୨୦୨୦ରେ ଏହି ସୁପରଷ୍ଟାର କ୍ରିକେଟର ଇଣ୍ଟରନ୍ୟାସନାଲ କ୍ରିକେଟରୁ ନେଲେ ସନ୍ୟାସ,ଜାଣିଲେ ଚକିତ ହୋଇଯିବେ।

କୋରନା ଭାଇରସ ମହାମାରୀ କାରଣରୁ ୨୦୨୦ ଖେଳ ଜଗତ ପାଇଁ ଏହା ବହୁତ ଖରାପ ସମୟ ଅଟେ। କୋଭିଡ ୧୯ ପାଇଁ ଉଭୟ ଖେଳାଳି ଓ ଫ୍ୟାନ୍ସ ମାନେ ବହୁତ ସମୟ ଧରି ଘରେ ରହିଲେ। ଏହାପରେ ଜୁଲାଇରେ କିଛି କ୍ରିକେଟର ପଡିଆକୁ ଓହ୍ଲାଇଲେ। ବାୟୋ ବବଲ ଜରିଆରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରେ କ୍ରିକେଟ ମଇଦାନକୁ ଫେରିଲେ। ଆଇପିଏଲ ଭଳି ବଡ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳାଗଲା। ହେଲେ ଏହା ସହ ମଧ୍ୟ କିଛି ମହାନ ଖେଳାଳି ସନ୍ନ୍ୟାସ ନେଲେ। ଏହି ବର୍ଷ ୫ ବରିଷ୍ଠ ଖେଳାଳି ଅବସର ନେଲେ।

Google

ମହେନ୍ଦ୍ର ସିଂ ଧୋନି:-ଭାରତକୁ ଦୁଇଟି ବିଶ୍ୱକପ ଓ ଆଇସିସି ଚ୍ୟାମ୍ପିୟନ୍ସ ଟ୍ରଫି ଜିତେଇଥିବା ମହେନ୍ଦ୍ର ସିଂ ଧୋନି ଅଗଷ୍ଟ ୧୫ ,୨୦୨୦ରେ ହଠାତ ସନ୍ୟାସ ନେଇ ସମସ୍ତଙ୍କୁ ଚକିତ କରିଦେଲେ। ସେ ତାଙ୍କ ଫ୍ୟାନ୍ସଙ୍କ ସପୋର୍ଟ ପାଇଁ ଧନ୍ୟବାଦ ଅର୍ପଣ କଲେ। ୧୬ ବର୍ଷର ଲମ୍ବା କ୍ୟାରିୟରରେ ଧୋନି ୩୫୦ ଦିନିକିଆରେ ୧୦,୭୭୭ରନ ୫୦.୫୮ ଔଷତରେ କଲେ। ୩୯ ବର୍ଷୀୟ ଏହି ୱିକେଟକିପର ୯୦ ଟେଷ୍ଟ ଓ ୯୮ ଟି୨୦ରେ କ୍ରମାନୁସାରେ ୪୮୭୬ ଓ ୧୬୧୭ ରନ ୩୮.୦୯ ଓ ୩୭.୬୦ ଔଷତରେ ବନେଇଲେ। ସନ୍ୟାସ ନେବା ପରେ ସେ ଆଇପିଏଲ ୨୦୨୦ ଖେଳିବାର ନଜର ଆସିଲେ । ଏହା ପୂର୍ବରୁ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୱାଲର୍ଡ଼ କପ ୨୦୧୯ରେ ନିଜର ଶେଷ ମ୍ୟାଚ ଖେଳିବାର ନଜର ଆସିଥିଲେ।

