IPL ୨୦୨୧:ଟୁର୍ଣ୍ଣାମେଣ୍ଟ ମଝିରେ କୋହଲି, ରୋହିତ ଓ ଧୋନୀଙ୍କୁ ଲାଗିପାରେ ଝଟକା? ଅଧାରୁ ନିଜ ଦେଶ ଫେରିପାରନ୍ତି ଏହି ଖେଳାଳି! ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ନ୍ୟୁଜଲ୍ୟାଣ୍ଡ କ୍ରିକେଟ ବୋର୍ଡ ଜୁନ ୨୦୨୧ରେ ଇଂଲଣ୍ଡ ବିରୁଦ୍ଧରେ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ପାଇଁ ନିଜ ଦଳର ଘୋଷଣା କରିଦେଇଛି। ଏହି ଘୋଷଣା ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ସୀମିତ ଓଭର ଫର୍ମାଟରେ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା, ଭାରତୀୟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ଅଷ୍ଟ୍ରେଲିଆ ଓପନର ଡେଭିଡ଼ ୱାରନରଙ୍କର ଚିନ୍ତା ବଢିଯାଇଛି।

Google

ନ୍ୟୁଜଲ୍ୟାଣ୍ଡ ଟେଷ୍ଟ ଟିମର କ୍ୟାପଟେନ କେନ ଉଇଲିୟମସନଙ୍କୁ କରିଛନ୍ତି। ତାଙ୍କ ଛଡା ଦଳରେ ଯେଉଁ ଖେଳାଳୀଙ୍କୁ ସାମିଲ କରାଯାଇଛି ତାଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲଟ,କାଇଲ ଜେମିସନ ଓ ମିସେଲ ସେଣ୍ଟନର ମଧ୍ୟ ସାମିଲ ଅଛନ୍ତି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୨ଜୁନରୁ ଇଂଲଣ୍ଡର ଲର୍ଡ଼ସରେ ଅନୁଷ୍ଠିତ ହେବ। ପ୍ରକୃତରେ,ଏ ସମସ୍ତ ଖେଳାଳୀ ଆଇପିଏଲରେ ବିରାଟ କୋହଲି,ରୋହିତ ଶର୍ମା,ମହେନ୍ଦ୍ର ସିଂହ ଧୋନୀ ଓ ଡେଭିଡ଼ ୱାରନରଙ୍କର ଦଳର ଖେଳାଳି ଅଟନ୍ତି। ଏହି ଚାରୋଟି ଦଳ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫରେ ପହଞ୍ଚିବାର ଦାବିଦାର ଅଟନ୍ତି। ନକଆଉଟ ରାଉଣ୍ଡର ଆରମ୍ଭ ୨୫ମଇକୁ ହେବ। ଆଇପିଏଲ ଫାଇନାଲ ୩୦ ମଇକୁ ହେବ ବୋଲି ଜଣା ଯାଇଛି।

ଏ ହେଉଛି ଇଂଲଣ୍ଡ ସରକାରଙ୍କର ଗାଇଡଲାଇନସ:

ଇଂଲଣ୍ଡ ସରକାରଙ୍କ ଗାଇଡଲାଇନସ ଅନୁସାରେ, ଭାରତରୁ ଆସୁଥିବା ଲୋକଙ୍କୁ ଅତି କମରେ ୧୦ଦିନ ପାଇଁ କ୍ୱାରେନଟାଇନ ହେବାକୁ ପଡିବ। ଅର୍ଥାତ ନ୍ୟୁଜଲ୍ୟାଣ୍ଡର ଏହି ଚାରୋଟି ଖେଳାଳୀଙ୍କୁ ଆଇପିଏଲ ୨୦୨୧ର ଫାଇନାଲ ସହିତ ସମସ୍ତ ନକଆଉଟ ମୁକାବିଲା ଛାଡିବାକୁ ପଡିପାରେ। ନ୍ୟୁଜଲ୍ୟାଣ୍ଡ ଭାରତରୁ ଯାଉଥିବା ଯାତ୍ରୀମାନଙ୍କ ଉପରେ ପ୍ରଥମରୁ ହିଁ ବ୍ୟାନ ଲଗାଇ ରଖିଛି। ଏମିତିରେ ଆଇପିଏଲ ଖେଳିବାକୁ ଭାରତ ଆସିଥିବା ଖେଳାଳୀଙ୍କୁ ନେଇ ନ୍ୟୁଜଲ୍ୟାଣ୍ଡ ସରକାର କୌଣସି ବିପଦ ନେବାକୁ ଚାହିଁବ ନାହିଁ। ଆଇପିଏଲ ୨୦୨୧ରେ ମିସେଲ ସେଣ୍ଟନର ଚେନ୍ନାଇ ସୁପର କିଙ୍ଗସ,ଟ୍ରେଣ୍ଟ ବୋଲଟ ମୁମ୍ବାଇ ଇଣ୍ଡିଆନସ,କେନ ଉଇଲିୟମସନ ସନରାଇଜରର୍ସ ହାଇଦ୍ରାବାଦ ଓ କାଇଲ ଜେମିଶନ ରୟାଲ ଚ୍ୟାଲେଞ୍ଜରର୍ସର ଦଳର ପ୍ଲେୟର ଅଟନ୍ତି।

Google

ସନରାଇଜରର୍ସ ହାଇଦ୍ରାବାଦର ମେରୁଦଣ୍ଡ ଅଟନ୍ତି କେନ ଉଇଲିୟମସନ: ଏହି ଖେଳାଳୀଙ୍କର ନକଆଉଟ ମୁକାବିଲାରେ ନ ଖେଳିବା ଦ୍ୱାରା ବିରାଟ, ରୋହିତ, ଧୋନୀ ଓ ୱାରନରଙ୍କୁ ଝଟକା ଲାଗିପାରେ। ଆରମ୍ଭ ଉଇଲିୟମସନଙ୍କ ଠାରୁ କରିବା। ସେ ସନରାଇଜରର୍ସ ହାଇଦ୍ରାବାଦର ମଧ୍ୟ କ୍ରମର ମେରୁଦଣ୍ଡ ଅଟନ୍ତି। ସେ ଗତ ସିଜିନରେ ୧୨ଟି ମ୍ୟାଚରେ ୪୫.୨୮ର ଔଷତରେ ଓ ୧୩୩.୭୫ର ଷ୍ଟ୍ରାଇକ ରେଟରେ ୩୧୭ ରନ ବନେଇଥିଲେ।ତାଙ୍କର ବେଷ୍ଟ ସ୍କୋର ୬୭ରନ ରହିଥିଲା। ସେ ଟୁର୍ଣ୍ଣାମେଣ୍ଟରେ ତିନୋଟି ଅର୍ଦ୍ଧଶତକ ଲଗାଇଥିଲେ।

Google
ମୁମ୍ବାଇର କିତାବ ଜିତିବାର ଟ୍ରେଣ୍ଟ ବୋଲଟଙ୍କର ରହିଥିଲା ମୁଖ୍ୟ ଭୂମିକା:

ଆଇପିଏଲ ୨୦୨୧ରେ ଟ୍ରେଣ୍ଟ ବୋଲଟ ଓ ଯଶପ୍ରୀତ ବୁମରାହ ମୁମ୍ବାଇ ଇଣ୍ଡିଆନସକୁ ପଞ୍ଚମ ଥର ଚାମ୍ପିୟାନସ କରାଇବାରେ ମୁଖ୍ୟ କାର୍ଯ୍ୟ ନିଭାଇଥିଲେ। କାଇଲ ଜେମିଶନଙ୍କୁ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର ୧୫କୋଟି ଟଙ୍କାର ବଡ଼ ମୂଲ୍ୟ ଦେଇ କିଣା ଯାଇଛି। ଦଳକୁ ଉପଲବ୍ଧ ତାଙ୍କ ଠାରୁ ସେହିପରି ହିଁ ଆଶା ମଧ୍ୟ ଥିବ। ଆଇପିଏଲ ୨୦୨୧ ପାଇଁ ହୋଇଥିବା ନିଲାମୀରେ ସେ ଦ୍ୱିତୀୟ ସବୁଠାରୁ ଦାମୀ ଖେଳାଳୀ ରହିଥିଲେ। ୬ଫୁଟ ୮ଇଞ୍ଚର ଜେମିଶନଙ୍କ ଗଣତି ଭବିଷ୍ୟତର ଭଲ ଅଲରାଉଣ୍ଡରସଙ୍କ ମଧ୍ୟରେ ହେଉଅଛି। ଫାଷ୍ଟ ବୋଲିଂ ସହିତ ନିମ୍ନ କ୍ରିମରେ ସେ ବିସ୍ପୋଟକ ବ୍ୟାଟିଂ ମଧ୍ୟ କରିବାର କ୍ଷମତା ରଖନ୍ତି।

Google
୬ଫୁଟ ୮ଇଞ୍ଚର କାଇଲ ଜେମିଶନଙ୍କୁ ହରାଇବାକୁ ଚାହିଁବେ ନାହିଁ ବିରାଟ କୋହଲି:

ବର୍ଷ ୨୦୨୦ରେ ଭାରତ ବିରୁଦ୍ଧ ଟେଷ୍ଟ ସିରିଜରେ ଜେମିଶନ ବଲ ଓ ବ୍ୟାଟ ଦୁହିଁରୁ ଭଲ ପ୍ରଦର୍ଶନ କରିଥିଲେ। ଏମିତିରେ କୋହଲି ତାଙ୍କୁ ଟୁର୍ଣ୍ଣାମେଣ୍ଟ ମଝିରେ ହରାଇବାକୁ ଚାହିଁବେ ନାହିଁ। ସାଣ୍ଟନର ଚେନ୍ନାଇ ସୁପର କିଙ୍ଗସର ଚୂଡ଼ାନ୍ତ ଏକାଦଶରେ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ନୁହନ୍ତି,କିନ୍ତୁ ଏହି ସଂସ୍କରଣରେ ଦଳ ତାଙ୍କୁ ଅଲରାଉଣ୍ଡର ଭାବରେ ଖେଳିପାରନ୍ତି । ସାଧାରଣ କଥା କି ଧୋନୀଙ୍କୁ ମଧ୍ୟ ତାଙ୍କ ଠାରୁ ବହୁତ ଆଶା ଥିବ ଓ ସେ ଆଶା କରୁଥିବେ କି ସାଣ୍ଟନାର ପୂରା ସଂସ୍କରଣ ଖେଳନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *