ଆପଣଙ୍କ ଘରେ ଏହି ସବୁ ଗଛ ରହିଛି କି? କେବେ ପାଖ ମାଡ଼ିବନି ରୋଗ ।

ଆପଣଙ୍କ ଘରେ ଏହି ସବୁ ଗଛ ରହିଛି କି? କେବେ ପାଖ ମାଡ଼ିବନି ରୋଗ ।, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ସମସ୍ତଙ୍କ ଘରେ ଗଛଲତା ଥାଏ । ଘରେ ଲାଗିଥିବା ଗଛ ସୌନ୍ଦର୍ଯ୍ୟ ବଢ଼ାଇବା ସହ ଆପଣଙ୍କ ଜୀବନରେ ଖୁସି ଆଣିଥାଏ । ଘରେ ଲାଗିଥିବା ଅଁଳା,କଦଳୀ,ନଡ଼ିଆ ଏବଂ ନିମ ଗଛ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ।

୧.ଅଁଳା ଗଛ : ଘରର ବଗିଚାରେ ଅଁଳା ଗଛ ଲଗାଇବା ଦ୍ବାରା ସୁଖ ବଜାୟ ରହିଥାଏ । ଶାସ୍ତ୍ର ଅନୁସାରେ,ଯେଉଁ ଘରର ଅଗଣାରେ ଅଁଳା ଗଛ ରହିଥାଏ,ସେଠାକାର ଲୋକ କମ୍ ରୋଗରେ ପଡ଼ିଥାଆନ୍ତି । ଅଁଳା ଗଛ ଲଗାଇବାବେଳେ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ବାସ୍ତୁ ଅନୁସାରେ ଅଁଳା ଘରର ପୂର୍ବ ଦିଗରେ ଲଗାଇବା ଉଚିତ୍ । ଏହା ଦ୍ବାରା ଆପଣଙ୍କ ଜୀବନରେ ସବୁବେଳେ ସୁଖ ବଜାୟ ରହିବ ।

amla-tree-pictures - Tamarind Weddings
Google

୨.ନଡ଼ିଆ ଗଛ : ବାସ୍ତୁ ଅନୁସାରେ ଯେଉଁ ଘରର ଅଗଣାରେ ନଡ଼ିଆ ଗଛ ଲଗାଯାଇଥାଏ ସେଠାରେ ରହୁଥିବା ଲୋକଙ୍କୁ ସମାଜରେ ସବୁବେଳେ ମାନ-ସମ୍ମାନ ଏବଂ ଆଦର ମିଳିଥାଏ । ଏହି ଘରର ଲୋକେ ଯେଉଁ କାମ ନୂଆ କରି ଆରମ୍ଭ କରିଥାନ୍ତି ତାଙ୍କୁ ସେହି କାମରେ ପ୍ରତିଷ୍ଠା ମିଳିବ ।

୩. କଦଳୀ ଗଛ : ଶାସ୍ତ୍ର ଅନୁସାରେ କଦଳୀ ଗଛ ପିଲାଙ୍କ ପାଇଁ ଶୁଭ ହୋଇଥାଏ । କଦଳୀ ଗଛ ତଳେ ବସି ପାଠ ପଢ଼ିବା ଦ୍ବାରା ପିଲାଙ୍କ ଜ୍ଞାନ ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ ।

 

୪. ନିମ ଗଛ : ନିମ ଗଛ ସୁଖ-ସୁବିଧା ସହ ଘରଲୋକଙ୍କୁ ଖରାପ ଦୃଷ୍ଟିଠୁ ମଧ୍ୟ ବଞ୍ଚାଇବାର କାମ କରିଥାଏ । ଅଁଳା ଗଛ ଭଳି ନିମ ଗଛ ଯେଉଁ ଘରେ ରହିଥାଏ ସେଠାରେ ଲୋକ କମ୍ ରୋଗରେ ପଡ଼ିଥାନ୍ତି ।

Scientists claim Neem compound may cure breast cancer | Deccan Herald
Google

୫.ଓସ୍ତ ଗଛ : ଓସ୍ତ ଗଛ ଘରେ ଆପଣାଛାଏଁ ଉଠିବା ଶୁଭ ସଙ୍କେତ ହୋଇନଥାଏ । କିନ୍ତୁ ଯଦି ଆପଣ ଏହାକୁ ନିଜ ହାତରେ ଲଗାଇବେ ଏବଂ ଏହାର ଯତ୍ନ ନେବାସହ ନିୟମିତ ପୂଜା କରିବେ ତେବେ ଏହା ଆପଣଙ୍କ ପାଇଁ ଫଳଦାୟକ ରହିବ । ଓସ୍ତ ଗଛ ଘରେ ଲଗାଇବା ଦ୍ବାରା ଜୀବନରେ ଧନ-ଦୌଲତର ଅଭାବ ରହିନଥାଏ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *