IND VS ENG : ସୂର୍ଯ୍ୟକୁମାରଙ୍କ ବିବାଦିତ ୱିକେଟ ପରେ ଦୁଃଖୀ ହେଲେ ବଲିଉଡ଼ ଷ୍ଟାରମାନେ, ଏହି ଷ୍ଟାର ଦେଲେ ବଡ଼ ବୟାନ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତ୍ରୁର୍ଥ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚକୁ ଭାରତ ୮ ରନରେ ଜିତିଯାଇଛି ଓ ଏହାର ହିରୋ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ। ଯିଏକି ସୁନ୍ଦର ପାରି ଖେଳିଥିଲେ। ସେ ନିଜ ପ୍ରଥମ ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚରେ ୩୧ ବଲରେ ୫୭ ରନର ପାରି ଖେଳିଛନ୍ତି। ସେ ସାମ କରନଙ୍କ ବଲରେ ବିବାଦିତ ଭାବେ ଆଉଟ ହୋଇଥିଲେ। ଯାହା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଆଲୋଚନା ହୋଇଛି। ଅନେକ ପୂର୍ଵ କ୍ରିକେଟର ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବଲିଉଡ ଅଭିନେତା ରଣବିର ସିଂହ ଏହାକୁ ନେଇ ନିରାଶ ହୋଇଛନ୍ତି।

Google

ସୂର୍ଯ୍ୟକୁମାର ସାମ କରନଙ୍କ ବଲକୁ ମାରିଥିଲେ ଯାହାର କ୍ୟାଚ ଡେଭିଡ ମଲାନ ଧରିଥିଲେ। କିନ୍ତୁ ଏହି କ୍ୟାଚ ବିବାଦରେ ରହିଥିଲା କାରଣ ରିପ୍ଲାଏରେ ଲାଗୁଥିଲା ବଲ ଯେପରି ମାଟିରେ ଲାଗିଛି। ଥାର୍ଡ ଅମ୍ପାୟାର ଅନେକ ଥର ଦେଖିମଧ୍ୟ କୌଣସି ନିର୍ଦ୍ଧିଷ୍ଟ ଫଇସଲାରେ ପହଁଚିପାରି ନଥିବାରୁ ସୂର୍ଯ୍ୟକୁମାରକୁ ଆଉଟ କରାଗଲା କାରଣ ଅମ୍ପାୟାରଙ୍କ ସଫ୍ଟ ସିଗନାଲ ଆଉଟ ଥିଲା। ସୂର୍ଯ୍ୟକୁମାର ଏହିପରି ଆଉଟ ହେବାପରେ ସୋସିଆଲ ମିଡିଆରେ ଅନେକ କଥା ଦେଖିବାକୁ ମିଳିଛି।

Google

ପୂର୍ଵ କ୍ରିକେଟର ବିରେନ୍ଦ୍ର ସେହ୍ଵାଗ, ଭିଭିଏସ ଲକ୍ଷ୍ମଣ, ପାର୍ଥିବ ପଟେଲ, ସଂଜୟ ବାଙ୍ଗର, ଓ ଆକାଶ ଚୋପଡା ମଧ୍ୟ ଫଇସଲାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି।ସୂର୍ଯ୍ୟକୁମାରଙ୍କ ଆଉଟକୁ ନେଇ ଅଧିନାୟକ ବିରାଟ କୋହଲି ନିରାଶ ଦେଖାଯାଇଛନ୍ତି। ସେହିପରି ରଣବିର ସିଂହ ମଧ୍ୟ ନିରାଶ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି – କ୍ଷମା କରିଦେବ, କିନ୍ତୁ ମୋ ପାଇଁ ଡେଭିଡ ମଲାନ ଏହି କ୍ୟାଚ ପୁରା ଡ୍ରପ କରିଛନ୍ତି। ବଲ ଗ୍ରାଉଣ୍ଡରେ ଲାଗିଥିଲା।ମୋର କହିବାର ଅର୍ଥ କମଅନ।

Google

ଫରାନ ଅକତର ଟ୍ୱିଟ କରି ଲେଖିଛନ୍ତି-ସୁନ୍ଦର ଖେଳିଛନ୍ତି ସୂର୍ଯ୍ୟକୁମାର ଯାଦବ, ସୁନ୍ଦର ପାରି ଦୁଃଖଦ ଶେଷ।

ବିକ୍ରାନ୍ତ ମେସି ଟ୍ୱିଟ କରିଛନ୍ତି,-ଦୃଭାଗ୍ୟ ସୂର୍ଯ୍ୟକୁମାର ଯାଦବ, ଥାର୍ଡ ଅମ୍ପାୟାରଙ୍କ ଅପରିପକ୍ୱ ନିସ୍ପତି କାରଣରୁ ଆପଣଙ୍କ ସୁନ୍ଦର ପାରିକୁ ଛୋଟ କରିଦିଆଯାଇଥିଲା। ହାସ୍ୟସ୍ପଦ।

Google

ବଲିଉଡ଼ ସିଙ୍ଗର ଶ୍ରେୟା ଘୋଷାଲ ଲେଖିଛନ୍ତି-ସୂର୍ଯ୍ୟକୁମାରଙ୍କ ପାଇଁ ଚିୟର କରୁଥିଲି ,ବହୁତ ଭଲ ଖେଳିଛନ୍ତି। ଆପଣଙ୍କୁ ଆଉଟ ଦେବା ଅମ୍ପାୟାରଙ୍କ ଫଇସଲା ପାଇଁ ଆମେ ଅସନ୍ତୋଷ। ଆମ ସମସ୍ତଙ୍କୁ ଆପଣଙ୍କ ପାଇଁ ଗର୍ବ ସୂର୍ଯ୍ୟ। ସୌମ୍ୟଦୀପ ଘୋଷଲ ଓ ଆପଣ ଅନୁଶକ୍ତିନଗରକଲୋନିରେ ଏକାସାଥିରେ ପିଲା ବେଳେ ଖେଳିଥିଲେ। ତୁମ ପାଇଁ ବହୁତ ଖୁସି ଅଛି।

କହିରଖିବୁ ଥାର୍ଡ ଅମ୍ପାୟାରଙ୍କ ଫଇସଲାକୁ ମାନାଗଲା ଓ ସୂର୍ଯ୍ୟକୁମାର ୩୧ ବଲରେ ୫୭ ରନ କରି ପାଭିଲିୟନ ଫେରିଲେ। ସୂର୍ଯ୍ୟକୁମାର ଇଣ୍ଟରନେସନାଲ କ୍ରିକେଟରେ ରେକର୍ଡ ଭଙ୍ଗା ପ୍ରଦର୍ଶନ କରିଛନ୍ତି। ସେ କ୍ୟାରିୟରର ପ୍ରଥମ ବଲରେ ଛକା ମାରିଛନ୍ତି ଓ ଏହି କାର୍ଯ୍ୟ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ସୂର୍ଯ୍ୟକୁମାର ଯାଦବ ଜୋଫ୍ରା ଆର୍ଚ୍ଚରଙ୍କ ପ୍ରଥମ ବଲରେ ଛକା ମାରିବାର ନଜର ଆସିଥିଲେ। ଏହା ପରେ ସୂର୍ଯ୍ୟକୁମାର ନିଜ ପାରିରେ ୬ ଟି ଚୌକା ଓ ୩ ଟି ଛକା ସହ ୨୮ ବଲରେ ନିଜର ଅର୍ଦ୍ଧଶତକ ପୁରା କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *