ବଡ ଖବର: ଭାରତୀୟ ଦଳରୁ ଅଲଗା କରାଗଲା ଏହି ୫ଟି ବଡ଼ ଷ୍ଟାର ଖେଳାଳିଙ୍କୁ, ନାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ମେଲବର୍ନର ହୋଟେଲରେ ଖାଇବାକୁ ଯାଇଥିବା ରୋହିତ ଶର୍ମା,ରିଷବ ପନ୍ତ, ପୃଥ୍ବୀ ଶ, ନବଦିପ ସାଇନି ଓ ଶୁଭମନ ଗିଲଙ୍କୁ ଏବେ ଆଇଶୋଲେସନରେ ପଠାଯାଇଛି।

Google

ମେଲବର୍ନ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିବା ପରେ ଏବେ ଭାରତୀୟ ଦଳ ଦ୍ୱିତୀୟ କାରଣରୁ ଚର୍ଚ୍ଚାରେ ଅଛନ୍ତି। ପ୍ରକୃତରେ ଭାରତର ପାଞ୍ଚ ଜଣ ଖେଳାଳୀଙ୍କୁ ଦଳରୁ ଅଲଗା ଆଇସୋଲେଟ କରିଦିଆଯାଇଛି। ରୋହିତ ଶର୍ମା,ରିଷଭ ପନ୍ତ, ପୃଥ୍ବୀ ଶ, ନବଦିପ ସାଇନି ଓ ଶୁଭମନ ଗିଲଙ୍କୁ ଅଷ୍ଟ୍ରେଲିଆ ଓ ଭାରତୀୟ ଦଳଠାରୁ ଅଲଗା ରଖାଯାଇଛି। ଏ ସମସ୍ତ ଖେଳାଳି ମେଲବର୍ନର ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ଏ ସମସ୍ତ ଖେଳାଳିଙ୍କୁ ଆଇଶୋଲେଟ କରାଯାଇଛି। ଅଷ୍ଟ୍ରେଲିଆ ମିଡ଼ିଆ କହୁଛି କି ଏହି ଖେଳାଳିମାନେ ବୟୋବବଲର ଉଲଂଘନ କରିଛନ୍ତି, ଯାହାର ଯାଞ୍ଚ କରାଯାଉଅଛି। ଯଦିଓ ବିସିସିଆଇ ସୂତ୍ର ଅନୁସାରେ ଖେଳାଳିମାନେ ବୟୋବବଲ ସମ୍ବିଧାନର ଉଲଂଘନ କରିନାହାନ୍ତି ଓ ଅଷ୍ଟ୍ରେଲିଆର ମିଡ଼ିଆ ଜାଣିଶୁଣି ଏପରି ଖବର ପ୍ରଚଳିତ କରୁଛନ୍ତି।

ହୋଟେଲକୁ ଯିବା ଭାରତୀୟ ଦଳର ଖେଳାଳିମାନଙ୍କ ଉପରେ ଭାରି ପଡିଲା:

କ୍ରିକେଟ ଅଷ୍ଟ୍ରେଲିଆ ରେଷ୍ଟୁରାଣ୍ଟରେ ଭାରତୀୟ ଦଳର ଖେଳାଳିଙ୍କ ଖାଦ୍ୟପେୟ ଉପରେ ନିଜର ବୟାନ ଜାରି କରିଛନ୍ତି। ଯେଉଁଥିରେ ସେ କହିଲେ,”ଆଜି କ୍ରିକେଟ ଅଷ୍ଟ୍ରେଲିଆ ଓ ବିସିସିସାଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟ ବିଷୟରେ କହିଲେ ଯେଉଁଥିରେ ରୋହିତ ଶର୍ମା,ଶୁଭମାନ ଗିଲ,ଋଷଭ ପନ୍ତ ଓ ନବଦୀପ ସାଇନି ମେଲବର୍ଣର ଇଣ୍ଡୋର ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଉଛନ୍ତି। ବିସିସିସାଇ ଓ କ୍ରିକେଟ ଅଷ୍ଟ୍ରେଲିଆ ଏହି ମାମଲାର ଯାଞ୍ଚ କରୁଛି। ଏଥିରୁ ଏହା ଜଣାପଡିବ କି ଇଣ୍ଡୋର ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ବାଇଓ ବିବୁଲ ନିୟମ ଉଲଂଘନ କି ନୁହେଁ। ଯେ ପର୍ଯ୍ୟନ୍ତ ପୁରା ଯାଞ୍ଚ ନ ସରିଛି ଖେଳାଳି ଦୁଇ ଟିମ ଠାରୁ ଅଲଗା ରହିବେ। ଏହି ଖେଳାଳି ଅନ୍ୟ ଖେଳାଳି ସହ ଷ୍ଟାଡିୟମକୁ ଯାଇପାରିବେ ନାହିଁ। ନା, ହିଁ ସେମାନେ ତାଙ୍କ ସହ ବସରେ ଯାତ୍ରା କରିବେ। ହେଲେ ଖେଳାଳିଙ୍କୁ ଟ୍ରେନିଂର ଅନୁମତି ମିଳିଛି।”

କହିଦେଉଛୁ ଶୁକ୍ରବାର ଏକ ଭାରତୀୟ ପ୍ରଶଂସକ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଏହା ଦାବି କରିଥିଲେ କି ସେ ଭାରତ ଦଳର ୫ଜଣ ଖେଳାଳିଙ୍କୁ ରସିଦ ଦେଇଛନ୍ତି। ସମସ୍ତ ଖେଳାଳିମାନଙ୍କର ଭିଡିଓ ମଧ୍ୟ ସୋସିଆଲ ମୋଡ଼ିଆରେ ଭାଇରାଲ ହୋଇଛି ଯେଉଁଥିରେ ସେମାନେ ଏକ ଇଣ୍ଡୋର ହୋଟେଲରେ ବସିଛନ୍ତି। ଖବର ଅନୁସାରେ କ୍ରିକେଟ ଅଷ୍ଟ୍ରେଲିଆର ସମ୍ବିଧାନ ଅନୁସାରେ କୌଣସି ଖେଳାଳି ହୋଟଲକୁ ତ ଯାଇପାରିବ କିନ୍ତୁ ସେ ଇଣ୍ଡୋର ହୋଇପାରିବ ନାହିଁ, ଯେବେକି ରୋହିତ ଶର୍ମାଙ୍କ ସହିତ ସମସ୍ତ ୫ଜଣ ଖେଳାଳି ଇଣ୍ଡୋର ହୋଟେଲ ଯାଇଥିଲେ। ପ୍ରଥମ ଦେଖାରେ ତ ଏହି ଖେଳାଳିମାନେ ଦୋଷୀ ଭଳି ଦେଖାଉଛନ୍ତି,ଯଦିଓ ଏବେ ଦୁଇଟି ବୋର୍ଡକୁ ଏହା ଉପରେ ନିଷ୍ପତ୍ତି ନେବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *