ଗୋଟେ ମା ପାଇଁ ତା ପିଲାର ଖୁସି ଓ ସୁରକ୍ଷା ହିଁ ସବୁକିଛି।ଯଦି କେହି ତାର ପିଲାର ମନରେ କଷ୍ଟ ଦିଏ ବା ତାକୁ କ୍ଷତି ପହଞ୍ଚାଇଥାଏ ମା କୌଣସି ସୀମା ପର୍ଯ୍ୟନ୍ତ ବି ଯାଇପାରେ।ଆଜିଆମେ ଆପଣଙ୍କୁ ଏକ ଏପରି ମା କଥା କହିବୁ ଯିଏକି ନିଜ ଝିଅର ମୋବାଇଲ ବଞ୍ଚାଇବା ପାଇଁ ଚୋର ସହ ଲଢେ଼ଇ କରିଦେଲା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଚର୍ଚ୍ଚାର ବିଷୟରେ ପରିଣତ ହୋଇଛି। ଏହି ଭିଡ଼ିଓରେ ଦେଖାଯାଉଛି ଏକ ମା ଓ ତାର ୧୫ ବର୍ଷୀୟ ଝିଅ ରାସ୍ତାରେ ସପିଙ୍ଗ କରି ଯାଉଛନ୍ତି। ସେଠାକୁ ଅଚାନକ ଏକ ଚୋର ଆସିଯାଇଥାଏ ଓ ଝିଅଟିର ମୋବାଇଲ ଛଡାଇ ପଳାଇବାକୁ ଲାଗେ।
କିନ୍ତୁ ଚୋର ପଳାଇବା ପୂର୍ବରୁ ତାର ମା ଚୋରକୁ ନିଜ ଛତା ଦ୍ଵାରା ମାରିତଳେପକାଇ ଦେଲା। ଛତାରେ ଜୋରେ ମାଡ଼ ବାଜିବା ପରେ ଚୋରର ସନ୍ତୁଳନ ଖରାପ ହୋଇଯାଏ ଓ ସେ ତଳେ ପଡିଯାଇଥାଏ। ଏହା ପରେ ମା ଝିଅ ସେହି ଚୋରକୁ ପିଟିବାକୁ ଲାଗନ୍ତି। ତାଙ୍କୁ ଦେଖି ଆଖପାଖର ପବ୍ଲିକ ବି ଚୋରକୁ ବହୁତ ମାରନ୍ତି।
ଏହି ପୁରା ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥାଏ। ସୂଚନା ଅନୁସାରେ ଏହି ଘଟଣା ବ୍ରାଜିଲର ସାଓ ପାଓଲର ଅଟେ। ୫୦ ବର୍ଷୀୟ ମା ସୋସିଆଲ ମିଡିଆ ସହ କଥାବାର୍ତ୍ତାରେ କହିଛନ୍ତି ମୁଁ ଓ ମୋ ଝିଅ ସପିଙ୍ଗ ପରେ ଟ୍ୟାକ୍ସି ଖୋଜୁଥିଲୁ। ସେହି ସମୟରେ ଏକ ଚୋର ଆସିଲା ଓ ମୋ ଝିଅର ମୋବାଇଲ ଛଡ଼ାଇଲା। ବର୍ଷା ହେଉଥିବା ଯୋଗୁ ମୋ ହାତରେ ଛତା ଥିଲା ଓ ମୁଁ ଏହାକୁ ବ୍ୟବହାର କଲି।

ମା କହିଛନ୍ତିକି ମୋ ରିଆକ୍ସନ ପୁରା ସାଧାରଣ ଥିଲା। ତାର ଚେହେରାରେ ଯେଉଁ ଡର ଭାବନା ଥିଲା ତାହା ଦେଖି ମତେ ଚୋର ଉପରେ ରାଗ ଆସିଲା। ସେଥିପାଇଁ ମୁଁ କିଛି ନଭାବି ଚୋର ଉପରେ ଆକ୍ରମଣ କରିଦେଲି। ମୁଁ ମୋର ଝିଅର ମୋବାଇଲ ବଞ୍ଚାଇବା ପାଇଁ ଚାହୁଁଥିଲି । ସେଥିପାଇଁ ମୁଁ ତାକୁ ଛତା ଫୋପାଡ଼ି ମାରିଲି। ଏହା ସବୁ ବହୁତ ଶୀଘ୍ର ଓ ଅଚାନକ ହେଲା।
ମା ର ସାହାସିକତାର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସମସ୍ତ ଏହି ସାହସୀ ମା ର ପ୍ରଶଂସା କରୁଛନ୍ତି। ଆପଣଙ୍କୁ ଏହି ମା ର ସାହସିକତା କିପରି ଲାଗିଲା ?
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।