ଆରସିବି ନିଜର ୧୨ ଷ୍ଟାର ଖେଳାଳିଙ୍କୁ ରିଟେନ କରିଛି। ଟ୍ୱିଟ କରି ଏହାର ଖବର ଦେଲା। ଆଇପିଏଲର ଅକ୍ସନ ଆଗ ମାସରେ ହେବାକୁ ଅଛି ଏବଂ ବୁଧବାର ଦିନ ସବୁ ଦଳ ନିଜର ଖେଳାଳି ରିଟେନ ଏବଂ ରିଲିଜ ଲିଷ୍ଟ ଜାରି କଲେ।

ଏଥିରେ ଆରସିବି ରିଟେନ କରିଥିଲା ଖେଳାଳି ମାନଙ୍କ ମଧ୍ୟରେ ବିରାଟ କୋହଲି, ଏବି ଡିଭିଲିୟର୍ସ,ୟୁଜିବେନ୍ଦ୍ର ଚାହଲ,ସିରାଜ, ସୁନ୍ଦର,ନବଦୀପ ସୈନି, ଆଡ଼ମ ଜମ୍ପା, ସାହବାଜ ଅହମ୍ମଦ, ଜୋସ ଫିଲିଫ, କେନ ରିଚାର୍ଡସନ ଏବଂ ପବନ ଦେଶପାଣ୍ଡେ ସାମିଲ ଅଟନ୍ତି।
ପୂର୍ବ ୧୩ ବର୍ଷ ମଧ୍ୟରେ ଥରେ ବି ଆଇପିଏଲ ଆରସିବି ଜିତି ନାହିଁ। ଏହି ବର୍ଷ ପ୍ରଥମ ଟ୍ରଫି ଅଭିମୁଖେ ଦଳ କିଛି ଅଦଳ ବଦଳ କରିଛି। କିଛି ବଡ଼ ଖେଳାଳିଙ୍କୁ ଦଳ ଛାଡିଛି।

ଡେଲ ଷ୍ଟେନ ଏହି ବର୍ଷ ଆଇପିଏଲରେ ଉପଲବ୍ଧ ରହିବେନି ବୋଲି କହିଲେ। ଯାହା କାରଣରୁ ତାଙ୍କୁ ରିଲିଜ କରାଯାଇଛି। ପୂର୍ବ ବର୍ଷ ଆଇପିଏଲରେ ଆରସିବି ପ୍ଲେ ଅଫ ଯାଏ ଯାଇଥିଲା ହେଲେ ହାଇଦ୍ରାବାଦ ଠୁ ହାରର ସାମ୍ନା କରିବାକୁ ପଡିଥିଲା। ଆରସିବି ପାଖରେ ଭଲ ଟଙ୍କା ଅଛି ସେ ନୂଆ ଖେଳାଳିଙ୍କୁ ଖୋଜିବାରେ ସହାୟକ ହେବ ଏହା ସହ ୪ ଜଣ ବିଦେଶୀ ଖେଳାଳିଙ୍କୁ ସେ କିଣିପାରିବ।
ରିଟେନ ଲିଷ୍ଟ: ବିରାଟ କୋହଲି, ଏବି ଡିଭିଲିୟର୍ସ, ୟୁଜିବେନ୍ଦ୍ର ଚାହଲ,ଦେବଦତ୍ତ ପାଡିକଲ, ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ନବଦୀପ ଷୈନି,ଜାମ୍ପା, ସାହବାଜ ଅହମ୍ମଦ, ଜୋସ ଫିଲିଫ, ରିଚାର୍ଡସନ , ପବନ ଦେଶପାଣ୍ଡେ।
ରିଲିଜ ଖେଳାଳି: ଆରୋନ ଫିଞ୍ଚ, ଗୁରକୀରତ ମାନ,କ୍ରିସ ମୋରିସ,ସିଭମ ଦୁବେ, ଡେଲ ଷ୍ଟେନ, ପାର୍ଥିବ ପଟେଲ, ଇସୁରୁ ଉଡାନା,ଉମେଶ ଯାଦବ ଏବଂ ପବନ ନେଗି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।