ସୁରେଶ ରାଇନା:-ମହେନ୍ଦ୍ର ସିଂ ଧୋନି ସନ୍ୟାସ ନେବାର କିଛି ସମୟ ପରେ ୩୩ ବର୍ଷୀୟ ରାଇନା ମଧ୍ୟ ସନ୍ୟାସ ନେଇଥିଲେ। ସୁରେଶ ରାଇନା ବହୁତ ସମୟ ପର୍ଯ୍ୟନ୍ତ ଟିମରୁ ବାହାର ଥିଲେ। ସେ ୧୭ ଜୁଲାଇ ୨୦୧୮ ଇଂଲଣ୍ଡରେ ଲିଡ଼ସରେ ଦିନିକିଆ ମ୍ୟାଚ ପରେ ଆଉ ଖେଳି ନାହାନ୍ତି। ସେ ଭାରତ ପାଇଁ ୧୮ ଟେଷ୍ଟ ମ୍ୟାଚରେ ୨୬.୪୮ଔଷତରେ ୭୬୮ ରନ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଓ ୭ ଟି ଅର୍ଦ୍ଧ ଶତକ ସାମିଲ ଅଛି। ରାଇନା ୨୨୬ ୱାଣ୍ଡେରେ ୩୫.୩୧ ଔଷତରେ ୫୬୧୫ ରନ କରିଛନ୍ତି। ଏହି ଫର୍ମାଟରେ ସେ ୫ ଶତକ ଓ ୩୬ ଅର୍ଦ୍ଧଶତକ ମାରିଛନ୍ତି। ରାଇନା ୭୮ ଟି ଟି ୨୦ ମ୍ୟାଚରେ ଏକ ଶତକ ଓ ୫ ଅର୍ଦ୍ଧଶତକ ସହାୟତାରେ ୨୯.୧୬ ଔଷତରେ ୧୬୦୫ ରନ କରିବାର ନଜର ଆସିଛନ୍ତି।

Google

ପାର୍ଥିବ ପଟେଲ:-୯ ଡିସେମ୍ବରକୁ ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେଲେ।ସୋସିଆଲ ମିଡ଼ିଆ ଜରିଆରେ ଏହି ଖବର ସେ ଜଣେଇଲେ ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସପୋର୍ଟ ପାଇଁ ଧନ୍ୟବାଦ ଦେଲେ। ପାର୍ଥିବ ୧୭ ବର୍ଷ ଓ ୧୫୩ ଦିନ ବୟସରେ ଡେବ୍ୟୁ କରିଥିଲେ। ଆନ୍ତର୍ଜାତିୟ କଥା କହିବା ତ ୩୫ ବର୍ଷୀୟ ପାର୍ଥିବ ପଟେଲ ଭାରତ ପାଇଁ ୨୫ ଟେଷ୍ଟ,୩୮ ଦିନିକିଆ ଓ ୨ ଟି ଟି୨୦ ଖେଳିଛନ୍ତି। ଘରୋଇ କ୍ରିକେଟରେ ଗୁଜୁରାଟ ପାଇଁ ୧୯୪ ଟି ମ୍ୟାଚ ଖେଳିଛନ୍ତି। ପାର୍ଥିବ ଟେଷ୍ଟ ମ୍ୟାଚରେ ୩୧.୧୩ ଔଷତରେ ୯୩୪ ରନ କରିଛନ୍ତି। ସେହିପରି ଦିନିକିଆରେ ୨୩.୭ ଔଷତରେ ୭୩୬ ରନ କରିଛନ୍ତି। ସେ ୱିକେଟ କିପର ଭାବରେ ଟେଷ୍ଟରେ ୬୨ ଟି କ୍ୟାଚ ଧରିଛନ୍ତି ଓ ୧୦ ଟି ଷ୍ଟମ୍ପିଙ୍ଗ କରିଛନ୍ତି। ପାର୍ଥିବ ପଟେଲଙ୍କ ଆରମ୍ଭ ଭଲ ଥିଲା ହେଲେ ୨୦୦୪ ରେ ଧୋନି ଓ କାର୍ତିକଙ୍କ ଏଣ୍ଟ୍ରି ପରେ ତାଙ୍କ କ୍ୟାରିୟର ଏତେ ଭଲ ରହିଲା ନାହିଁ। ପରେ କିଛି ମୌକା ମିଳିଲା ହେଲେ ସେ କିଛି କରିବାରେ ଅସମର୍ଥ ରହିଲେ।

ମହମ୍ମଦ ଅମୀର:-୧୭ ଡିସେମ୍ବରରେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଅମୀର ସନ୍ୟାସ ନେଇ ସମସ୍ତଙ୍କୁ ଚକିତ କରିଦେଲେ। ଏକ ଭିଡିଓରେ ୨୮ ବର୍ଷୀୟ ଅମୀର ଟିମ ପ୍ରବନ୍ଧନ ଉପରେ ମେଣ୍ଟାଲ ଟରଚର ଅଭିଯୋଗ ଆଣିଲେ। ଅମୀରଙ୍କୁ ନ୍ୟୁଜିଲ୍ୟାଣ୍ଡ ସିରିଜରେ ୩୫ ସଦସ୍ୟ ଟିମରେ ସାମିଲ କରାଯାଇ ନଥିଲା। ଏହାପରେ ହିଁ ସେ ଖେଳ ଛାଡିବାର ଫଇସଲା ଗ୍ରହଣ କରିଥିଲେ। ସେ କହିଲେ,”ନା ମୁଁ କ୍ରିକେଟ ଠାରୁ ଦୂରକୁ ଯାଉନାହିଁ। ଯଦି ଆପଣ ଏଠାରେ ଦେଖିବେ ମତେ କିପରି ବ୍ୟବହାର କରାଗଲା। ମତେ ଯେତେବେଳେ ୩୫ ଜଣିଆ ଟିମରେ ସାମିଲ କରାଗଲା ନାହିଁ। ସେତେବେଳେ ଏକ ବ୍ୟାକଅପ କଲ ଆସିଲା। ଯଦି ମତେ ୩୫ ଜଣିଆ ଟିମରେ ସାମିଲ କରାଗଲା ନାହିଁ ତ ଏହା ମୋ ପାଇଁ ଏକ ବ୍ୟାକ ଅପ କଲ ଅଟେ।”ଅମୀର ପାକିସ୍ତାନ ପାଇଁ ୩୦ ଟେଷ୍ଟ,୬୧ ଦିନିକିଆ ଓ ୫୦ ଟି ଟି ୨୦ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୧୧୯, ଦିନିକିଆରେ ୮୧ ଓ ଟି ୨୦ ରେ ୫୯ ଟି ୱିକେଟ ଅକ୍ତିଆର କରିଛନ୍ତି। ପାକିସ୍ତାନ ପାଇଁ ଆମିର ଏହି ବର୍ଷ ଅଗଷ୍ଟରେ ଇଂଲଣ୍ଡ ବିପକ୍ଷରେ ଟି ୨୦ ମ୍ୟାଚ ଖେଳିଛନ୍ତି।

Google

ଇରଫାନ ପଠାନ:-୨୦୦୭ ୱାଲର୍ଡ଼ କପ ହିରୋ ଅଲରାଉଣ୍ଡର ଇରଫାନ ପଠାନ ମଧ୍ୟ ତିନି ଫର୍ମାଟରୁ ସନ୍ୟାସ ନେଇଛନ୍ତି। ୩୫ ବର୍ଷୀୟ ଇରଫାନ ପଠାନଙ୍କୁ କପିଳ ଦେବଙ୍କ ପରେ ସ୍ୱିଙ୍ଗ ଓ ସିମର ରାଜା କୁହାଯାଉଥିଲା। ବାମହାତୀ ଏହି ବୋଲର ୧୨୦ ଦିନିକିଆ,୨୪ ଟି୨୦ ଓ ୩୦୧ ୱିକେଟ ନେଇଛନ୍ତି। ସେ ଏକ ଶତକ ଏବଂ ୧୧ ଅର୍ଦ୍ଧଶତକ ସହାୟତାରେ ୨୮୨୧ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *