ଏହି ୩ ଜଣ ଭାରତୀୟ ଖେଳାଳୀଙ୍କ ପୁଅ ତିଆରି କରିପାରନ୍ତି ଭାରତୀୟ ଦଳରେ ଜାଗା, କରିଥାନ୍ତି ଜବରଦସ୍ତ ବ୍ୟାଟିଙ୍ଗ ଓ ଵୋଲିଙ୍ଗ। ଜାଣନ୍ତୁ କିଏ?

ସଚିନ ତେନ୍ଦୁଲକର, ରାହୁଲ ଦ୍ରାଭିଡ, ଓ ସଂଜୟ ଭାଙ୍ଗଡେଙ୍କ ପୁଅ ଖେଳୁଛନ୍ତି କ୍ରିକେଟ,ଟ୍ୟାଲେଣ୍ଟ ବଳରେ ସୃଷ୍ଟି କରିପାରନ୍ତି ଟିମ ଇଣ୍ଡିଆରେ ଜାଗା।

Google

କ୍ରିକେଟ ଇତିହାସରେ ଏହିପରି ଅନେକ ଖେଳାଳୀ ଅଛନ୍ତି ଯେଉଁମାନେ କ୍ରିକେଟ ଦୁନିଆରେ ରାଜ କରିଛନ୍ତି ଓ ତାଙ୍କ ପୁଅ ମଧ୍ୟ କ୍ରିକେଟରେ ଭଲ ଖେଳ ପ୍ରଦର୍ଶନ କରୁଛନ୍ତି।ଭବିଷ୍ୟତରେ ଅନେକ ଭାରତୀୟ ଷ୍ଟାର ଖେଳାଳୀ ମାନଙ୍କ ପୁଅ ମଧ୍ୟ ଭାରତୀୟ ଟିମରେ ଖେଳି ପାରନ୍ତି। ଆସନ୍ତୁ ଜାଣିବା ତିନିଜଣ ମହାନ ଭାରତୀୟ ଖେଳାଳୀଙ୍କ ବିଷୟରେ ଯାହାଙ୍କ ପୁଅ ମଧ୍ୟ ଭବିଷ୍ୟତରେ ନିଜ ପ୍ରତିଭା ବଳରେ ଟିମ ଇଣ୍ଡିଆର ପ୍ରତିନିଧିତ୍ୱ କରିପାରନ୍ତି।

ଭାରତୀୟ ଦଳର ପୂର୍ଵ ଅଲରାଉଣ୍ଡର ଓ ରେଳ ବିଭାଗର ମହାନ ଖେଳାଳୀ ରହିଥିବା ସଂଜୟ ଭାଙ୍ଗଡେ ଅଧିକ ଇଣ୍ଟରନେସନାଲ କ୍ରିକେଟ ଖେଳିନାହାଁନ୍ତି କିନ୍ତୁ ଘରୋଇ କ୍ରିକେଟରେ ତାଙ୍କର ଭଲ ନାମ ଅଛି। ଟିମ ଇଣ୍ଡିଆରେ ବ୍ୟାଟିମ କୋଚ ମଧ୍ୟ ସେ ହୋଇଛନ୍ତି। ସେ ଏବେ ନିଜ ପୁଅର ପ୍ରତିଭାବୁ ଦେଖୁଛନ୍ତି। ସଂଜୟ ଭାଙ୍ଗଡେଙ୍କ ପୁଅ ଆୟନ ମଧ୍ୟ ଅଲରାଉଣ୍ଡର ଅଟନ୍ତି ଓ ସେ ଏବେ ଇଂଲଣ୍ଡରେ ଲିଷ୍ଟରସନ ଜୁନିୟର ଟିମରେ ଖେଳୁଛନ୍ତି। ଆୟନ ଭାଙ୍ଗଡେ କୁଚ ବିହାର ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ। ଯଦି ସେ ଏହି ପରି ପରିଶ୍ରମ କରିବେ ଜଲ୍ଦି ଭାରତୀୟ ଦଳରେ ନିଜର ଜାଗା ସୃଷ୍ଟି କରିପାରିବେ।

Google

ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ଜଣେ ଅଲରାଉଣ୍ଡର ଅଟନ୍ତି। ଅର୍ଜୁନ ବାମହାତୀ ବ୍ୟାଟିଙ୍ଗ ଓ ଵୋଲିଙ୍ଗ କରିଥାନ୍ତି।ଅର୍ଜୁନଙ୍କ ଵୋଲିଙ୍ଗରେ ସ୍ପିଡ଼ି ଓ ପ୍ରତିଭା ଅଛି ସେ ଇଣ୍ଡିଆ ଅଣ୍ଡର-୧୯ ଟିମ ସହ ଶ୍ରୀଲଙ୍କା ଗ୍ରସ୍ତ କରିସାରିଛନ୍ତି। ଅର୍ଜୁନଙ୍କ ପାଖରେ ପ୍ରତିଭାର କମିନାହିଁ ଓ ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ତେଣୁ ତାଙ୍କୁ ଭଲ ଉଚିତ ଲକ୍ଷ୍ୟ ବି ମିଳୁଛି। ଅର୍ଜୁନ ଜଲ୍ଦି ଆଇପିଏଲରେ ଦେଖାଯାଇପାରନ୍ତି। ଯଦି ସେ ଭଲ ପ୍ରଦର୍ଶନ କଲେ ଭାରତୀୟ ଦଳରେ ମଧ୍ୟ ଖେଳିପାରନ୍ତି।

ଭାରତୀୟ ଦଳରେ ୱାଲ ନାମରେ ପରିଚିତ ମହାନ ଖେଳାଳୀ ରାହୁଲ ଦ୍ରାଭିଡଙ୍କ ପୁଅ ସମିତ ମଧ୍ୟ କ୍ରିକେଟ ଖେଳିଥାନ୍ତି। ସମିତି ବାଙ୍ଗାଲୋରର ଜୁନିଅର ଲେବୁଲରେ କ୍ରିକେଟ ଖେଳିଥାନ୍ତି ଓ ସେ ନିଜ ସୁନ୍ଦର ପାରି ଦ୍ଵାରା ଅନେକ ସମୟରେ ଖବରକାଗଜରେ ଚର୍ଚ୍ଚାର ପାତ୍ର ହୋଇଛନ୍ତି।ଦ୍ରାଭିଡଙ୍କ ମାର୍ଗ ଦର୍ଶନ ସମିତିଙ୍କୁ ଭାରତୀୟ ଦଳ ପର୍ଯ୍ୟନ୍ତ ପହଞ୍ଚାଇ ପାରେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *