IND vs AUS: ଟିମ ଇଣ୍ଡିଆରେ ଏହି ଦୁଇ ଦମଦାର ଖେଳାଳିଙ୍କ ତୁରନ୍ତ ହେଉ ଏଣ୍ଟ୍ରି! ଏହି ମହାନ ଖେଳାଳି ଉଠାଇଲେ ବଡ଼ ଦାବି, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: କେତେଜଣ ଏହା ଭାବିନଥାଇପାରନ୍ତି ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ମଝଭୂତ ଟିମ ଇଣ୍ଡିଆ ନିଜ ଘରେ ଅଷ୍ଟ୍ରେଲିଆଠୁ ପ୍ରଥମ ଟି-୨୦ ମ୍ୟାଚ ହାରିଯିବ,ତାହାବି ପ୍ରଥମେ ବ୍ୟାଟିଙ୍ଗ କରି ୨୦୮ ରନ କରିବା ପରେ ମଧ୍ୟ। ଟିମ ଇଣ୍ଡିଆ ପାଇଁ ମୋହାଲି ଗ୍ରାଉଣ୍ଡ କୌଣସି କିଲାଠୁ କମ ନଥିଲା କିନ୍ତୁ ଅଷ୍ଟ୍ରେଲିଆ ଏଠି ଭାରତକୁ ହରାଇଦେଇଛି। ଟିମ ଇଣ୍ଡିଆର ଏହି ପରାଜୟ ପରେ ଦୁଇ ଦମଦାର ଖେଳାଳିଙ୍କୁ ଟିମ ଇଣ୍ଡିଆରେ ଏଣ୍ଟ୍ରି ନେଇ ଦାବି ହେଉଛି।

ଟିମ ଇଣ୍ଡିଆରେ ଏହି ଦୁଇ ଦମଦାର ଖେଳାଳିଙ୍କ ତୁରନ୍ତ କରାଯାଉ ଏଣ୍ଟ୍ରି:

ଟିମ ଇଣ୍ଡିଆର ପୂର୍ଵ ଚୟନକର୍ତ୍ତା ସବା କରିମ କହିଛନ୍ତି ରାହୁଲ ତେବାଟିଆ ଓ ସାହରୁଖ ଖାନଙ୍କ ପରି ଫିନିସରଙ୍କୁ ତୁରନ୍ତ ଟିମ ଇଣ୍ଡିଆରେ ମୌକା ମିଳିବା ଉଚିତ। ରାହୁଲ ତେବଟିଆ ଆଇପିଏଲ ୨୦୨୨ରେ ଗୁଜରାଟ ଟାଇଟନ୍ସକି ଚମ୍ପିୟାନ କରିବାରେ ପ୍ରମୁଖ ଦାୟୀତ୍ୱ ତୁଲାଇଥିଲେ। ସେ ୧୬ ମ୍ୟାଚରେ ୧୪୭.୬୨ ଷ୍ଟାଇକରେଟରେ ୨୧୭ ରନ କରିଥିଲେ। ଏହା ସହ ସେ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲରଙ୍କ ସହ ଏକ ସୁନ୍ଦର ଫିନିସର ଯୋଡି କରିଥିଲେ।

ଅଷ୍ଟ୍ରେଲିଆ ସହ ପରାଜୟ ପରେ ଏହି ମହାନ ବ୍ୟକ୍ତି କଲେ ବଡ଼ ଦାବି:

ଅନ୍ୟ ପଟେ ସାହାରୁଖ ଖାନ କ୍ରିକେଟରେ ଜଣେ ଭଲ ଫିନିସର ଅଟନ୍ତି। ସବା କରିମ ସ୍ପୋର୍ଟସ ୧୮ ରେ ‘ସ୍ପୋର୍ଟସ ଓଭର ଦି ଟପ’ରେ କହିଛନ୍ତି,”ବର୍ତ୍ତମାନର ଭାରତୀୟ ଟିମରେ ହାର୍ଦିକ ପାଣ୍ଡ୍ୟା ଓ ଦିନେସ କାର୍ତ୍ତିକଙ୍କ ପରି ଫିନିସର ଅଛନ୍ତି। ତେବଟିଆ ଓ ସାହାରୁଖ ଖାନଙ୍କ ପାଖରେ ଟ୍ୟାଲେଣ୍ଟ ଅଛି ଏହାକୁ ଆହୁରି ଦେଖାଇବା ପାଇଁ ମୌକା ମିଳିବା ଉଚିତ। ଏପରି କରିବା ପାଇଁ ତାଙ୍କୁ ମୌକା ମିଳିବା ଉଚିତ। ଯାହା ଦ୍ୱାରା ସେ ଇଣ୍ଟରନେସନାଲ ସ୍ତରକୁ ଆସିବା ପାଇଁ ଭଲସେ ସକ୍ଷମ ହେବେ”।

ରେଡ଼ ବଲ କ୍ରିକେଟରେ ଭଲ କରିବାକୁ ହେବ:

ସବା କରିମ କହିଛନ୍ତି ସେ ଭାରତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଲେଗ ସ୍ପିନର ରବି ବିସ୍ନୋଇଙ୍କୁ ଖେଳୁଥିବାର ଦେଖିବାକୁ ଚାହାଁନ୍ତି। ଏହା ସହିତ ସେ କହିଛନ୍ତି କି ଏହି ଖେଳାଳିଙ୍କୁ ରେଡ଼ ବଲ କ୍ରିକେଟ ପାଇଁ ପ୍ରସ୍ତୁତ କରିବାକୁ ହେବ,କିଛି ଏପରି ଯାହା ସେ ଏବେ ପର୍ଯ୍ୟନ୍ତ କରିନାହଁନ୍ତି। ବିସ୍ନୋଇ ୧୦ ଟି-୨୦ରେ ୧୭.୧୨ ଔସତରେ ଓ ୭.୦୮ ଔସତରେ ୧୬ ୱିକେଟ ନେଇଛନ୍ତି।

Leave a Reply

Your email address will not be published.