ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଡ୍ରଗ୍ସ ଲିଙ୍କରେ ଏନସିବି ବହୁତ ବଡ଼ ବଡ଼ ଲୋକଙ୍କ ପାଖରେ ପହଞ୍ଚିଲାଣି ।ସବୁଠାରୁ ପ୍ରଥମେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପରେ ଏନସିବି ତାଙ୍କୁ ନ୍ୟାୟିକ ରିମାଣ୍ଡରେ ନେଇଛି । ଅନ୍ୟପଟେ ଏହି କେସରେ ଦୀପିକା ପାଦୁକୋନ ଓ କେତେକ ବଡ ବଡ ଷ୍ଟାର ମାନେ ଏନସିବିର ରାଡ଼ାରରେ ଅଛନ୍ତି । ଏହା ସମେତ ୨୦୧୯ ର ଏକ ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି । ଯେଉଁଥିରେ କରନ ଜୋହରଙ୍କ ପାର୍ଟିରେ କେତେକ ଷ୍ଟାର ମାନେ ନିଶା ଖାଉଥିବାର ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ଜାଣିବା ପୁରା ମାମଲା କଣ?

ନାରକୋଟିକ୍ସ ବ୍ୟୁରୋ କଣ୍ଟ୍ରୋଲର ରାଡ଼ାରରେ ଏବେ ବଲିଉଡର କେତେକ ଷ୍ଟ୍ରାର ମାନେ ଅଛନ୍ତି । ଯେଉଁଥିରେ କରନ ଜୋହରଙ୍କ ନାମ ମଧ୍ୟ ସାମିଲ ଅଛି । ଧର୍ମା ପ୍ରଡକ୍ସନର ଡ଼ାଇରେକ୍ଟରଙ୍କୁ ଏନସିବି ସମନ ପଠାଇ ଥିଲା । ଯେଉଁଥିରେ ତାଙ୍କୁ ପଚରା ଉଚରା ପାଇଁ ଡକା ଯାଇଥିଲା । ହେଲେ ସେ ଆସିବା ପୂର୍ବରୁ ଏନସିବି ରେଡ଼ କରିଥିଲା । ଏବେ କରନ ଜୋହର ଡାହାଣ ହାତ କୁହା ଯାଉଥିବା ରବି ପ୍ରସାଦଙ୍କୁ ଗିରଫ କରିଛି । ଏବେ କୁହାଯାଉଛି କି କରନ ଜୋହରଙ୍କ ଉପରେ ଏବେ NCB ର ଖଣ୍ଡା ଝୁଲୁଛି ଓ ତାଙ୍କୁ ବହୁତ ଜଲ୍ଦି ପଚରା ଉଚରା ହେଇପାରେ । ଆମେ ଏଠି କହୁଛୁ ସେହି ଭିଡ଼ିଓରେ ଯେଉଁ ଷ୍ଟ୍ରାର ମାନେ ନିଶାରେ ଟଳୁଥିଲେ ।
କରନ ଜୋହରଙ୍କ ପାର୍ଟିରେ ଏହି ଷ୍ଟ୍ରାର ମାନେ ନିଶାରେ ଟଳୁ ଥିଲେ:
୨୦୧୯ ରେ କରନ ଜୋହର ଏକ ପାର୍ଟି ଦେଇଥିଲେ । ଯାହାର ଭିଡ଼ିଓ ସେ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ । ସେହି ଭିଡ଼ିଓରେ ଦୀପିକା ପାଦୁକୋନ, ମଲାଇକା ଆରୋରା, ଅର୍ଜ୍ଜନ କପୁର, ସାହିଦ କପୁର, ବରୁଣ ଧୱନ, ବିକ୍କୀ କୌଶଲ, ରଣବୀର କପୁର, ଜୋୟା ଅକ୍ତର, ଆୟନ ମୁଖାର୍ଜୀ ଓ ନତାସା ଦଲାଲଙ୍କ ଭଳି ବଡ ବଡ ଷ୍ଟ୍ରାର ନଜରକୁ ଆସିଥିଲେ । ଯିଏ କି ନିଶାରେ ଟଳୁଥିଲେ । ଏହି ଭିଡ଼ିଓକୁ ନେଇ ପ୍ରଥମେ ବହୁତ ବବାଲ ସୃଷ୍ଟି ହୋଇଥିଲା । ହେଲେ ପରେ କରନ ଜୋହର ନିଜର କଥା ରଖିଥିଲେ । କୁହାଯାଉଛି କି ଏହି ଭିଡିଓ ଜରିଆରେ ଏନସିବି ଏବେ ପଚରା ଉଚରା କରିବ ।
So called Bollywood Celebrities in Drug Party.
They cannot be a role model for our youth.#KaranJohar#KanganaRanaut#RheaChakraborty@swamy39
pic.twitter.com/ek7UZ0WXIG— Mahesh Joshi (@MaheshJoshi_MJ) September 16, 2020
ପାର୍ଟି ସମୟରେ କରନ ଜୋହର ନିଜେ ସମସ୍ତଙ୍କ ଭିଡିଓ ବନେଇବାର ନଜର ଆସୁଥିଲେ । ସେ ୨୯ ସେକେଣ୍ଡର ଭିଡ଼ିଓ ତିଆରି କରିଥିଲେ । ଯେଉଁଥିରେ କିଛି ଅଭିନେତ୍ରୀ ତାଙ୍କ ନାମ ନେଉଛନ୍ତି । ମାନେ ଏହି ଭିଡ଼ିଓ ଆଧାରରେ ଏନସିବି ଏହି ବଡ଼ବଡ଼ ଷ୍ଟ୍ରାରଙ୍କ ଉପରେ ନିଜର ଜାଲ ପକେଇବ ଓ ବଲିଉଡ଼ରୁ ନିଶା ଛଡ଼େଇବ ।

କରନ ଜୋହରଙ୍କୁ ମଧ୍ୟ ହୋଇପାରେ ପଚରାଉଚରା:
ସୂତ୍ର ଅନୁସାରେ ଦୀପିକା, ସାରା ଓ ଶ୍ରଦ୍ଧା କପୁରଙ୍କୁ ପଚାରି ସରିବା ପରେ ଏନସିବିର ଆଗାମୀ ନଜର କରନ ଜୋହାରଙ୍କ ଉପରେ । କାହିଁକିନା ତାଙ୍କର ଧର୍ମା ପ୍ରଡକ୍ସନର ଡ଼ାଇରେକ୍ଟରଙ୍କୁ ଏନସିବି ପ୍ରଥମରୁ ହିଁ ଗିରଫ କରିସାରିଛି । ଆଗକୁ ଦେଖିବାକୁ ହବ ଯେ ଏହି ଡ୍ରଗ୍ସ ମାମଲାରେ କେଉଁ କେଉଁ ଷ୍ଟ୍ରାର ମାନେ ଲିପ୍ତ ଅଛନ୍ତି? ଏହା ତ ସମୟ କହିବ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।