ବଲିଉଡର ୮୦ ଦଶନ୍ଧିର ଏହି ୧୦ ପ୍ରସିଦ୍ଧ ଅଭିନେତ୍ରୀ ଏବେ ଏପରି ଦେଖାଯାଉଛନ୍ତି, ବିଶ୍ୱାସ କରିବା ମୁସ୍କିଲ।

ଏପରି ତ ବଲିଉଡରେ ଏକ ରୁ ବଢି ଏକ ଅଭିନେତ୍ରୀମାନେ ଅଛନ୍ତି, କିନ୍ତୁ କଥା ଯେତେବେଳେ ପୁରୁଣା ସମୟର ଅଭିନେତ୍ରୀଙ୍କର ହୁଏ ତେବେ ଆଜିର ଅଭିନେତ୍ରୀଙ୍କ ସହ ତୁଳନା ହୋଇ ହିଁ ପାରିବନାହିଁ। ଆଜି ଆମେ କଥା ହେବାକୁ ଯାଉଅଛୁ ଫିଲ୍ମ ଜଗତର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ବିଷୟରେ ଯାହାଙ୍କୁ ଦେଖି ଆପଣମାନେ ବୋଧହୁଏ ଚିହ୍ନି ପାରିବେ ଏବଂ ଟିକେ ଧର୍ଯ୍ୟ ଧରି ଦେଖିବେ ହୁଏତ ଆପଣ ଏହି ଅଭିନେତ୍ରୀମାନଙ୍କର ବର୍ତ୍ତମାନର ଫଟୋ ଦେଖି ଚକିତ ହୋଇ ରହିଯିବେ।

Google

ବଲିଉଡର ସୁନ୍ଦର ଅଦାକାରୀ ମନ୍ଦାକିନି:ରାମ ତେରୀ ଗଙ୍ଗା ମୈଲି ହୋ ଗୈ ଭଳି ଭଲ ଚଳଚ୍ଚିତ୍ରରେ କାମ କରିଥିବା ନୀଳ ଆଖି ବାଲି ମନ୍ଦାକିନି ଆଜିର ସମୟରେ ୫୬ ବର୍ଷର ହୋଇସାରିଛନ୍ତି। ଏହି ଫିଲ୍ମରେ ଧଳା ଶାଢୀରେ ଝରଣା ତଳେ ଗାଧୋଇବାରୁ ବହୁତ ହିଟ ହୋଇଥିଲେ।

କିନ୍ତୁ ତାଙ୍କ ବଲିଉଡର ଭଲ କ୍ୟାରିୟର ଉପରେ କଳା ରାତି ସେତେବେଳେ ଛାଇ ଗଲା ଯେବେ ତାଙ୍କ ନାମ ମୁମ୍ବାଇ ଆକ୍ରମଣର ଦୋଷୀ ଦାଉଦ ଇବ୍ରାହିମ ସହ ଯୋଡ଼ି ହେଲା।ଏହାପରେ ବର୍ଷ ୧୯୯୫ରେ ମନ୍ଦାକିନି ଏକ ବୁଦ୍ଧିଷ୍ଟ ସନ୍ଥ କାଗିଉର ରିନପୋଚେଙ୍କ ସହ ବିବାହ କରି ଏବେ ନିଜ ବୈବାହିକ ଜୀବନରେ ଭଲରେ ଅଛନ୍ତି।

କିମି କାଟକର: ଜୁମ୍ମା ନାମରେ ପ୍ରସିଦ୍ଧ ଅଭିନେତ୍ରୀ କିମି କାଟକର ନିଜ ସମୟରେ ଜଣାଶୁଣା ଅଦାକାରୀ ଭାବରେ ପରିଚିତ ଥିଲେ। ଏହା ସହିତ ତାଙ୍କୁ ବଲିଉଡରେ ତାରଜନ ଗର୍ଲ ନାମରେ ମଧ୍ୟ ଜଣା ଯାଉଥିଲା। ସେଠାରେ ଯେବେ କିମିଙ୍କୁ ବଲିଉଡରେ ନିଜ ପସନ୍ଦର ଚଳଚ୍ଚିତ୍ର ମିଳିଲା ନାହିଁ ତେବେ ସେ ଚଳଚ୍ଚିତ୍ର ଜଗତରୁ ହିଁ ଦୂରତା ବଢାଇନେଲେ,ଓ ପୁନେର ଚଳଚ୍ଚିତ୍ର ନିର୍ମାତା ସାନ୍ତୁନୁ କୁମାରଙ୍କ ସହ ବିବାହ କରିନେଲେ। ବର୍ତ୍ତମାନ କିମି ନିଜ ସ୍ୱାମୀଙ୍କ ସହିତ ପୁନେରେ ବୈବାହିକ ଜୀବନ କାଟୁଛନ୍ତି।

