ଏଥିରେ ଅନୁଭବୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଓ ବୋଲର ଭୁବନେଶ୍ୱର କୁମାରଙ୍କ ନାମ ନାହିଁ। ତଥାପି ରାଇନା ଓ ଭୁବନେଶ୍ବର କୁମାର ବାଙ୍ଗାଲୋରରେ ହେବାକୁ ଥିବା ସୈଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଉତ୍ତରପ୍ରଦେଶ ଟିମରେ ଅଛନ୍ତି।

ଉତ୍ତରପ୍ରଦେଶ କ୍ରିକେଟ ମଞ୍ଚ ମଙ୍ଗଳବାର ଦିନ ରଣଜୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ପାଇଁ ନିଜ ସମ୍ଭାବିତ ୩୦ ଜଣିଆ ଟିମ ଲିଷ୍ଟ ଜାରିକରିଦେଇଛି। ଏଥିରେ ଅନୁଭବୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଓ ବୋଲର ଭୁବନେଶ୍ୱର କୁମାରଙ୍କ ନାମ ନାହିଁ। ତଥାପି ରାଇନା ଓ ଭୁବନେଶ୍ବର କୁମାର ବାଙ୍ଗାଲୁରୁରେ ହେବାକୁ ଥିବା ସୈଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଉତ୍ତରପ୍ରଦେଶ ଟିମରେ ଅଛନ୍ତି।
ରଣଜୀ ଟ୍ରଫିରେ ଆବଶ୍ୟକ ପଡ଼ିଲେ ଦୁହିଁଙ୍କ ସେବା ନିଆଯିବ। ରଣଜୀ ଓ ବିଜୟ ହଜାରେ ଟ୍ରଫିର କାର୍ଯ୍ୟକ୍ରମ ଏବେ ଘୋଷଣା କରାଯାଇନାହିଁ କିନ୍ତୁ ବିସିସିଆଇ ସବୁ ବୋର୍ଡକୁ ଘରୋଇ ସିରିଜ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛି।ଏହାକୁ ଦେଖି ଟିମର ସମ୍ଭାବିତ ୩୦ ଜଣିଆ ଖେଳାଳୀଙ୍କ ନାମ ନିର୍ଣ୍ଣୟ ହୋଇଛି।

ରଣଜୀ ଓ ବିଜୟ ହଜାରେ ପାଇଁ ଉତ୍ତରପ୍ରଦେଶର ସମ୍ଭାବିତ ଖେଳାଳୀମାନଙ୍କ ଲିଷ୍ଟ:
ୟୁପିସିଏର ମୁଖ୍ୟ ସଞ୍ଚାଳନ ଅଧିକାରୀ ଦୀପକ ଶର୍ମା କହିଛନ୍ତିକି ପ୍ରିୟମ ଗର୍ଗ, କରଣ ଶର୍ମା, ରୀଙ୍କୁ ସିଂହ, ଅକ୍ଷୟଦୀପ ନାଥ, ମହମ୍ମଦ ସୈଫ, ଅଲମାସ ସୈକତ, ସମୀର ଚୌଦୁରୀ, ସମୀର ରିଯିବି, ମାଧବ କୌସିକ, ସତ୍ୟମ ଦୀକ୍ଷିତ, ହରଦୀପ ସିଂହ, ରାହୁଲ ରାଵତ, ଆୟନ ଜୁୟାଲ, ଉପେନ୍ଦ୍ର ଯାଦବ, ମଙ୍କିତ ରାଜପୁତ, ଶିବମ ମାବି, ମୋହସିନ ଖାନ, ଆକିବ ଖାନ, ଯୋଗେନ୍ଦ୍ର ଦୋୟଲା, ୟସ ଦୟାଲ, ସୁନିଲ କୁମାର, ୟସମେର ଧନକର, ସୌରଭ କୁମାର, ସାନୁ ସୈନି, ଜିସାର ଅଂସାରି, ଧୁମ ଚନ୍ଦ୍ର ଦୁରେଲ,ଶୁଭମ ଚୌବେ, ଅଭିଷେଖ ଗୋସ୍ୱାମୀ, ପାର୍ଥ ମିଶ୍ର, ଓ ମହମ୍ମଦ ଜୋବେଦ ସାମିଲ ଅଛନ୍ତି।
ପ୍ରିୟମ ଗର୍ଗ ହେଉଛନ୍ତି ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଉତ୍ତରପ୍ରଦେଶର ଅଧିନାୟକ:
କହିରଖିବୁକି ୨୦୧୫ରେ ଉତ୍ତରପ୍ରଦଶ ଟିମ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ଉପରେ କବ୍ଜା କରିଥିଲା। ସେବେ ସୁରେଶ ରାଇନା ଟିମର ଅଧିନାୟକ ଥିଲେ। ଏଥର ଉତ୍ତରପ୍ରଦେଶର ଅଧିନାୟକ ଦାୟିତ୍ୱ ଅଣ୍ଡର-୧୯ ବିଶ୍ୱକପ ଅଧିନାୟକ ପ୍ରିୟମ ଗର୍ଗଙ୍କ ହାତରେ ଅଛି। ଚୟନ ସମିତି ୨୦ ବର୍ଷୀୟ ପ୍ରିୟମ ଗର୍ଗଙ୍କୁ ସୈହଦ ମୁସ୍ତାକ ଅଲ୍ଲୀ ଟି-୨୦ ଚାମ୍ପିୟାନ ଟ୍ରଫି ପାଇଁ ଉତ୍ତରପ୍ରଦେଶର ସିନିୟର ଟିମର ଅଧିନାୟକ କରିଛନ୍ତି।ସେହିପରି ସ୍ପିନର କରଣ ଶର୍ମାଙ୍କୁ ଉପଅଧିନାୟକ କରିଛନ୍ତି।

