ଆକାଶରେ ଘଡଘଡି ମାରିବା ସମୟରେ ରୁହନ୍ତୁ ସତର୍କ, ଏହି କଥାଗୁଡ଼ିକ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ, ନଚେତ ହୋଇପାରେ ମୃତ୍ୟୁ!

ବର୍ଷା ଋତୁ ଆସିଲେ ଚାଷୀ ଖୁସି ହୋଇଥାନ୍ତି ହେଲେ ଲୋକଙ୍କ ଖୁସି ସହିତ ଡର ମଧ୍ୟ ଥାଏ । ଦେଶର ଅନେକ ରାଜ୍ୟଗୁଡ଼ିକରେ ବର୍ଷା ସହିତ ବିଜୁଳିର ଆତଙ୍କ ମଧ୍ୟ ଲାଗିରହିଛି । ଯେଉଁଥିରେ ବହୁତ ଲୋକ ପ୍ରାଣ ହରାଇଛନ୍ତି । ଏହି ତାଲିକାରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସାମିଲ ରହିଛି । ରିପୋର୍ଟସ ଅନୁଯାୟୀ, ଏହି ରାଜ୍ୟଗୁଡ଼ିକରେ ଆକାଶରୁ ବିଜୁଳି ମାରିବା କାରଣରୁ ପ୍ରାୟ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଏବଂ କିଛି ଲୋକ ଆଘାତ ମଧ୍ୟ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ ମାଧ୍ୟମରେ କହିଛନ୍ତି ଯେ ଅନେକ ଅଞ୍ଚଳରେ ଆକାଶରୁ ବିଜୁଳି ମାରିବାରୁ ହୋଇଥିବା ଜନହାନୀ ହୃଦୟବିଦାରକ ଅଟେ । ସେ ଏହି ବିପଦରେ ମୃତୁ ହୋଇଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।

Google

ତେବେ ଏହା ପ୍ରଥମଥର ଘଟିନାହିଁ, ଯେତେବେଳେ କି ବିଜୁଳି ମାରିବା କାରଣରୁ ଅନେକ ଲୋକ ମରିଯାଇଛନ୍ତି ବରଂ ଗତ ବର୍ଷ ମଧ୍ୟ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିଲା । ତେଣୁ ଏହା ଜରୁରୀ ଅଟେ ଯେ ଲୋକମାନେ ବର୍ଷା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ବର୍ଷା ଏବଂ ବଜ୍ରପାତ ସମୟରେ ଘରୁ ବାହାରକୁ ନ ବାହାରନ୍ତୁ । ଆସନ୍ତୁ ଜାଣିବା ବିଜୁଳି ମାରିବା ସମୟରେ କେଉଁ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ?

> ବିଜୁଳି ମାରିବା ସମୟରେ ତୁରନ୍ତ ଘରୁ ବାହାରକୁ ବାହାରନ୍ତୁ ନାହିଁ । ପାଣିପାଗ ବିଭାଗ କହିଛନ୍ତି ଯେ ଯେତେବେଳେ ଝଡ଼ ପବନ ଚାଲିଯାଏ, ତାର ୩୦ ମିନିଟ ପର୍ଯ୍ୟନ୍ତ ବିଜୁଳି ମାରିବାରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥାଏ ।

Google

> ଯଦି ଆପଣ ନିଶ୍ଚିନ୍ତ ଯେ ଗୋଟିଏ ଜାଗାରେ ଦୁଇଥର ବିଜୁଳି ମାରିପାରେ ନାହିଁ, ତେବେ ଆପଣ ଭୁଲ ଭାବୁଛନ୍ତି । ତେଣୁ ଏହି କଥାକୁ ଧ୍ୟାନ ଦିଅନ୍ତୁ ।

> ଯଦି ଆପଣଙ୍କ ଆଖପାଖରେ କେଉଁଠି ବାଦଲ ଘଡଘଡି ଶୁଭୁଛି ଏବଂ ଆପଣଙ୍କ ଲୋମ ଟାଙ୍କୁରି ଉଠୁଛି, ତେବେ ଏହା ଏହି କଥାର ସଂକେତ ହୋଇଥାଏ ଯେ ସେଠାରେ ବିଜୁଳି ମାରିପାରେ । ଏପରି ପରିସ୍ଥିତିରେ ଏହା ଜରୁରୀ ଅଟେ ଯେ ଆପଣ ତଳେ ଜାକି ହୋଇ ବସିପଡ଼ନ୍ତୁ ଏବଂ ଦୁଇ ଆଣ୍ଠୁ ମଧ୍ୟରେ ନିଜ ମୁଣ୍ଡକୁ ରଖି ବସନ୍ତୁ । ଏହାଦ୍ୱାରା ଆପଣଙ୍କ ଉପରେ ବିପଦ କମ ରହିବ ।

> ଯଦି ବର୍ଷା ହେଉଛି ଏବଂ ବିଜୁଳି ମାରୁଛି, ତେବେ ଛତା ଏବଂ ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ, କାରଣ ଧାତୁ ମାଧ୍ୟମରେ ବିଜୁଳି ଆପଣଙ୍କ ଶରୀରରେ ମଧ୍ୟ ପ୍ରବେଶ କରିପାରିବ ।

Google

> ଯଦି କୌଣସି ବ୍ୟକ୍ତିଙ୍କୁ ବିଜୁଳି ମାରେ, ସେତେବେଳେ ତାଙ୍କ ପାଇଁ ଯେତେ ଶୀଘ୍ର ସମ୍ଭବ ଡାକ୍ତରଙ୍କ ସାହାଯ୍ୟ ମାଗନ୍ତୁ । ଏହି କଥାକୁ ମନେରଖିବେ ଯେ ଯେଉଁ ବ୍ୟକ୍ତିଙ୍କୁ ବିଜୁଳି ମାରିଛି, ତାକୁ ଛୁଇଁବା ଦ୍ୱାରା ଆପଣଙ୍କର କୌଣସି କ୍ଷତି ହେବନାହିଁ ।

> ଯଦି କାହାକୁ ବିଜୁଳି ମାରିଛି, ତେବେ ତୁରନ୍ତ ତାଙ୍କର ନାଡୀ ଚେକ କରନ୍ତୁ ଏବଂ ଯଦି ପ୍ରାଥମିକ ଚିକିତ୍ସା ଦେବାକୁ ଚାହୁଁଛନ୍ତି ତେବେ ଦେଇପାରିବେ ।

Google

> ଶରୀରରେ ବିଜୁଳି ମାରିବା ଦ୍ୱାରା ବ୍ୟକ୍ତିର ହାଡ ଭାଙ୍ଗିଯାଏ ଏବଂ ତାକୁ ଶୁଣିବା ଏବଂ ଦେଖିବା ପରି କିଛି ଜିନିଷ ହରାଇବାକୁ ପଡେ କିମ୍ବା ମୃତ୍ୟୁ ମଧ୍ୟ ହୋଇପାରେ । ତେଣୁ ସତର୍କ ରୁହନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *