କ୍ରିକେଟରେ ସମୟ ସହ ହେଉଥିବା ଇଭଲ୍ୟୁସନ ପରେ କ୍ରିକେଟର୍ସଙ୍କ ପ୍ରାଥମିକତାରେ ମଧ୍ୟ ଚେଞ୍ଜ ଆସିଛି। ଏହି ପରିବର୍ତ୍ତନ ଅଧିକ ପ୍ରଭାବଶାଳୀ ହୋଇଥିଲା ଆଇପିଏଲ ୨୦୦୮ ଆରମ୍ଭ ହେବା ପରେ। ଆଇପିଏଲ ଆରମ୍ଭ ହେବା ପରେ ହିଁ କ୍ରିକେଟର ରଗରେ ହିଁ ପରିବର୍ତ୍ତନ ହେବା ଆରମ୍ଭ ହେଲା।

ସେହି ପରିବର୍ତ୍ତନ କିଛି ଏମିତି ନଜର ଆସିଲା କି ଆଇପିଏଲରେ ଭଲ ଖେଳୁଥିବା କ୍ରିକେଟର ଅନ୍ତ୍ରରାଷ୍ଟ୍ରୀୟ କ୍ରିକେଟରେ ଫ୍ଲପ ହେଲେ। ଆମେ ଏଠାରେ ୫ ଏମିତି ଖେଳାଳିଙ୍କ ବିଷୟରେ କଥା ହେବୁ ଯିଏ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି ହେଲେ ଭାରତ ପାଇଁ ଅନ୍ତ୍ରରାଷ୍ଟ୍ରୀୟ ଖେଳରେ କିଛି ଖାସ କରିନାହାନ୍ତି।
ମନୀଷ ପାଣ୍ଡେ: ନୈନିତାଲର ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଭାରତ ପାଇଁ ୧୭ ଜୁଲାଇ ୨୦୧୫ ରେ ହରାରେ ସ୍ପୋର୍ଟସ କ୍ଲବରେ ଜିମ୍ବାୱେ ବିରୁଦ୍ଧରେ ଡେବ୍ୟୁ କରିଥିଲେ। ୫ ବର୍ଷ କ୍ରିକେଟ କ୍ୟାରିୟରରେ ମନୀଷ ୨୬ ଟି ୱାଣ୍ଡେ ଓ ୩୯ ଟି ୨୦ ମ୍ୟାଚ ଖେଳିଛନ୍ତି। ସେ ୱାଣ୍ଡେରେ ୪୯୨ ରନ ଓ ୭୦୯ ରନ ଟି ୨୦ ରେ କରିଛନ୍ତି। ଏବେ ଆଇପିଏଲ କଥା କହିବା
ଅନ୍ତ୍ରରାଷ୍ଟ୍ରୀୟ ଖେଳଛଡ଼ା ସେ ୧୪୬ ଟି ଟି ୨୦ ମ୍ୟାଚ ଖେଳିଛନ୍ତି,ଯେଉଁଥିରେ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟିର ରହିଛି। ଆଇପିଏଲରେ ସେ ୩୨୬୮ ରନ କରିଛନ୍ତି।ଯେଉଁଥିରେ ୧ ଶତକ ଓ ୧୮ ଅର୍ଦ୍ଧଶତକ ରହିଛି। ଏହା କୁହାଯିବ ଯେ ସେ ଆଇପିଏଲରେ ଭଲ ଖେଳୁଛନ୍ତି ହେଲେ ଅନ୍ତ୍ରରାଷ୍ଟ୍ରୀୟ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଭଲ ନାହିଁ।
ଦିନେଶ କାର୍ତ୍ତିକ: ନିଜ ୧୬ ବର୍ଷର ଅନ୍ତଃରାଷ୍ଟ୍ରୀୟ କ୍ରିକେଟ କ୍ୟାରିୟରରେ ସିନିୟର ୱିକେଟକିପର-ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ କେବେବି ଭାରତୀୟ ଦଳରେ ନିଜର ସ୍ଥାୟୀ ସ୍ଥାନ କରିପାରିନାହାନ୍ତି। ୫ ସେପ୍ଟେମ୍ବର ୨୦୦୪କୁ ଇଂଲଣ୍ଡର ଲର୍ଡ଼ସ୍ ଦିନିକିଆରୁ ନିଜର ଅନ୍ତଃରାଷ୍ଟ୍ରୀୟ କ୍ରିକେଟ କ୍ୟାରିୟରର ଆରମ୍ଭ କରିଥିବା କାର୍ତ୍ତିକ ଏହି ବର୍ତ୍ତମାନ ମଧ୍ୟରେ କେବଳ ୨୬ଟି ଟେଷ୍ଟ,୯୪ ଦିନିକିଆ ଓ ୩୨ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି। ଆଇପିଏଲରେ ଦିନେଶ କାର୍ତ୍ତିକ ପ୍ରଥମ ସିଜନରୁ ରହିଛନ୍ତି।