ଆଇପିଏଲରେ ପ୍ରିୟମ ଗର୍ଗଙ୍କ ପ୍ରଦର୍ଶନ:
ଆଇପିଏଲର ଏକ ମ୍ୟାଚରେ ହାଇଦ୍ରାବାଦ ଚେନ୍ନାଇ ବିରୁଦ୍ଧରେ ୬୯ ରନରେ ଚାରୋଟି ବ୍ୟାଟ୍ସମ୍ୟାନ ହରାଇ ସାରିଥିଲା। ଏହା ପରେ ପ୍ରିୟମ ଗର୍ଗ ୨୬ ବଲରେ ୫୧ ରନର ପାରି ଖେଳି ହାଇଦ୍ରାବାଦର ସ୍କୋର ୫ ଟି ବ୍ୟାଟ୍ସମ୍ୟାନ ହରାଇ ୧୬୪ ଯାଏ ଆଣିବାରେ ମୁଖ୍ୟ ଭୂମିକା ନିଭେଇଥିଲେ। ତାଙ୍କ ଶାନ୍ତ ସ୍ୱଭାବ ଓ ଧର୍ଯ୍ୟ ଏହା ଦେଖାଇଛିକି ସେ ବଡ଼ ପାରି ଖେଳିବାରେ ଯୋଗ୍ୟ। ପ୍ରିୟମ ଆଇପିଏଲ ୨୦୨୦ରେ ୧୪ ଟି ମ୍ୟାଚରେ ୧୪.୭୭ ଔସତରେ ୧୧୯.୮୧ ଷ୍ଟାଇକରେଟରେ ୧୩୩ ରନ କରିଥିଲେ।
ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୧ ପାଇଁ ଉତ୍ତରପ୍ରଦେଶ ଟିମ:
ପ୍ରିୟମ ଗର୍ଗ(ଅଧିନାୟକ), କରଣ ଶର୍ମା( ଉପ ଅଧିନାୟକ), ସୁରେଶ ରାଇନା, ରିଙ୍କୁ ସିଂହ, ଶୁଭମ ଚୌବେ, ଧ୍ରୁବ ଜୁରେଲ(ୱିକେଟକିପର), ଆର୍ୟନ ଜୁରେଲ(ୱିକେଟକିପର), ଭୁବନେଶ୍ୱର କୁମାର ,ଅଙ୍କିତ ରାଜପୁତ, ମୋହସିନ ଖାନ, ଶିବମ ମାବି, ସିବା ସିଂହ, ସାନୁ ସୈନି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।