ବ୍ୟାଂକି, ରେଲୱେ, ରୋଷେଇ ଗ୍ୟାସ ଏବଂ ବୀମା ସହିତ ଯୋଡ଼ା ନିୟମ ୧ଡିସେମ୍ବରକୁ ବଦଳିବାକୁ ଯାଉଛି। ଏହି ବଦଳରେ ସାଧାରଣ ନାଗରିକର ଜୀବନରେ ପ୍ରଭାବ ପଡିବ। ଦେଶରେ ୧ ଡିସେମ୍ବରରୁ କିଛି ଅଦଳ- ବଦଳ ହେବାକୁ ଯାଉଛି ଯାହାର ସିଧା ପ୍ରଭାଵ ସାଧାରଣ ଲୋକର ଜୀବନ ଉପରେ ପଡିବ । ତେବେ ଏହା ଆପଣଙ୍କୁ ଜାଣିବା ଜରୁରୀ ଅଟେ ତେବେ ଚାଲନ୍ତୁ ଆମେ ଆପଣଙ୍କୁ କହୁଛୁ ।

RTGS ସୁବିଧାର ଫାଇଦା:
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରିୟଲ ଟାଇମ ଗ୍ରସ ସେଟେଲମେଣ୍ଟ (RTGS) କୁ ୨୪×୭×୩୬୫ ଉପଲବ୍ଧ କରାଇବାକୁ ଘୋଷଣା କରିଥିଲେ। ଏହା ଡିସେମ୍ବର ୧ ରୁ ଲାଗୁ ହେବ। ଏବେ ଆପଣ RTGS ଜରିଆରେ କେବେବି ଟଙ୍କା ଟ୍ରାନ୍ସଫର କରିପାରିବେ। ବର୍ତ୍ତମାନ RTGS ବ୍ୟାଙ୍କର ସବୁ କାର୍ଯ୍ୟ ଦିବସ (ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର କୁ ଛାଡି) ସକାଳ ୭ ରୁ ସନ୍ଧ୍ୟା ୬ ଯାଏ ଖୋଲା ରହୁଛି। NEFT ଡିସେମ୍ବର ୨୦୧୯ ରୁ ୨୪ ଘଣ୍ଟା କାର୍ଯ୍ୟରତ।
ରୋଷେଇ ଗ୍ୟାସ ଦାମରେ ଘଟିଲା ପରିବର୍ତ୍ତନ:
ପ୍ରତି ମାସର ୧ ତାରିଖରେ ସରକାର ରୋଷେଇ ଗ୍ୟାସ ତଥା LPG ସିଲିଣ୍ଡରର ଦାମ ସମୀକ୍ଷା କରନ୍ତି । ମାନେ ୧ ଡିସେମ୍ବରକୁ ଦେଶ ସାରା ଥିବା ରୋଷେଇ ଗ୍ୟାସର ମୂଲ୍ୟ ବଦଳିବ। ପୂର୍ବ ମାସରୁ ଏହାର ମୂଲ୍ୟରେ କିଛି ପରିବର୍ତ୍ତନ ଆସିବ।

ଚାଲିବ କିଛି ନୂଆ ଟ୍ରେନ:
୧ ଡିସେମ୍ବରରୁ କିଛି ଟ୍ରେନ ନୂଆ ଚାଲିବ। କହିଦେଉଛୁ କୋରନା ସଙ୍କଟ ପରଠୁ ରେଳବାଇ କିଛି ନୂଆ ସ୍ପେଶାଲ ଟ୍ରେନ ଚଲାଉଛି। ୧ ଡିସେମ୍ବରରୁ ଚାଲିବାକୁ ଯାଉଥିବା ଟ୍ରେନରେ ଇଲମ ଏକ୍ସପ୍ରେସ ଏବଂ ପଞ୍ଜାବ ମେଲ ସାମିଲ ଅଟେ। ଦୁଇ ଟ୍ରେନକୁ ସାମାନ୍ୟ ଶ୍ରେଣୀ ବିଭାଗରେ ଚଳାଯିବ। ୦୧୦୭୭/୭୮ ପୁନେ-ଜମ୍ମୁତବି ପୁନେ ଇଲମ ସ୍ପେଶାଲ ଏବଂ ୦୨୧୩୭/୩୮ ମୁମ୍ବାଇ ଫିରୋଜପୁର ପଞ୍ଜାଵ ମେଲ ସ୍ପେଶାଲ ପ୍ରତିଦିନ ଚାଲିବ।

ବିମାଧରକ ବଦଲାଇପାରନ୍ତି ପ୍ରିମିଅମ:
କେତେ ଲୋକ ନିଜ ବୀମା ପଲିସିର କିସ୍ତି ଭରିପାରନ୍ତି ନାହିଁ ଏବଂ ତାଙ୍କ ପଲିସି ଶେଷ ହୋଇଯାଏ। ଏଥିରେ ସେ ଜମା କରିଥିବା ଟଙ୍କା ମଧ୍ୟ ଡୁଵିଯାଏ। ହେଲେ ଏବେ ନୂଆ ନିୟମ ଅନୁସାରେ, ଏବେ ୫ ବର୍ଷ ପରେ ବିମାଧାରକ ପ୍ରମିଅମର ରାଶି ୫୦% ପର୍ଯ୍ୟନ୍ତ କମିପାରେ। ମାନେ ସେ ଆଧା କିସ୍ତି ସହିତ ପଲିସି ଜାରି ରଖିପାରିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।