ବଲିଉଡ଼ର ଏହି ୯ ଜଣ ଷ୍ଟାର ଯିଏକି କମ ବୟସରେ ଦୁନିଆ ଛାଡି ଚାଲିଯାଇଛନ୍ତି। ପ୍ରଶଂସକ ମାନେ ମାନିବାକୁ ପ୍ରସ୍ତୁତ ନୁହଁନ୍ତିକି ଏହିମାନେ ଆଉ ଏହି ବିଶ୍ୱରେ ନାହାଁନ୍ତି। କିଛି ଆତ୍ମହତ୍ୟା କରି ନିଜ ହାତରେ ନିଜ ଜୀବନ ଶେଷ କରିଛନ୍ତି ତ ଆମ କେତେକଙ୍କ ମୃତ୍ୟୁ କିପରି ହୋଇଛି ତାହା ଏକ ରହସ୍ୟ ହୋଇ ରହିଛି। କିଛି ଦିନ ତଳେ ଫିଲ୍ମ “ଡାର୍ଟି ପିକ୍ଚର”ରେ କାମ କରିଥିବା ଆର୍ଜ୍ୟା ବାନାର୍ଜୀଙ୍କର ରହସ୍ୟମୟ ମୃତ୍ୟୁ ହୋଇଯାଇଛି ତାଙ୍କ ଶବ ତାଙ୍କ ନିଜ ଘରୁ ମିଳୁଛି। ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ଅଳ୍ପ ବୟସରେ ଦୁନିଆ ଛାଡି ଚାଲିଯାଇଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ୯ ଜଣ ବଲିଉଡ଼ ଷ୍ଟାର ମାନଙ୍କ ବିଷୟରେ ଯିଏକି ବହୁତ କମ ସମୟରେ ଦୁନିଆ ଛାଡି ଚାଲିଯାଇଛନ୍ତି।

୧-ବଲିଉଡ଼ର ଛିଛୋରେ ସୁଶାନ୍ତ ସିଂ ରାଜପୁତ:
କହିରଖିବୁକି ୧୪ ଜୁନକୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାଙ୍କ ନିଜ ଫ୍ଲାଟରେ ହୋଇଯାଇଥିଲା। ତାଙ୍କ ଶବ ବାନ୍ଦ୍ରା ସ୍ଥିତ ତାଙ୍କ ନିଜ ଫ୍ଲାଟରୁ ମିଳିଥିଲା। ତାଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ। ତାଙ୍କ ପରିବାର ଲୋକ କହିଲେ କି ସେ ଆତ୍ମହତ୍ୟା କରିନାହାଁନ୍ତି ତାଙ୍କୁ ହତ୍ୟା କରାଯାଇଛି। ଏହା ପରେ ତାଙ୍କ ପ୍ରଶଂସକ ମାନେ ତାଙ୍କୁ ନ୍ୟାୟ ପାଇଁ ଦାବି କରିଲେ। ଠିକ ଏହାର ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସହିତ ଅନେକ ବଡ଼ ଷ୍ଟାର ମାନଙ୍କୁ ଡ୍ରଗ୍ସ ନେବା କାରଣରୁ ଗିରଫ କରିଥିବାର ନଜର ଆସିଥିଲା।
୨-ଜିୟା ଖାନ:
ବଲିଉଡ଼ର ଅଭିନେତ୍ରୀ ଜିୟା ଖାନ ଯିଏକି ଫିଲ୍ମ ଗଜନୀ, ଓ ନିଶବ୍ଦରେ ସୁନ୍ଦର ଅଭିନୟ କରିଥିଲେ। ସେ ବର୍ଷ ୨୦୧୩ରେ ମୃତ୍ୟୁ ବରଣ କରିଥିଲେ। ଜିୟାଙ୍କ ଘରୁ କିଛି ତଥ୍ୟ ମିଳିଥିଲା ଯେଉଁଥିରେ ତାଙ୍କ ବୟଫ୍ରେଣ୍ଡ ଆଦିତ୍ୟ ପଂଚାଲି ତାଙ୍କୁ ଧୋକା ଦେଇଥିବା ଜଣାପଡିଥିଲା। ଏହା ସହିତ ନୋଟିସରେ ଗର୍ଭକୁ ନେଇ ମଧ୍ୟ ସେ ଲେଖିଥିଲେ।
୩-ଦିବ୍ୟା ଭାରତୀ:
ବଲିଉଡ଼ର ଜଣେ ସୁନ୍ଦର ଅଭିନେତ୍ରୀ ଦିବ୍ୟା ଭାରତୀ ମାତ୍ର ୧୯ ବର୍ଷ ବୟସରେ ଏହି ଦୁନିଆ ଛାଡି ଚାଲିଗଲେ। ତାଙ୍କର ମୃତ୍ୟୁ ଛାତରୁ ଗଳିବା ଦ୍ଵାରା ହୋଇଥିଲା। କୁହାଯାଇଛିକି ଦିବ୍ୟା ଅଧିକ ନିଶା କରିବା ଫଳରେ ନିଜକୁ ସମ୍ଭାଳିନପାରି ଛାତରୁ ଗଳିପଡିଥିଲେ କିନ୍ତୁ ତାଙ୍କ ମୃତ୍ୟୁ ଆଜିବି ରହସ୍ୟ ଘେରରେ ଅଛି।
୪-ପ୍ରତ୍ୟୁଷା ବାନାର୍ଜୀ:
ଛୋଟ ପରଦାରେ ରୋଲ କରୁଥିବା ପ୍ରତ୍ୟୁଷା ବାନାର୍ଜୀ ୨୫ ବର୍ଷ ବୟସରେ ହିଁ ଦୁନିଆରୁ ବିଦାୟ ନେଇଥିଲେ। ସେ ନିଜ ଘରେ ହିଁ ଫାସି ଲଗାଇ ଦେଇଥିଲେ। ଏହାର କାରଣ ତାଙ୍କ ବଏଫ୍ରେଣ୍ଡ ଥିଲେ। ଯାହା ପରେ ତାଙ୍କ ବଏଫ୍ରେଣ୍ଡକୁ ପୋଲିସ ରିମାଣ୍ଡରେ ମଧ୍ୟ ନେବାର ସୂଚନା ଆସିଥିଲା।
୫-ମଧୁବାଳା:
ବଲିଉଡ଼ରେ ମଧୁବାଳା ଶିଶୁ କଳାକାର ହିସାବରେ ୧୯୪୨ରେ ଫିଲ୍ମ ବସନ୍ତରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଯାହା ପରେ ସେ ଗୁଗଲେ ଆଜମ ଓ କମଲ ଭଳି ଫିଲ୍ମରେ ଭଲ ଅଭିନୟ କରିଥିଲେ। ଲୋକ ତାଙ୍କୁ ବହୁତ ପସନ୍ଦ କରୁଥିଲେ କିନ୍ତୁ ଦୁଃଖର ବିଷୟ ଯେ ସେ ମାତ୍ର ୩୬ ବର୍ଷ ବୟସରେ ଏହି ଦୁନିଆ ଛାଡି ଚାଲିଯାଇଥିଲେ।

୬-ସ୍ମିତା ପଟେଲ:
ବଲିଉଡ଼ର ୮୦ ଦଶକର ସ୍ମିତା ପଟେଲ ମାତ୍ର ୩୧ ବର୍ଷ ବୟସରେ ବର୍ଷ ୧୯୮୬ରେ ଏହି ଦୁନିଆରୁ ବିଦାୟ ନେଇଥିଲେ। ତାଙ୍କ ମୃତ୍ୟୁ ତାଙ୍କ ଡେଲିଭରିରେ କିଛି ସମସ୍ୟା କାରଣରୁ ହୋଇଥିଲା। ସ୍ମିତା ନାମକ ହଲାଲ ଓ ଅର୍ଥ ଭଳି ଫିଲ୍ମରେ ସୁନ୍ଦର ଅଭିନୟ କରିଥିଲେ।

୭-ମିନା କୁମାରୀ:
ବଲିଉଡ଼ରେ ଟ୍ରେଜଡ଼ି କୁଇନ ନାମରେ ପରିଚିତ ଅଭିନେତ୍ରୀ ବହୁତ କମ ବୟସରେ ଏହି ଦୁନିଆ ଛାଡି ଚାଲିଯାଇଛନ୍ତି।ମିନା କୁମାରୀ ବହୁତ ନିଶା ସେବନ କରୁଥିଲେ ଯେଉଁଥିପାଇଁ ତାଙ୍କ ଲିଭରରେ କ୍ୟାନ୍ସର ହୋଇଯାଇଥିଲା। କହିରଖିବୁକି ସେ ପାକିଯା ଭଳି ବ୍ଲକବ୍ଲାଷ୍ଟର ଫିଲ୍ମରେ କାମ କରିଛନ୍ତି।
୮-ତରୁଣୀ ସଚଦେବ:
ଅମିତାଭ ବଚନଙ୍କ ଫିଲ୍ମ “ପା” ରେ ଅଭିନୟ କରିଥିବା ତରୁଣୀ ସଚଦେବ ମାତ୍ର ୧୪ ବର୍ଷ ବୟସରେ ଏହି ଦୁନିଆ ଛାଡି ଚାଲିଯାଇଥିଲେ। ତାଙ୍କର ମୃତ୍ୟୁ ଏକ ପ୍ଲେନ କ୍ରାସ କାରଣରୁ ହୋଇଥିଲା।
୯-ଇଂଦର କୁମାର:
“ୱାଣ୍ଟେଡ଼” ଓ “ତୁମକୋ ନା ଭୁଲ ପାଏଙ୍ଗେ” ଭଳି ବ୍ଲକବ୍ଲାଷ୍ଟର ଫିଲ୍ମରେ କାମ କରିଥିବା ଇଂଦର କୁମାରଙ୍କର ମୃତ୍ୟୁ ବର୍ଷ ୨୦୧୭ରେ ହାର୍ଟ ଆଟାକ କାରଣରୁ ହୋଇଯାଇଥିଲା। ସେହି ସମୟରେ ତାଙ୍କ ବୟସ ୪୪ ବର୍ଷ ଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ କହିଛନ୍ତି ଶେଷ ସମୟରେ ସେ ଆର୍ଥିକ ସମସ୍ୟା ଦେଇ ଗତିକରୁଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।