଏନସିବି (NCB) କରିବ।
ବିକ୍କୀ କୌଶଲଙ୍କ ସୋଫା ପାଖରେ ଏକ ଧଳା ରଙ୍ଗର ପାଉଡର ଦେଖାଯାଉଛି। କୁହାଯାଉଛି କି ଏହା ‘କୋକିନ’ ଅଟେ। କହିଦେବୁ ଯେ ପୂର୍ବ ସପ୍ତାହରେ ଛଅ ଡ୍ରଗ୍ସ ପ୍ୟାଡଲରଙ୍କୁ ଏନସିବି ଗିରଫ କରିଥିଲା , ଯାହାଙ୍କ ମଧ୍ୟରୁ ଜଣକୁ ଗୋଆରୁ ଗିରଫ କରାଯାଇଥିଲା। ଆଗାମୀ ଦିନରେ ଅଧିକ ରେଡ଼ ହବାର ଖବର ମିଳିଛି।
ଏହାର ସଠିକ ତଥ୍ୟ ସମ୍ପୂର୍ଣ୍ଣ ଖୋଳତାଡ଼ ହେବା ପରେ ମିଳିବ ବୋଲି ଜଣା ଯାଉଛି। ହେଲେ ଧୀରେ ଧୀରେ ଏହି ସବୁ ମାମଲାରେ ବହୁତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତରେ ବାଜୁଛି। ଏହି ମାମଲା ଦୀର୍ଘ ଦିନ ଧରି ବହୁତ ମୋଡ଼ ଦେଇ ଗତି କରିବାରେ ଲାଗିଛି। ଏନସିବି ତାର କାର୍ଯ୍ୟ ସଠିକ ରୂପେ ପରିଚାଳନା କରୁଛି। ମାମଲା ଏତେ ଗମ୍ଭୀର ଦେଇ ଗତି କରିବ ବୋଲି କେହି ଭାବିନଥିଲେ ହେଲେ ଏତେ ସବୁ ତଥ୍ୟ ମିଳୁଛି ଯାହା ବହୁତ ମୂଲ୍ୟବାନ ଅଟେ। ସବୁ ଖବର ଧୀରେ ଧୀରେ ଆଗକୁ ଆସିବ ବୋଲି ଆଶା ଅଛି।
ଆମେ ଆପଣଙ୍କ ପାଇଁ ଏମିତି ନ୍ୟୁଜ ଆଣିକି ଆସୁ ଯାହା ଆପଣଙ୍କ ଜାଣିବା ନିହାତି ଆବଶ୍ୟକ ଅଟେ। ଏହାକୁ ସେୟାର କରି ସମସ୍ତଙ୍କୁ ଏହି ଖବର ବିଷୟରେ ଅବଗତ କରାନ୍ତୁ ।