ଏଡିଲେଡ଼ ଟେଷ୍ଟରେ ଭାରତୀୟ ଦଳ ଘୋଷିତ ହୋଇଛି। ତେବେ ଅପରପକ୍ଷରେ ବିପକ୍ଷ ଦଳ କିଛି ଖେଳାଳିଙ୍କ ଆହତ ସମସ୍ୟାକୁ ନେଇ ଗତି କରୁଛି,ଦେଖନ୍ତୁ କାହାକୁ କାହାକୁ ମିଳିଛି ମୌକା।

ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଟିମ ଗୁରୁବାର (୧୭ ଡିସେମ୍ବର) ରେ ଏଡିଲେଡ଼ରେ ଆରମ୍ଭ ହେବକୁ ଥିବା ପ୍ରଥମ ଡେ ନାଇଟ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚରେ ଗୋଲାପୀ ବଲରେ ଲଢ଼ିବ। ଏଥିପାଇଁ ଦଳ ଚୂଡାନ୍ତ ଏକାଦଶ ଚୟନ କରିସାରିଲାଣି। ଯେଉଁଠିକି ବିପକ୍ଷ ଟିମର କେତେକ ଖେଳାଳି ଆହତ ସମସ୍ୟା ସହ ଜଡିତ। ଏଡିଲେଡ଼ ଟେଷ୍ଟ ମ୍ୟାଚର ଚୂଡାନ୍ତ ଏକାଦଶରେ ପୃଥ୍ଵୀ ସ ଓ ଋଦ୍ଧିମାନ ସାହାଙ୍କୁ ଜାଗା ମିଳିଛି।
ଏହି ମ୍ୟାଚରେ ଜୋଶ ହାଜେଲଉଡ଼ ବନାମ ମହମ୍ମଦ ସାମୀ ମୁକାବିଲା ମଧ୍ୟ ବହୁତ ମଜାଦାର ହେବ। ଅନ୍ୟପଟେ ପ୍ୟାଟ କମିନ୍ସଙ୍କ ବାଉଁସର ବଲର ଜବାବ ବୁମରା ନିଜ ୟର୍କରରେ ଦେବେ। ଇଶାନ୍ତ ଶର୍ମାଙ୍କ ଭଳି ଅନୁଭବୀ ବୋଲର ଟିମରେ ନାହାନ୍ତି। ସେହିପରି ଅଷ୍ଟ୍ରେଲିଆ ଟିମରେ ଏବେ ଡେଭିଡ ୱାରନର ନାହାନ୍ତି। ଯେଉଁଥିରେ ଟିମ ବରାବର ନଜର ଆସୁଛି।
UPDATE?: Here’s #TeamIndia’s playing XI for the first Border-Gavaskar Test against Australia starting tomorrow in Adelaide. #AUSvIND pic.twitter.com/WbVRWrhqwi
— BCCI (@BCCI) December 16, 2020
ଅଷ୍ଟ୍ରେଲିଆ ଟିମକୁ ଅଧିକ ଡେ ଆଣ୍ଡ ନାଇଟ ମ୍ୟାଚ ଖେଳିବାର ଅନୁଭବ ରହିଛି ଓ ତାଙ୍କୁ ଘରୋଇ ମୈଦାନର ଫାଇଦା ନିଶ୍ଚିତ ମିଳିବ। ଡେ ଆଣ୍ଡ ନାଇଟ ମ୍ୟାଚ ଏକ ଅଲଗା ପ୍ରକାରର ଯେଉଁଥିରେ ପ୍ରଥମେ ବ୍ୟାଟିଂ ଭାଗ ଭଲ ରହିବାର ଆଶା ଥାଏ ଓ ସୂର୍ଯ୍ୟ ଅସ୍ତ ପରେ ବୋଲିଂ ଭାଗ ଭଲ ହୋଇଥାଏ । କାହିଁକିନା ଗୋଲାପୀ ବଲର ସ୍ପୀଡ଼ ବଢିଯାଏ।
'Ajinkya and I are on the same page and I’m sure he'll do a tremendous job in my absence,' says #TeamIndia Skipper @imVkohli on the eve of the first Test against Australia.#AUSvIND pic.twitter.com/S8fmUABfUC
— BCCI (@BCCI) December 16, 2020
ଭାରତୀୟ ଦଳର ଚୂଡାନ୍ତ ଏକାଦଶ: ବିରାଟ କୋହଲି(ଅଧିନାୟକ),ମୟଙ୍କ ଅଗ୍ରୱାଲ,ପୃଥ୍ଵୀ ସ,ଚେତେଶ୍ୱର ପୂଜାରା,ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ),ହନୁମା ବିହାରୀ,ଋଦ୍ଧିମାନ ସାହା(ୱିକେଟ କିପର),ରବିଚନ୍ଦ୍ରନ ଅଶ୍ୱିନ,ଉମେଶ ଯାଦବ,ମହମ୍ମଦ ସାମୀ ଏବଂ ଯଶପ୍ରୀତ ବୁମରା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।