ଥାଇଲ୍ୟାଣ୍ଡର ଏକ ବୟସ୍କ ବ୍ୟକ୍ତି ଯିଏକି ଏକ ସୋ ରୂପ ବାହାରେ ଠିଆହୋଇ ବାଇକ ଦେଖୁଥିଲେ। ଯେବେ ସେ ସୋ ରୁମ ଭିତରକୁ ଯିବାକୁ ପଶିଲେ ସିକ୍ୟୁରୀଟି ତାଙ୍କୁ ଯିବାକୁ ମନାକରିଦେଲା ଗାର୍ଡ ତାଙ୍କୁ ଭିକାରୀ ଭାବି ଧକା ମାରି ବାହାର କରିଦେଲା। କିଛି ସମୟ ପରେ ସେହି ଭିକାରୀ ଜଣଙ୍କ ସୋ ରୁମରୁ ୧୨ ଲକ୍ଷ ଟଙ୍କାର ଗାଡି କିଣିଦେଲା ସୋସିଆଲ ମିଡିଆରେ ଥାଇଲ୍ୟାଣ୍ଡର ଲୁଙ୍ଗ ଡେଂଚା ନାମକ ଏକ ବୟସ୍କ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେଉଛି। ଫଟୋରେ ସେ ଏକ ମୁଜୁରୀଆ ବା ଭିକାରୀ ଭଳି ଦେଖାଯାଉଛନ୍ତି।ସେହି ଭିକାରୀ ଭଳି ଦିଶୁଥିବା ବ୍ୟକ୍ତି ୧୨ ଲକ୍ଷ କ୍ୟାସ ଦେଇ ହାର୍ଲେ ଡେଭିଡ଼ସନ ମୋଟରସାଇକେଲ କିଣିଛନ୍ତି।

ସୋରୁମର ମ୍ୟାନେଜରଙ୍କ ସହ ଭେଟିବାକୁ ଇଛା କଲେ:
ଲୁଙ୍ଗ କରିଙ୍କ ଅବସ୍ଥା ଦେଖି ଲୋକଙ୍କୁ ଲାଗିଲା କି ସେ ଜଣେ ଭିକାରୀ ଅଟନ୍ତି। ବର୍ତ୍ତମାନ ସେ ଏହାକୁ ମନାକରିଛନ୍ତି।ପାଖାପାଖି ୧୫-୨୦ ମିନିଟ ସୋରୁମର ବାହାରେ ରହିବା ପରେ ଲୁଙ୍ଗ ସୋରୁମ ଭିତରକୁ ଗଲେ ଓ କର୍ମଚାରୀଙ୍କୁ କହିଲେ ତାଙ୍କୁ ସେହି ବାଇକ କିଣିବାର ଅଛି। ସେଲ୍ସମ୍ୟାନଙ୍କୁ ଲାଗିଲା କି ଏହି ଭିକାରୀ ବାହାରକୁ ଯିବନାହିଁ ସେଥିପାଇଁ ସେ କଡା କଥାରେ ଲୁଙ୍ଗଙ୍କୁ ଯିବାକୁ କହିଲେ କିନ୍ତୁ ଲୁଙ୍ଗ ନିଜ କଥାରେ ଅଟଳ ରହିଲେ ଓ ସେ ମ୍ୟାନେଜରଙ୍କୁ ଭେଟିବାକୁ କହିଲେ।
ଲୁଙ୍ଗଙ୍କ ହାତରେ ଏକ ବ୍ୟାଗବି ଥିଲା। ସୋରୁମରେ ଥିବା ସବୁ ଲୋକ ଲୁଙ୍ଗଙ୍କୁ ଘେରିଗଲେ ଓ ସେମାନେ ଭାବୁଥିଲେ ଲୁଙ୍ଗ ଏକ ଭିକାରୀ ଅଟନ୍ତି। ସେ ବାରମ୍ବାର ବାଇକ କିଣିବା କଥା କହୁଥିଲେ,ସେଥିପାଇଁ କିଛି ଲୋକ ତାଙ୍କ ଉପରେ ହସିବାକୁ ଲାଗିଲେ। ଏହା ପରେ ଲୁଙ୍ଗ ଚିଲାଇ କହିଲେ କି ମତେ ମ୍ୟାନେଜରଙ୍କ ସହ ଭେଟିବାର ଅଛି।

ଅଧିକ ପାଟି ଶୁଣି ସୋରୁମର ମାଲିକ ବାହାରକୁ ଆସିଲେ।ଏହା ପରେ କର୍ମଚାରୀ ତାଙ୍କୁ ସବୁ କଥା କହିଲେ। ଏହା ପରେ ମାଲିକ ଲୁଙ୍ଗଙ୍କୁ ବୁଝାଇଲେ ,ଲୁଙ୍ଗ ତାଙ୍କୁ ବାଇକ କିଣିବା କଥା କହିଲେ । ଏହା ପରେ ସୋରୁମର ମାଲିକ ତାଙ୍କୁ ହାର୍ଲେ ଡେଭିଡ଼ସନ ବାଇକ ଦେଖାଇଲେ ଓ କହିଲେ ଏହାର ଦାମ ୧୨ ଲକ୍ଷ ଟଙ୍କା ଅଟେ। ଏହା ପରେ ଲୁଙ୍ଗ ବ୍ୟାଗରୁ ୧୨ ଲକ୍ଷ ଟଙ୍କା କ୍ୟାସ ବାହାର କରି ସମସ୍ତଙ୍କ ସାମ୍ନାରେ ରଖିଦେଲେ। ସମସ୍ତେ ଚାହିଁ ରହିଗଲେ ଓ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସମସ୍ତଙ୍କୁ ନିଜ ଭୁଲର ଅନୁତାପ ହେଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।