ଛତିଶଗଡ଼ର କ୍ରିକେଟ ଦୁନିଆକୁ ମଶହୁର କ୍ରିକେଟର ଆସିବେ। ୨ ରୁ ୨୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ରାୟପୁର ଠାରେ ରୋଡ଼ ସେଫଟି ୱାଲର୍ଡ଼ କପ ସିରିଜର ଆୟୋଜନ ହେବ।ଏହି ଟୁର୍ଣ୍ଣାମେଣ୍ଟ ବିଶ୍ୱ ବିଖ୍ୟାତ କ୍ରିକେଟର ସଚିନ ତେନ୍ଦୁଲକର,ଜଂଟି ରୋଡ୍ସ,ବ୍ରାୟନ ଲାରା,ମୁଥୟା ମୁରଲୀଧରନ,ବ୍ରେଟ ଲି ମଧ୍ୟ ଭାଗ ନେବେ। ଛତିଶଗଡ଼ର ସିଏମ ଭୁପେଶ ବେଘଲ ରୋଡ଼ ସେଫାଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ନିଜର ସହମତି ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ୨ ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ରାୟପୁରରେ ଆୟୋଜନ ହେବ।

ଟୁର୍ଣ୍ଣାମେଣ୍ଟର ଆୟୁକ୍ତ ପୂର୍ଵ କ୍ରିକେଟର ସୁନିଲ ଗାଭାସ୍କର ଗତ ରବିବାର ଫୋନ ଜରିଆରେ ରୋଡ଼ ସେଫଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଷୟରେ ରାୟ ଦେଇ ତାଙ୍କ ସହମତି ଲୋଡି ଥିଲେ ଏବଂ ସିଏମ୍ ଏହାକୁ ଅନୁମତି ଦେଇଥିଲେ।
ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ,ସାଉଥ ଆଫ୍ରିକା,ଶ୍ରୀଲଙ୍କା,ଅଷ୍ଟ୍ରେଲିଆ ସମେତ ୱେଷ୍ଟଇଣ୍ଡିଜ ସାମିଲ ହେବେ। ଯେଉଁଥିରେ ପୂର୍ବ କ୍ରିକେଟର ସଚିନ ତେନ୍ଦୁଲକର,ମୁଥ୍ୟା ମୁରଲୀଧରନ,ବ୍ରେଟ ଲି,ବ୍ରାୟନ ଲାରା,ଜଂଟି ରୋଡ୍ସ ଭାଗ ନେବେ। ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଉଦେଶ୍ୟ ଭାରତରେ ସଡକ ସୁରକ୍ଷାର ମହତ୍ୱ ବିଷୟରେ ଜାଗ୍ରତ କରିବା। ଏହି ଆୟୋଜନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ୱାରା ଅନୁମୋଦିତ ଅଟେ। ଏହାକୁ ସୁନିଲ ଗାଭାସ୍କରଙ୍କ କମ୍ପାନୀ ପ୍ରଫେସନାଲ ମ୍ୟାନେଜମେଣ୍ଟ ଆଣ୍ଡ ଗ୍ରୁପସ ଆୟୋଜିତ ଓ ପ୍ରସାରିତ କରୁଛି। ଏହା ସହ ଏହି ଟୁର୍ଣ୍ଣାମେଣ୍ଟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଅଟେ। ଟୁର୍ଣ୍ଣାମେଣ୍ଟ ପାଇଁ ବାୟକାମ ୧୮ର କଲର ସିନେପ୍ଲେସ ପ୍ରସାରଣ ଭାଗିଦାରୀ ଅଛି ଓ ବୁଟ,ଜିଓ ଏହି କାର୍ଯ୍ୟକ୍ରମରେ ଡିଜିଟାଲ ଭାଗିଦାରୀ ଅଟନ୍ତି।

ବଢିବ ଛତିଶଗଡ଼ରେ ପର୍ଯ୍ୟଟନ:
ଆଶା କରାଯାଉଛି କି ଏହି କାର୍ଯ୍ୟକ୍ରମ ଛତିଶଗଡ଼ରେ ପର୍ଯ୍ୟଟନ ବଢ଼େଇବାରେ ସାହାଯ୍ୟ କରିବ। ଏଥିରେ ଅର୍ଥ କାରବାର ବଢିବ ଓ ମହାମାରୀ ସମୟରେ ଲୋକଙ୍କ ମନୋବଳ ବଢ଼େଇବ।ଏହି ଆୟୋଜନ ରାୟପୁର ଦେଶର ଏକ ଏମିତି ସହର ରୂପରେ ସ୍ଥାପିତ କରିବ,ଯାହା ସୁଶାସନ ମାଧ୍ୟମରେ ମହାମାରୀ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। କହିରଖିଛୁ କି କୋରୋନା ମହାମାରୀ କାରଣରୁ ଆଇପିଏଲ ୟୁଏଇରେ ଖେଳାଯାଇଥିଲା। ରାୟପୁରରେ ଏହି ଟୁର୍ଣ୍ଣାମେଣ୍ଟ କୋରୋନା କାଳରେ ଆୟୋଜିତ ହେବାର ପ୍ରଥମ ସହର ହେବ। ମୁଖ୍ୟମନ୍ତ୍ରୀ ଭୁପେଶ ବାଘଲ ଏହାର ମୁଖ୍ୟ ଅତିଥୀ ରହିବେ। ଉଲ୍ଲେଖନିୟ ଅଛି କି ନବା ରାୟପୁର ପରଶାଦା ସ୍ଥିତ ସହିଦ ବିର ନାରାୟଣ ସିଂ କ୍ରିକେଟ ଷ୍ଟାଡିୟମ ଦେଶର ବଡ଼ ଓ ଆଧୁନିକ ଷ୍ଟାଡିୟମ ମଧ୍ୟରୁ ଏକ ଅଟେ। ଏହାର ଅଡ଼ିଏନ୍ସ କ୍ଷମତା ୫୦,୦୦୦ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।