ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରେ ଏହି ଦିନମାନଙ୍କରେ ଦଦରୀ ମେଳା ଚାଲୁଅଛି। ଯେଉଁଥିରେ ମଇଁଷିକୁ ବିକା ଓ କିଣା ଯାଉଛି। ଏହି ମାମଲାରେ ଦୂର ଦୂରରୁ ଲୋକ ଆସନ୍ତି ଓ ମଇଁଷି କିଣାବିକା କରନ୍ତି। ଏବେ ଏବେ ଏହି ମେଳାରେ କାଜୁ, କିସମିଶ, ସେଓ ଓ କଦଳୀ ଖାଉଥିବା ୫ଲକ୍ଷ ଟଙ୍କାର ମଇଁଷି ଆସିଥିଲା। ଏହି ମଇଁଷିର ମୂଲ୍ୟ ଶୁଣି ସମସ୍ତେ ଆର୍ଶ୍ଚଯ୍ୟ ହୋଇଯାଇଥିଲେ। ସେହିପରି ଏବେ ଏହି ମେଳାରେ ୨୨ ଲକ୍ଷର ମଇଁଷି ମଧ୍ୟ ଆସିଗଲା।

ମଇଁଷିର ମୂଲ୍ୟ ଶୁଣି ସମସ୍ତେ ହକାବକା ହୋଇରହିଗଲେ ଓ ସମସ୍ତେ ଏହା ଭାବୁଛନ୍ତି କି ପ୍ରକୃତରେ ଏହି ମଇଁଷିରେ ଏମିତି କଣ ଅଛି କି ଏହାର ମୂଲ୍ୟ ୨୨ଲକ୍ଷ ଟଙ୍କା ରଖାଯାଇଛି।କୁହାଯାଉଅଛି ଏହି ମଇଁଷି ପଶୁଚାରା ସହ ମକାର ଭାତ ମଧ୍ୟ ଖାଏ। ମଇଁଷି ପାଳକ ଏହାର ସିମନ୍ସ ବ୍ୟବସାୟ ମଧ୍ୟ କରେ।ଏତିକି ହିଁ ନୁହେଁ ଏହି ମଇଁଷିର ମାଲିକ ଏକ ମଇଁଷିକୁ ଗର୍ଭବତୀ କରିବା ପାଇଁ ୫୦୦ଟଙ୍କା ନେଇଥାଏ। ଯେଉଁ କାରଣରୁ ଏହି ମଇଁଷିର ମୂଲ୍ୟ ୨୨ଲକ୍ଷ ଟଙ୍କା ରଖାଯାଇଛି।
ଏହି ମଇଁଷିର ମାଲିକ ଜନପଦର ମନୀୟର ଥାନା ଅନ୍ତର୍ଗତ ସୁଲତାନ ପୁର୍ ଗାଁର ବାସିନ୍ଦା ଅଟେ ଓ ତାର ନାମ ହୃଦୟାନନ୍ଦ ଯାଦବ ଅଟେ। ହୃଦୟାନନ୍ଦ ଯାଦବର ମୁରା ମଇଁଷିର ମୂଲ୍ୟ ୨୨ ଲକ୍ଷ ଟଙ୍କା ଅଟେ। ହୃଦୟାନନ୍ଦ ଯାଦବ କହିଛନ୍ତି କି ମଇଁଷି ସହିତ ଆଉ ଏକ ମଇଁଷି ମଧ୍ୟ ଅଛି, ଯିଏ ୬ ଲିଟର କ୍ଷୀର ଦିଏ। ତାହାର ମୂଲ୍ୟ ୪୦,୦୦୦ ଟଙ୍କା ଅଟେ।

ଏହି କାରଣରୁ ଏହାର ମୂଲ୍ୟ ୨୨ଲକ୍ଷ ଟଙ୍କା ଅଟେ:
ହୃଦୟାନନ୍ଦ ଯାଦବଙ୍କ ଅନୁସାରେ ତାଙ୍କ ମଇଁଷି ଗାଁରେ ଯେତେ ବି ମଇଁଷି ଅଛନ୍ତି ତାଙ୍କୁ ଗର୍ଭବତୀ କରିଛି,ସମସ୍ତେ ଅଣ୍ଡିରା ମଇଁଷିକୁ ନିଜ ଜନକ କରିବାକୁ ଯାଆନ୍ତି ଏହି କାରଣ ଅଟେ କି ଗାଁ ଛଡା ଦୂର କ୍ଷେତ୍ରରୁ ତାଙ୍କ ସେଠାକୁ ମଇଁଷିମାନଙ୍କୁ ଗର୍ଭବତୀ କରିବାକୁ ଆଣନ୍ତି। ହୃଦୟାନନ୍ଦ ଯାଦବ କହିଛନ୍ତି କି ମଶଲନ, ବେରୁଆରବାରି, ଦୁର୍ଗୀପୁର୍,ବାଂଶଡିହ, କୀର୍ତ୍ତୃପୁର୍,ଦିତୌନି ଆଦି ଗାଁର ପଶୁପାଳକ ବାହାନାରେ ନିଜ ମଇଁଷିକୁ ଗର୍ଭଧାନ କରିବା ପାଇଁ ତାଙ୍କ ଘରେ ଛାଡିଯାଆନ୍ତି।
ହୃଦୟାନନ୍ଦ ଯାଦବ ଏହି ମଇଁଷିକୁ ଏହି ମେଳାରେ ଚାରିବର୍ଷ ପୂର୍ବେ କିଣିଥିଲେ, ପଶୁପାଳକ କହିଛନ୍ତି କି ଚାରିବର୍ଷ ପୂର୍ବେ ସେ ୨୦,୦୦୦ ଟଙ୍କାରେ ଏକ ମଇଁଷିକୁ କିଣିନେଇଥିଲେ ଯାହା ସହିତ ଏହି ଛୁଆ ମଧ୍ୟ ଥିଲା। ସାଧାରଣତଃ ମଇଁଷିର ଅଣ୍ଡିରା ଛୁଆକୁ ବିକିଦିଅନ୍ତି। କିନ୍ତୁ ହୃଦୟାନନ୍ଦ ଯାଦବ ଏହାକୁ ପାଳିବାକୁ ନିଷ୍ପତ୍ତି ନେଲେ ଓ ଚୋକଡ଼ ଏବଂ ମକାର ଭାତ ଖୁଆଇ ଏହାକୁ ହୃଷ୍ଟପୃଷ୍ଟ କଲେ। ଏକ ମଇଁଷିକୁ ଗର୍ଭବତୀ କରିବା ପାଇଁ ଏବେ ସେ ୫୦୦ ଟଙ୍କା ନେଉଛନ୍ତି।

ଦଦରୀ ମେଳାର ନନ୍ଦି ଗ୍ରାମରେ ଷଷ୍ଠ ଦିନ ମାନେ ଶୁକ୍ରବାରକୁ ନଗର ପାଳିକାର ୧ଲକ୍ଷ ୬୬ହଜାର ୭୫୦ଟଙ୍କାର ଆମଦାନୀ ହେଇଛି। ଯେଉଁଥିରେ ୪୩ହଜାର ୭୫୦ଟଙ୍କାର ଗାଇ, ବଳଦ ଓ ମଇଁଷିର ବିକ୍ରିରୁ ହୋଇଛି।ଯେତେବେଳେ କି ଘୋଡ଼ାର ବିକ୍ରିରୁ ୨୨୫୦ଟଙ୍କାର ଆମଦାନୀ ହୋଇଛି । ଏହା ଛଡା ପଶୁମାନଙ୍କର ପଞ୍ଜିକରଣରୁ ୪୫ହଜାର, ବାହାନମାନଙ୍କର ପଞ୍ଜିକରଣରୁ ୩୦୦ଟଙ୍କା, ଗଧ ବଜାରରୁ ୮୧ହଜାର ଓ ଅନ୍ୟଠାରୁ ୪୫୦ଟଙ୍କାର ଆୟ ହୋଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।