ସନରାଇଜର୍ସ ହାଇଦ୍ରାବାଦରୁ ବାହାରିଲେ ଏହି ବଡ଼ ଖେଳାଳି, ଦେଖନ୍ତୁ ତାଲିକା କିଏ ରହିଲେ ଆଉ କିଏ ବାହାର।

ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ୨୦୨୧ର ନୀଲାମ ହେବା ଆଗରୁ ନିଜ ଟିମରୁ ପାଞ୍ଚ ଜଣ ଖେଳାଳିଙ୍କୁ ବାହାର କରି ଦେଇଛି। ଏହା ଦ୍ୱାରା ତାଙ୍କ ଟିମର ପକେଟରେ ପ୍ରାୟ ୧୦.୭୫ କୋଟି ଟଙ୍କା ବଂଚି ଯାଇଛି। ସେମାନେ ତାଙ୍କ ଟିମର ଖେଳାଳି ମାନଙ୍କ ସହ ବେସି ପରୀକ୍ଷଣ କରି ନାହାନ୍ତି। ସେମାନେ ଅଧିକତ୍ତର ୨୦୨୦ର ଟିମର ବେସି ଖେଳାଳି ମାନଙ୍କୁ ରିଟେନ କଲେ ଆଉ ମାତ୍ର ପାଞ୍ଚ ଜଣ ଖେଳାଳିଙ୍କୁ ରିଲିଜ କଲେ। ତାଙ୍କର ରିଲିଜ କରିଥିବା ଖେଳାଳି ମାନଙ୍କ ଭିତରେ ବେସି ବଡ଼ ନାମ ନାହିଁ ତଥାପି ବିଲି ଷ୍ଟାନଲେକ, ଫେବିଆନ ଆଲେନ, ବାବାଙ୍କା ସନ୍ଦୀପ,ସଞ୍ଜୟ ୟାଦବ ଆଉ ପୃଥ୍ବୀ ରାଜଙ୍କୁ ରିଲିଜ କରି ଦେଲେ। ଯେତେବେଳେ କି ଟିମର ଷ୍ଟାର ଖେଳାଳି କେନ ୱିଲିୟମସନ ଆଉ ଡେଭିଡ ୱାରର୍ଣରଙ୍କୁ ରିଟେନ କଲେ।

Google

ପୂର୍ବ ବର୍ଷ ହାଇଦ୍ରାବାଦ ଟିମ ଟମ ମୁଡ଼ିଙ୍କୁ ଡ଼ାଇରେକ୍ଟର ନିଯୁକ୍ତ କରିଥିଲେ। ପୂର୍ବ ବର୍ଷ ଟିମ ଆଘାତ ଦ୍ୱାରା ଚାଲୁଥିଲା। ଭୁବନେଶ୍ୱର କୁମାର ଆଉ ମିଚେଲ ମାର୍ସ ଆହତ ହେବା କାରଣରୁ ସିରିଜରେ ଖେଳି ପାରି ନଥିଲେ। ୱାରର୍ଣ୍ଣର ଉଚ୍ଚ କୋଟିର ଅଧିନାୟକ ଭାବେ ନିଜ ଟିମକୁ ପ୍ଲେ ଅଫ ଯାଏ ପହଂଚାଇଥିଲେ।

ପୂର୍ବ ସିଜିନ ଫାଇନାଲରୁ ବାହାର ହେଇଯାଇଥିଲେ ଟିମ:

ଆଇପିଏଲର ପୂର୍ବ ବର୍ଷରେ କ୍ବାଲିଫାୟାର ୨ ରେ ଟିମ ଦିଲ୍ଲୀ କ୍ୟାପିଟାଲସ ରୁ ହାରି ଯାଇ ବାହାର ହେଇ ଯାଇଥିଲେ। ଏହାଦ୍ୱାରା ସେମାନେ ଫାଇନାଲ ଖେଳି ପାରି ନଥିଲେ। ୨୦୧୬ ମସିହାରେ ହାଇଦ୍ରାବାଦ ଟିମ ୱାରର୍ଣରଙ୍କର ଅଧିନରେ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋରଙ୍କୁ ହରେଇକି ଟିମ ଫାଇନାଲ ବିଜୟ ଲାଭ କରିଥିଲା।

ରିଟେନ ଖେଳାଲି: କେନ ୱିଲିୟମସନ, ଡେଭିଡ ୱାରର୍ଣ୍ଣର, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେ, ବିରାଟ ସିଂ, ପ୍ରିୟମ ଗର୍ଗ, ଅବଦୁଲ ସମଦ, ଭୁବନେଶ୍ୱର କୁମାର, ଖାଲିଲ ଅହମ୍ମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୁଲ, ଟି ନଟରାଜନ, ଅଭିଷେକ ଶର୍ମା, ଶହବାଜ ନଦୀମ, ମିଚେଲ ମାର୍ସ, ବିଜୟ ଶଙ୍କର, ମହମ୍ମଦ ନବୀ, ରାଶିଦ ଖାନ, ଋଦ୍ଧିମାନ ସାହା, ଶ୍ରୀବତ୍ସ ଗୋସ୍ୱାମୀ, ଥପି ଆଉ ଯେସନ ହୋଲ୍ଡର।

Google

ରିଲିଜ ଖେଳାଳି: ବିଲି ଷ୍ଟାନଲେକ,ଫେବୀୟନ ଆଲେନ, ବାବାଙ୍କା ସନ୍ଦୀପ, ସଞ୍ଜୟ ୟାଦବ , ପୃଥ୍ବୀ ରାଜ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *