ଆଜିକାଲି ଦୁନିଆରେ ଏମିତି ଜାଗା ରହିଛି ଯାହା ରାହସ୍ୟରେ ପରିପୂର୍ଣ୍ଣ। ଏହି ରହସ୍ୟ ଉପରୁ ପରଦା କାଢ଼ିବାର ସାହସ କାହାର ନାହିଁ। ଏହି ଜାଗା ମଧ୍ୟରୁ ଗୋଟିଏ ଜାଗା ବରମୁଣ୍ଡା ଟ୍ରାଇଆଙ୍ଗଲ। ବରମୁଣ୍ଡା ଟ୍ରାଇଆଙ୍ଗଲ ଆଟଲାଣ୍ଟିକ ସାଗରରେ ଅବସ୍ଥିତ ଓ ଏହା ଏକ ମିଷ୍ଟ୍ରି ଜାଗା ଅଟେ। ଏହି ଜାଗାର ରହସ୍ୟ ଜାଣିବା ପାଇଁ କେତେ ଲୋକ ନିଜର ଜୀବନ ଦେଇ ସାରିଲେଣି।ଆଜି ଆମେ ଏହି ରହସ୍ୟ ମୟ ଜାଗା ବିଷୟରେ ଆପଣଙ୍କୁ କହିବୁ। ଯାହାକୁ ଜାଣି ଆପଣ ମଧ୍ୟ ଚକିତ ହୋଇଯିବେ।

ଆଟଲାଣ୍ଟିକ ମହାସାଗରର ବରମୁଣ୍ଡା ଟ୍ରାଇଆଙ୍ଗଲ ଏକ ରହସ୍ୟମୟ ଜାଗା ଅଟେ। କୁହାଯାଏ କି ଏହି ବାଟ ଦେଇ ଯାଉଥିବା ଉଡାଜାହାଜ ମଧ୍ୟ ହଜିଯାଏ। ଏହାର ପଛର କାରଣ ଏବେ ମଧ୍ୟ ଅସ୍ପଷ୍ଟ। ହେଲେ ଆକଳନ କରାଯାଉଛି କି କିଛି ଅଜଣା ଓ ରହସ୍ୟମୟୀ ଶକ୍ତି ଏଠାରେ ରହିଛି। ଯାହା ଉଡାଜାହାଜକୁ ହଜାଇଦିଏ।
କେତେକ ସମୟ ପର୍ଯ୍ୟନ୍ତ ବରମୁଣ୍ଡା ଟ୍ରାଇଆଙ୍ଗଲ ବିଷୟରେ କେହି ଜାଣିନଥିଲେ। ଏହାକୁ ଆବିଷ୍କାର ପ୍ରଥମେ କ୍ରିଷ୍ଟୋଫର କଲମ୍ଵସ କରିଥିଲେ ଓ ସେ ତାଙ୍କ ଲେଖାରେ ଲେଖିଥିଲେ କି ଏହା ଏକ ତ୍ରିକୋଣ ଭଳି ଜାଗା ଅଟେ। ଏହାଛଡା ଏଠାରେ ହଉଥିବା ଗତିବିଧି ଉପରେ ମଧ୍ୟ କହିଥିଲେ।

ଏଠାରେ ଜାହାଜ ହଜି ଯିବାର କାରଣ ଜାଣିବା ପାଇଁ ବହୁତ ପରୀକ୍ଷଣ ଓ ଅଧ୍ୟୟନ କରାଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ଏହାର ସଠିକ କାରଣ ଜଣାପଡିନାହିଁ। ହେଲେ ବରମୁଣ୍ଡା ଟ୍ରାଇଆଙ୍ଗଲରେ ଜାହାଜ ହଜିବାର କାରଣ ମୌସୁମୀ ବୋଲି ବୈଜ୍ଞାନିକ ମାନେ ମାନୁଛନ୍ତି।
ବୈଜ୍ଞାନିକଙ୍କ ମୁତାବକ ବରମୁଣ୍ଡା ଟ୍ରାଇଆଙ୍ଗଲ ପାଖରେ ବହୁତ ଜୋରେ ପବନ ବହେ। ଯାହା କି ୧୭୦ ମାଇଲ ପ୍ରତି ଘଣ୍ଟା ଅଟେ। ଯାହାଫଳରେ ଜାହାଜ ନିଜର ସନ୍ତୁଳନ ହରାଇବସେ ଓ ବିପଦର ସମ୍ମୁଖୀନ ହୁଏ। ଏକ ଅନୁମାନ ମୁତାବକ ଏଠାରେ ଏପର୍ଯ୍ୟନ୍ତ ୫୦ ଟି ଜାହାଜ ଓ ୨୦ ବିମାନ ଏଠାରୁ ହଜିଗଲେଣି।

କେଉଁଠାରେ ଅଛି:-ବରମୁଣ୍ଡା ଟ୍ରାଇଆଙ୍ଗଲ ଉତ୍ତର ଆଟଲାଣ୍ଟିକ ମହାସାଗରରେ ସ୍ଥିତ ବ୍ରିଟେନର ପ୍ରବାସୀ କ୍ଷେତ୍ର ଅଟେ। ଏହା ସଂଯୁକ୍ତ ରାଜ୍ୟ ଆମେରିକାର ପୂର୍ବ ତଟରେ ମିଆଁସିରୁ ୧୭୭୦ କିମି ଓ ହେଲିଫ୍ୟାକ୍ସ୍ ,ନୋବା ସ୍କୋଟିଆ ଦକ୍ଷିଣରେ ୧୩୫୦ କିମି ଦୂରରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।