Google

ଅନୀତା ରାଜ୍: ଧର୍ମେନ୍ଦ୍ର,ମିଥୁନ, ଜିତେନ୍ଦ୍ର, ରାଜେଶ ଖନ୍ନା,ଅନୀଲ କପୁରଙ୍କ ଭଳି ପ୍ରସିଦ୍ଧ କଳାକାରଙ୍କ ସହ କାମ କରିଥିବା ଅନୀତା ରାଜ୍,୮୦ ଦଶନ୍ଧିରେ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଭାବରେ ପରିଚିତ ଥିଲେ। ସେ ଚଳଚ୍ଚିତ୍ର ଜଗତକୁ’ପତି ପତ୍ନୀ ଔର ତବାୟଫ’,’ବିରୋଧୀ’,’ଲେଲା’, ଭଳି ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ବର୍ତ୍ତମାନ ଅନୀତା ରାଜ୍ କଲର୍ସ ଟିଭିର ପ୍ରସିଦ୍ଧ ଧାରାବାହିକ’ଛୋଟୀ ସର୍ଦାନୀ’ରେ ସରପଞ୍ଚ କୂଳବନ୍ତ କୌର ଚରିତ୍ରରେ ଦେଖା ଯାଉଛନ୍ତି।

ଅମୃତା ସିଂହ: ସୈଫ ଅଲିଖାନଙ୍କ ପ୍ରଥମ ପତ୍ନୀ ଅମୃତା ସିଂହ ୮୦ ଦଶନ୍ଧିରେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ। ସେ ଚଳଚ୍ଚିତ୍ର ‘ବେତାବ’ ସହିତ ଫିଲ୍ମ ଦୁନିଆରେ ନିଜ ପଦାର୍ପଣ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ବହୁତ ଭଲ ଥିଲା ଯାହାପାଇଁ ତାଙ୍କୁ ଗୋଟେ ପରେ ଗୋଟେ ଭଲ ଫିଲ୍ମ ମିଳିଲା,ଓ ସେ ନିଜ ସୁନ୍ଦର ଅଭିନୟ ସହ ଲଗାତାର ହିଟ ହୋଇଚାଲିଲେ। କହିଦେଉଛୁ କି ସେ ସୈଫ ଅଲିଖାନଙ୍କୁ ବିବାହ କରିବା ପରେ ଚଳଚ୍ଚିତ୍ର ଦୁନିଆକୁ ବିଦାୟ କହିଦେଇଥିଲେ, କିନ୍ତୁ ତାଙ୍କ ଠାରୁ ଛାଡପତ୍ର ହେବା ପରେ ସେ ପୁଣିଥରେ ଫେରିଥିଲେ କିନ୍ତୁ ପୂର୍ବ ଭଳି ସଫଳତା ମିଳିପାରିଲା ନାହିଁ।

Google

ଜୟା ପ୍ରଦା: ଚଳଚ୍ଚିତ୍ର ଜଗତରେ ନିଜର ସୁନ୍ଦର ଅଭିନୟ ଦେଇଥିବା ପ୍ରଦା ବର୍ତ୍ତମାନ ଚଳଚ୍ଚିତ୍ରରୁ ଦୂରତା ବନାଇ ଭାଜପାରେ ପାଦ ଥାପି ଦେଇଛନ୍ତି।

ପୁନମ ଧିଲ୍ଲନ: ୮୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ପୁନମ ଧିଲ୍ଲନ ବଲିଉଡ ଠାରୁ ଦୂରତା ବନାଇ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ ବର୍ତ୍ତମାନ ପୁନମ ନିଜ ରାଜନୈତିକ କ୍ୟାରିୟରକୁ ଚମକାଇ ବାରେ ଲାଗିପଡିଛନ୍ତି।

ମିନାକ୍ଷୀ ଶେସାନ୍ଦ୍ରୀ: ଚଳଚ୍ଚିତ୍ର ‘ଦାମିନି’ରେ ସୁନ୍ଦର ଅଭିନୟ କରିଥିବା ଅଭିନେତ୍ରୀ ନିଜ ବିବାହ ପରେ ଟେକ୍ସସାସରେ ଯାଇ ବାସ କରୁଛନ୍ତି ଓ ଆଜିକାଲି ସେ ଟେକ୍ସସାସର ପ୍ୟାନୋ ସହରରେ ଏକ ନୃତ୍ୟ କ୍ଲାସ ଚଲାଉଛନ୍ତି।

ପଦ୍ମିନୀ କୋଲହାପୁରେ: ୮୦ ଦଶନ୍ଧିର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ପ୍ରେମ ରୋଗ’ରେ ସୁନ୍ଦର ଅଭିନୟ କରିଥିବା ପଦ୍ମିନୀ କୋଲହାପୁରେ ହଠାତ ଫିଲ୍ମ ଦୁନିଆରୁ ଅଦୃଶ୍ୟ ହୋଇଯାଇଥିଲେ, ଯାହାପରେ ସଞ୍ଜୟ ଦତ୍ତଙ୍କ ଚଳଚ୍ଚିତ୍ର ‘ପାନିପଥ’ରେ ନଜର ଆସିଥିଲେ। ଯେଉଁଥିରେ ସେ ଗୋପିକା ବାଇ ଚରିତ୍ରରେ ଦେଖା ଯାଇଥିଲେ।

Google

ଫରାହ ନାଜ: ବଲିଉଡର ୮୦ ଦଶନ୍ଧିରେ ସୁନ୍ଦର ଅଭିନୟ କରିଥିବା ତବୁଙ୍କର ବଡ଼ ଭଉଣୀ ଫରାହ ନାଜଙ୍କୁ ୯୦ ଦଶନ୍ଧି ପରେ କାମ ମିଳିବା ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଫରାହ ନାଜ ନାମ ବିହୀନତା ଜୀବନ ବିତେଇବା ପାଇଁ ବାଧ୍ୟ ହୋଇପଡ଼ିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *