ଯେତେବଡ଼ ଖେଳାଳି ହଉ ନା କାହିଁକି ଧୋନୀଙ୍କ ଏହି ୯ଟି ରେକର୍ଡ ଭାଙ୍ଗିବା ହେବ ମୁସ୍କିଲ। ନିଶ୍ଚିତ ଜାଣନ୍ତୁ।

ଆଜି ଆମେ ଆନ୍ତର୍ଜାତୀୟ କ୍ରିକେଟରେ ଧୋନୀଙ୍କ ନାମରେ ଥିବା କିଛି ବଡ଼ ବିଶ୍ୱ ରେକର୍ଡ ବାବଦରେ କଥା ହେବାକୁ ଯାଉଛୁ। ଧୋନୀ ୨୦୨୦ ଅଗଷ୍ଟ ୧୩ ତାରିଖରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆଉ ଆଜି ଆମେ ତାଙ୍କ ନାମରେ ଥିବା ୯ଟି ବିଶ୍ୱ ରେକର୍ଡ ବାବଦରେ କହିବା।

Google

୧:ଆଇସିସିର ତିନିଟି ଯାକ ଟ୍ରଫି ଜିତିଥିବା ଏକମାତ୍ର କ୍ୟାପଟେନ: ଧୋନୀ ୨୦୦୭ରେ ପ୍ରଥମ ଥର ପାଇଁ ଆଇସିସି ଟି ଟ୍ୱେଣ୍ଟି ବିଶ୍ୱକପ, ୨୦୧୧ରେ ବିଶ୍ୱ କପ ଆଉ ୨୦୧୩ରେ ଆଇସିସି ଚାମ୍ପିଆନ୍ସ ଟ୍ରଫି ଜିତି ବିଶ୍ୱ ରେକର୍ଡ କରିଥିଲେ।

୨: ସବୁଠୁ ଅଧିକ ଷ୍ଟମପିଙ୍ଗ: ଧୋନୀଙ୍କ ନାମରେ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଷ୍ଟମପିଙ୍ଗର ରେକର୍ଡ ଅଛି। ସେ ନିଜର କ୍ରିକେଟ କ୍ୟାରିୟର ଭିତରେ ୧୯୫ ଖେଳାଳି ମାନଙ୍କୁ ସ୍ତମ୍ପିଙ୍ଗରେ ଆଉଟ କରିଛନ୍ତି ଯାହା ଭିତରେ ଟେଷ୍ଟରେ ୩୮, ଦିନିକିଆରେ ୧୨୩ ଆଉ ଟି ଟ୍ୱେଣ୍ଟି ଆନ୍ତର୍ଜାତୀୟ ମ୍ୟାଚ ମାନଙ୍କରେ ୩୪ ଜଣ ଖେଳାଳି ଅଛନ୍ତି।

Google

୩:- ଅଧିନାୟକ ଭାବେ ସର୍ବାଧିକ ଛକା: ଧୋନୀଙ୍କ ୨୦୦୭ରେ ଅଧିନାୟକ ପଦବୀ ଦିଆ ଯାଇଥିଲା। ତା ପରଠାରୁ ସେ କ୍ୟାପଟେନ ଭାବେ ସର୍ବାଧିକ ଛକା ଅର୍ଥାତ ପ୍ରାୟ ୨୦୪ ଛକା ମାରିଛନ୍ତି।

୪: ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ କ୍ଲିନ ସ୍ୱିପ: ୨୦୧୬ରେ ଧୋନୀଙ୍କ କ୍ୟାପଟେନସିରେ ଭାରତ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହିଁ କ୍ଲିନ ସ୍ୱିପ କଲା। ଏହି କାରିନାମା କରୁଥିବା ଦୁନିଆର ପ୍ରଥମ ଅଧିନାୟକ ହେଲେ ଏମଏସ ଧୋନୀ।

Google

୫: ନମ୍ବର ୭ରେ ଆସି ସର୍ବାଧିକ ଶତକ: ଏମଏସ ଧୋନୀ ନମ୍ବର ୭ରେ ବ୍ୟାଟିଂ କରି ଭାରତ ପାଇଁ ସର୍ବାଧିକ ଶତକ ମାରିଛନ୍ତି ଆଉ ସେ ପ୍ରଥମେ ୨୦୦୭ରେ ଏସିଆ ୧୧ ତରଫରୁ ଖେଳି ଆଫ୍ରିକା ୧୧ ବିପକ୍ଷରେ ୧୩୯ ଆଉ ତା ପରେ ପାକିସ୍ତାନ ବିରୁଦ୍ଧରେ ଖେଳି ନମ୍ବର ୭ରେ ୧୧୩ ରନର ଇନିଂଗ୍ସ ଖେଳିଥିଲେ।

୬: ଅଧିନାୟକ ଭାବେ ସର୍ବାଧିକ ମ୍ୟାଚରେ କ୍ୟାପଟେନସି: ଧୋନୀ ଜଣେ ଅଧିନାୟକ ଭାବେ ସର୍ବାଧିକ ମ୍ୟାଚ ନିଜ ଟିମ ପାଇଁ ଖେଳିଛନ୍ତି। ସେ ପ୍ରାୟ ୩୩୨ ମ୍ୟାଚରେ ଅଧିନାୟକତ୍ତ୍ୱ କରିଛନ୍ତି ଯାହା ଭିତରୁ ଦିନିକିଆରେ ୨୦୦, ଟେଷ୍ଟରେ ୬୦ ଆଉ ଟି ଟ୍ୱେଣ୍ଟିରେ ୭୨ ମ୍ୟାଚ ସାମିଲ ଅଛି।

Google

୭: ଛକା ଲଗେଇ ବିଶ୍ୱ କପ ଜିତେଇଥିବା ଏକମାତ୍ର ଖେଳାଳି: ୨୦୧୧ରେ ଧୋନୀ ନୂଆନ କୂଳସେକରାଙ୍କ ବଲରେ ଛକା ମାରି ଟ୍ରଫି ଉଠାଇଥିଲେ। ଏହି କାରିନାମା କରିଥିବା ସେ ଏକମାତ୍ର ଖେଳାଳି।

୮: ଦିନିକିଆ କ୍ରିକେଟରେ ସର୍ବାଧିକ ଥର ନଟ ଆଉଟ ରହିଥିବା ଖେଳାଳି: ଧୋନୀ ନିଜ କ୍ୟାରିଅରରେ ଖେଳିଥିବା ୩୫୦ ମ୍ୟାଚ ମାନଙ୍କରେ ପ୍ରାୟ ୮୪ ଥର ନଟ ଆଉଟ ରହିଛନ୍ତି ଯାହା କି ଏକ ବିଶ୍ୱ ରେକର୍ଡ ଅଟେ।

Google

୯: ୱିକେଟ କିପର ଭାବେ ସବୁଠୁ ବଡ଼ ପାରି ଖେଳିଥିବା ଖେଳାଳି: ୨୦୦୫ରେ ଧୋନୀ ଜଣେ ୱିକେଟ କିପର ଭାବେ ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ୧୮୩ ରନର ବିଶାଳ ପାରି ଖେଳିଥିଲେ ଯାହା କି ସେ ସମୟରେ ଏକ ବହୁତ ବଡ଼ ରେକର୍ଡ ଥିଲା। ଏହା ଆଜି ବି ଅତୁଳନୀୟ ହେଇ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *