ଇଣ୍ଡିଆନ ପ୍ରିମୀୟର ଲିଗର ୧୩ ତମ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦ ଟିମର ଆରମ୍ଭ ବହୁତ ଖରାପ ହୋଇଛି । ଏହି ଆଇପିଏଲରର ହାଇଦ୍ରାବାଦ ପ୍ରଥମ ଦୁଇଟି ମ୍ୟାଚ ହାରିଯାଇଛି । ହାଇଦ୍ରାବାଦର ହାରିବାର କାରଣ ମଧ୍ୟମ କ୍ରମର ବ୍ୟାଟ୍ସମ୍ୟାନ ଅଟନ୍ତି, କାରଣ କୌଣସି ବି ମଧ୍ୟମ କ୍ରମର ବ୍ୟାଟ୍ସମ୍ୟାନ ଅଧିକ ସମୟ ଖେଳିପାରୁ ନାହାନ୍ତି ଯିଏବି ଅଧିକ ସମୟ ଖେଳିଲା ଭଲ ରନ କରିପାରିଲା ନାହିଁ । ସେହିପରି ପ୍ରଥମ ଦୁଇଟି ଯାକ ମ୍ୟାଚରେ ୱିଲିୟମସନଙ୍କୁ ଖେଳିବାକୁ ସୁଯୋଗ ମିଳିଲାନାହିଁ । କାରଣ ସେ ଅଭ୍ୟାସ ସମୟରେ ଆଘାତ ହୋଇଥିଲେ କିନ୍ତୁ ଶନିବାର ଦିନ କଲିକତା ସହ ଚାଲିଥିବା ମ୍ୟାଚ ସମୟରେ ୱିଲିୟମସନ ଅଲଗା ବୟାନ ଦେଇଥିଲେ ।

ଟିମ ଚୟନକର୍ତାଙ୍କ ଫଇସଲାରେ ସେ ଅସନ୍ତୋଷ ଦେଖାଇଛନ୍ତି:
କେନ ୱିଲିୟମସନ ଚାଲିଥିବା ମ୍ୟାଚ ସମୟରେ ଇସାରା ଇସାରାରେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କୁ ଖେଳାଯାଉନଥିବାରୁ ସେ ଖୁସି ନଥିବା ଜଣାପଡୁଥିଲା । ୱିଲିୟମସନ କହିଥିଲେ ସେ ଏବେ ପୁରା ଠିକ ଅଛି ତଥାପି ତାଙ୍କୁ ଖେଳିବାକୁ ମିଳିଲାନାହିଁ । ୱିଲିୟମସନ କହିଲେ ” ଶରୀର ପୁରା ଠିକ ଅଛି । ପ୍ରଥମ ମ୍ୟାଚରେ କିଛି ଅଶୁବିଧା ଥିଲା ଏବେ କିନ୍ତୁ ମୁଁ ଖେଳିବା ପାଇଁ ପୁରା ପ୍ରସ୍ତୁତ ଅଛି” ।

ଆପଣଙ୍କୁ କହିରଖିବୁ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳୁଥିବା ନ୍ୟୁଜଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ଏବେ ପର୍ଯ୍ୟନ୍ତ ୨୦୨୦ ଆଇପିଏଲରେ ନିଜ ଟିମ ହାଇଦ୍ରାବାଦ ତରଫରୁ ମ୍ୟାଚ ଖେଳିବାକୁ ସୁଯୋଗ ପାଇନାହାଁନ୍ତି । ବର୍ଷ ୨୦୧୮ ଓ ୨୦୧୯ ରେ ହାଇଦ୍ରାବାଦ ଟିମର ଅଧିନାୟକତ୍ୱ କାରୁଥିବା ୱିଲିୟମସନଙ୍କୁ ହଟାଇ ଏହି ବର୍ଷ ଅଷ୍ଟ୍ରେଲିଆ ଦଳର ଓପନର ଡେଭିଡ ୱାନରଙ୍କୁ ଅଧିନାୟକ କରାଯାଇଛି ।
ପୂର୍ବ ମ୍ୟାଚରେ ମିଳିଥିବା ବଡ଼ ପରାଜୟ:
କୋଲକାତା ନାଇଟ ରାଇଡ଼ର୍ସ ଶନିବାରକୁ ଇଣ୍ଡିଆନ ପ୍ରିମୀୟର ଲିଗ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ କୁ ୭ ୱିକେଟରେ ହରାଇଥିଲା । ହାଇଦ୍ରାବାଦ ଆଗ ବ୍ୟାଟିଂ କରି ୪ ଉଇକେଟ ହରାଇ ମାତ୍ର ୧୪୨ ରନ ହିଁ କରିଥିଲା । ଆଇପିଏଲର ସବୁଠୁ ଦାମୀ ବିଦେଶୀ ଖେଳାଳି କମିନ୍ସ ୪ ଓଭରରେ ମାତ୍ର ୧୯ ରନ ଦେଇକି ଏକ ଉଇକେଟ ନେଇଥିଲେ । ହେଲେବି କେକେଆର ମାତ୍ର ୩ ଟି ୱିକେଟ ହରାଇ ୧୪୫ ରନ ସଂଗ୍ରହ କରିଥିଲା ।

ଶୁଭମନ ଗିଲ ଓ ଇୟୋନ ମୋର୍ଗନ ୪ର୍ଥ ୱିକେଟ ପାଇଁ ୯୨ ରନର ପାର୍ଟନରସିପ କରିଥିଲେ । ଗିଲ ୬୨ ବଲ ରେ ୫ ଟି ଚୌକା ଓ ଦୁଇଟି ଛକା ସହ ୭୦ ରନ କରିଥିଲେ । ସେହିପରି ମୋର୍ଗନ ମାତ୍ର ୨୯ ବଲରେ ୪୨ ରନ ସଂଗ୍ରହ କରିଥିଲେ ଯେଉଁଥିରେ ଦୁଇଟି ଚୌକା ଓ ଦୁଇଟି ଛକା ସାମିଲ ଥିଲା ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।