୧୯୬ଟି ଆଇପିଏଲ ମ୍ୟାଚରେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟର ମୁକାବିଲା ଅପେକ୍ଷା ବହୁତ ଭଲ କ୍ରିକେଟ ଖେଳିଛନ୍ତି।ଏପର୍ଯ୍ୟନ୍ତ କାର୍ତ୍ତିକ ଆଇପିଏଲରେ ୩୮୨୩ରନ କରିଛନ୍ତି।ଏଥିରେ ୧୯ଟି ଅର୍ଦ୍ଧଶତକ ମଧ୍ୟ କରିଛନ୍ତି। ଏହାପରେ ଏହା କହିବା ଭୁଲ ହେବନାହିଁ କି ଆଇପିଏଲ ତୁଳନାରେ କାର୍ତ୍ତିକ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାରତୀୟ ଦଳ ପାଇଁ ସେତିକି ଭଲ ପ୍ରମାଣିତ ହୋଇନାହାନ୍ତି।
ନବଦୀପ ସୈନି:ହରିୟାଣାର କରନାଲ ଜିଲ୍ଲା ସହ ସମ୍ପର୍କ ଥିବା ୨୮ବର୍ଷୀୟ ଯୁବ ଦ୍ରୁତ ବୋଲର ନବଦୀପ ସୈନି ଭାରତ ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ୭ଟି ଦିନିକିଆ ଓ ୯ଟି ଟି-୨୦ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିବାର ମୌକା ପାଇଛନ୍ତି। ଏହା ମଧ୍ୟରେ ତାଙ୍କର ବୋଲିଙ୍ଗ ବହୁତ ଭଲ ସ୍ତରର ରହିଛି। ଦିନିକିଆରେ ୬ଟି ଓ ଟି-୨୦ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୩ଟି ୱିକେଟ ନେଇଥିବା ନବାଦୀପ ସୈନି ଏପର୍ଯ୍ୟନ୍ତ ନିଜ ବୋଲିଙ୍ଗରେ ଅଧିକ ପ୍ରଭାବିତ କରିନାହାନ୍ତି।
ସେହିପରି ଆଇପିଏଲରେ ୨୬ଟି ମ୍ୟାଚରେ ସୈନି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଅପେକ୍ଷା କିଛି ଦୂର ଯାଏଁ ଭଲ ବୋଲିଙ୍ଗ କରିଛନ୍ତି। ୧୭ ୱିକେଟ ନେଇଥିବା ନବଦୀପଙ୍କୁ ଆଇପିଏଲ ସହ ଭାରତ ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ମଧ୍ୟ ନିଜ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ଜରୁରୀ ଅଟେ।

କୃନାଲ ପାଣ୍ଡ୍ୟା: ଭାରତ ପାଇଁ ଅହମଦାବାଦର ଏହି ୨୯ବର୍ଷୀୟ ବ୍ୟାଟ୍ସମ୍ୟାନ ଏପର୍ଯ୍ୟନ୍ତ ୧୮ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି। ତାଙ୍କୁ ଟେଷ୍ଟ ଓ ଦିନିକିଆ ଅନ୍ତରାଷ୍ଟ୍ରୀୟରେ ଏବେବି ନିଜର ପ୍ରଦାର୍ପଣର ଅପେକ୍ଷା ଅଛି। ଯଦିଓ ୧୮ଟି ଟି-୨୦ ମ୍ୟାଚରେ ତାଙ୍କର ପ୍ରଦର୍ଶନ ବହୁତ ସାଧାରଣ ରହିଛି। ୨୪.୨ର ଔସତରେ କୃନାଲ ୧୨୧ ଟି-୨୦ ଅନ୍ତରାଷ୍ଟ୍ରୀୟ ରନ କରିଛନ୍ତି।
ସେହିପରି ଆଇପିଏଲର କଥା କହିବା ତେବେ ସେ କିଛି ସ୍ତର ପର୍ଯ୍ୟନ୍ତ ଭଲ କ୍ରିକେଟ ଖେଳିଛନ୍ତି। ୭୧ଟି ଆଇପିଏଲ ମ୍ୟାଚରୁ ୧୦୦୦ରନ କରିଥିବା କୃନାଲ ପାଣ୍ଡ୍ୟା ମଧ୍ୟ ଆଇପିଏଲକୁ ଛାଡି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାରତ ପାଇଁ ବିଫଳ ପ୍ରମାଣିତ ହୋଇଛନ୍ତି।
ସଞ୍ଜୁ ଶ୍ୟାମସନ: ତ୍ରିବେଦମର ୨୬ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ ଆଇପିଏଲ ୨୦୧୩ରେ ଭଲ ବ୍ୟାଟିଂ ପରେ କ୍ରିକେଟ ଜଗତରେ ଚର୍ଚ୍ଚାରେ ଆସିଛନ୍ତି। ଏହାପରେ ୧୯ ଜୁଲାଇ ୨୦୧୫କୁ ତାଙ୍କୁ ଜିମ୍ବାୱେ ବିରୁଦ୍ଧରେ ସେ ଅନ୍ତଃରାଷ୍ଟ୍ରୀୟ ପଦାର୍ପଣ କରିବାର ସୁଯୋଗ ମିଳିଥିଲା। ଏ ପର୍ଯ୍ୟନ୍ତ କ୍ରିକେଟ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ କ୍ୟାରିୟରରେ ସଞ୍ଜୁ ଶ୍ୟାମସନ କେବଳ ୭ଟି ଟି୨୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିବାର ସୁଯୋଗ ହାସଲ କରିଛନ୍ତି।

ଏହି ସମୟରେ ସେ କେବଳ ୮୩ ରନ ହିଁ କରିଛନ୍ତି। ଏହା ଛଡା ଆଇପିଏଲରେ ଶ୍ୟାମସନଙ୍କ ରେକର୍ଡ଼ ବହୁତ ଭଲ ରହିଲା। ୧୦୭ ମ୍ୟାଚରେ ୧୩ ଅର୍ଦ୍ଧଶତକ ଏବଂ ୨ ଶତକ ସହିତ ୨୫୮୪ ରନ କରୁଥିବା ଶ୍ୟାମସନ ଏ ପର୍ଯ୍ୟନ୍ତ ଭାରତ ପାଇଁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସେତିକି ପ୍ରଭାବିତ ପ୍ରମାଣିତ ହୋଇନାହାନ୍ତି ଯେତିକି ତାଙ୍କ ଠାରୁ ଆଶା କରାଯାଉଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।