ଭାରତରେ ହ୍ଵାଟସ୍ଆପର ବିକଳ୍ପ ହୋଇପାରେ ଏହି ୫ଟି ଆପ୍ଲିକେସନ, ଜାଣି ନିଅନ୍ତୁ ଏହାର ଗୁଣାବଳୀ।

ଆଗତ ମାସରୁ ହ୍ଵାଟସ୍ଆପରେ ନୂଆ ବ୍ୟକ୍ତିଗତ ନୀତି ନିୟମାବଳୀ ଲାଗୁ ହୋଇଯିବ। ଏହାକୁ ସବୁ ୟୁଜର୍ସରଙ୍କୁ ଗ୍ରହଣ କରିବା ଯଦି ସେ ଏପରି କରିବେ ନାହିଁ,ତେବେ ତାଙ୍କୁ ତାଙ୍କର ଆକାଉଣ୍ଟ ଡିଲେଟ କରିବାକୁ ହେବ।

Google

ହ୍ଵାଟସ୍ଆପକୁ ଦୁନିଆରେ ସବୁଠାରୁ ପ୍ରସିଦ୍ଧ ଆପ ବୋଲି କୁହାଯାଇ ଥାଏ। ଭାରତରେ ବି କୋଟି କୋଟି ଲୋକ ଏହାକୁ ବ୍ୟବହାର କରିଥାନ୍ତି। ଏବେ ଏବେ ହ୍ଵାଟସ୍ଆପ ତାର ବ୍ୟକ୍ତିଗତ ନୀତିକୁ ଅପଡେଟ କରିଅଛି,ଯାହାକୁ ନେଇ ଦୁନିଆସାରା ଯୁକ୍ତି ଚାଲିଛି। ହ୍ଵାଟସ୍ଆପର ନୂଆ ବ୍ୟକ୍ତିଗତ ନୀତି ଆଗତ ମାସରୁ ଲାଗୁ ହୋଇଯିବ। ଯଦି ଆପଣ ହ୍ଵାଟସ୍ଆପକୁ ବ୍ୟବହାର କରିବାକୁ ଚାହୁଁଛନ୍ତି,ତେବେ ଆପଣଙ୍କୁ ଏହି ନୀତିକୁ ସ୍ୱୀକାର କରିବାକୁ ପଡିବ। ଯଦି ଆପଣ ଏପରି କରିବେ ନାହିଁ, ତେବେ ଆପଣଙ୍କୁ ଆପଣଙ୍କର ଆକାଉଣ୍ଟ ଡିଲେଟ କରିବାକୁ ହେବ। ହ୍ଵାଟସ୍ଆପର ଏହି ପଦପେକ୍ଷରୁ ୟୁଜର ବହୁତ ଅସନ୍ତୁଷ୍ଟ ବୋଲି ଜଣା ପଡୁଛନ୍ତି।ଆଜି ଆପଣଙ୍କୁ ହ୍ଵାଟସ୍ଆପର ନୂଆ ନୀତି ଛଡା ଏହାର ବିକଳ୍ପ ବିଷୟରେ କହିବୁ।

କଣ ଅଟେ ବ୍ୟକ୍ତିଗତ ନୀତି: ହ୍ଵାଟସ୍ଆପ ନୂଆ ବ୍ୟକ୍ତିଗତ ନୀତିକୁ ଫ୍ରେବୃଆରୀ ୨୦୨୧ରୁ ଲାଗୁ କରିବାର ନିଷ୍ପତି ନେଇଛି। ଏହି ନୀତି ଅନୁସାରେ ହ୍ଵାଟସ୍ଆପ ୟୁଜର୍ସରଙ୍କର ତଥ୍ୟ କମ୍ପାନୀ ଫେସବୁକ ଓ ଇଂଷ୍ଟାଗ୍ରାମ ସହିତ କେତେକ ଆପ ସହିତ ଶେୟାର କରିବ। ଯଦି ସରଳ ଭାଷାରେ କହିବା ତେବେ ଏବେ ୟୁଜର୍ସରଙ୍କର ତଥ୍ୟ ଏବେ କମ୍ପାନୀ ଅନ୍ୟ ଆପ ସହିତ ଯୋଡିବ। ଖାସ କଥା ଏହାକି ଏହି ନୀତିକୁ ଗ୍ରହଣ କରିବା ଲୋକ ହିଁ ଆଗ ମାସରୁ ହ୍ଵାଟସ୍ଆପ ବ୍ୟବହାର କରିପାରିବେ। ୟୁଜର୍ସ ନିଜ ଗୋପନୟତାକୁ ନେଇ ଚିନ୍ତିତ ହେଉଛନ୍ତି। ୟୁଜର୍ସରଙ୍କର କହିବା କଥା କି କମ୍ପାନୀର ଏହି ନୀତି ତାଙ୍କ ଗୋପାନୀୟତାର ବିରୁଦ୍ଧରେ ଅଟେ। ଏମିତିରେ ଏବେ ସେମାନେ ହ୍ଵାଟସ୍ଆପର ବିକଳ୍ପ ସର୍ଚ୍ଚ କରୁଛନ୍ତି।

Google
ଭାରତରେ ଏହି ଆପ ହୋଇପାରିବ ହ୍ଵାଟସ୍ଆପର ବିକଳ୍ପ:

ଟେଲିଗ୍ରାମ ମେସେଞ୍ଜର: ଟେଲିଗ୍ରାମ ମେସେଞ୍ଜର ଏହି ସମୟରେ ହ୍ଵାଟସ୍ଆପର ସବୁଠାରୁ ଭଲ ବିକଳ୍ପ ରୂପରେ ଆଗକୁ ଆସିଛି। ଟେଲିଗ୍ରାମ ଆପରେ ହ୍ଵାଟସ୍ଆପ ଭଳି କେତେକ ଗୁଣାବଳୀ ଉପଲବ୍ଧ ଅଛି, ଯାହାକୁ ୟୁଜର୍ସ ସହଜରେ ବ୍ୟବହାର କରିପାରିବେ। ଏଥିରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ,ସେଲ୍ଫ-ଡିଷ୍ଟ୍ରକ୍ଟିଙ୍ଗ ମସେଜ, ସିକ୍ରେଟ ଚାଟ ଭଳି ଗୁଣାବଳୀ ଛଡା ୧.୫ ଜିବି ପର୍ଯ୍ୟନ୍ତ ଫାଇଲ ଶେୟାର କରିବାର କ୍ଷମତା ରହିଛି। ଏହା ଆଣ୍ଡ୍ରୋଏଡ଼ ଓ ଉଇନଣ୍ଡାଜ ଦୁହିଁରେ କାମ କରିପାରିବ।

ସିଗନାଲ ପ୍ରାଏଇଭେଟ ମେସେଞ୍ଜର: ହ୍ଵାଟସ୍ଆପ ମେସେଞ୍ଜର ଓ ଫେସବୁକ ମେସେଞ୍ଜରରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ପ୍ରଣାଳୀକୁ ସଞ୍ଚାରିତ କରିଥିବା ସଂସ୍ଥା ସିଗନାଲ ଫାଉଣ୍ଡେସନ ସିଗନାଲ ପ୍ରାଇଭେଟ ମେସେଞ୍ଜର ନାମରେ ନିଜର ମେସେଞ୍ଜିଙ୍ଗ ଆପ ତିଆରି କରିଛି। ଏହି ଆପ ସୁରକ୍ଷା ହିସାବରେ ବହୁତ ମଜଭୂତ ଅଟେ। ଏଥିରେ ସେଲ୍ଫ-ଡିଷ୍ଟ୍ରକ୍ଟିଙ୍ଗ ମସେଜ ଗୁଣାବଳୀ ଛଡା କେତେକ ଭଲ ଗୁଣାବଳୀ ଅଛି।ଏହା ଆଣ୍ଡ୍ରୋଏଡ଼ ଓ ଆଇଓଏସ ଦୁହିଁରେ କାମ କରେ।

Google

ଡିସ୍କୋର୍ଡ:ହ୍ଵାଟସ୍ଆପର ବିକଳ୍ପ ରୂପରେ ଡିସ୍କୋର୍ଡ ମଧ୍ୟ ବହୁତ ଲୋକପ୍ରିୟ ହେଉଅଛି। ଏହି ଆପରେ ଆପଣ ମେସେଜ,ଇମୋଜି,ଜିଆଇଏଫ,ପିକଚର ଓ ଏ ପର୍ଯ୍ୟନ୍ତ କି ଫାଇଲ ମଧ୍ୟ ପଠାଇ ପାରିବେ। ଗୋପାନୀୟତାର କଥା କହିବା, ତେବେ ଆପଣ ଡିସ୍କୋର୍ଡର ବ୍ୟକ୍ତିଗତ ମେସେଜ ସୁବିଧାର ପ୍ରୟୋଗ କରିପାରିବେ। ଏଥିରେ ଆପଣ ନିଜ ସ୍କ୍ରିନ ଯୋଡିବା ପରେ ଭଏସ କଲ,ଭିଡିଓ କଲ କରିପାରିବେ।ଏହା ଆଣ୍ଡ୍ରୋଏଡ଼ ଓ ଆଇଓଏସ ଦୁହେଁରେ କାମ କରେ।

କିକ:କିକ ସେହି ବ୍ୟବହାରକାରୀମାନଙ୍କ ପାଇଁ ଏକ ଭଲ ମେସେଞ୍ଜିଙ୍ଗ ଆପ ଅଟେ ଯିଏ ମେସେଞ୍ଜିଙ୍ଗ ଆପ୍ଲିକେସନକୁ ବ୍ୟବହାର କରିବା ପାଇଁ ନିଜ ନମ୍ବରର ବ୍ୟବହାର କରିବାକୁ ଚାହୁଁନାହାନ୍ତି। ହ୍ଵାଟସ୍ଆପ ଭଳି ଚାଟ ସେବା ପାଇଁ ବ୍ୟବହାର କାରୀମାନଙ୍କୁ ନିଜ ନମ୍ବରର ବ୍ୟବହାରର ଆବଶ୍ୟକତା ହୁଏ। କିକ ଏକ ଭଲ ସର୍ଭିସ ଅଟେ କାରଣ ଏହାକୁ ବ୍ୟବହାର କରିବା ପାଇଁ କେବଳ ନିଜ ଇମେଲ ଆଇଡିର ବ୍ୟବହାର କରିବାକୁ ହେବ। କିକ ଆପଣଙ୍କ ପାଇଁ କେତେକ ଅଲଗା ଗୁଣାବଳୀ ଦେଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *